ଇଟାଭାଟି ଭାଙ୍ଗିବାରେ ପ୍ରଶାସନ ଫେଲ୍‌

ସଜନାଗଡ଼,୨୩।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ତହସିଲ ଅଧୀନରେ ଗଢ଼ିଉଠିଥିବା ୧୪ଟି ଚିମିନି ଇଟାଭାଟି କୁଲଡିହା ଇକୋ ସେନ୍‌ସିଟିଭି ଜୋନ୍‌ ମଧ୍ୟରେ ଆସୁଥିବାରୁ ତାହାକୁ ଭାଙ୍ଗିବା ପାଇଁ ପ୍ରଶାସନ ପ୍ରସ୍ତୁତ ହେଉଥିବା ବେଳେ ହଜାର ହଜାର ଶ୍ରମିକ, ଅଞ୍ଚଳବାସୀ, ଇଟାଭାଟି ମାଲିକମାନେ ଏକଜୁଟ ହୋଇ ଏହାକୁ ଭାଙ୍ଗିବାକୁ ଦେଇ ନ ଥିଲେ ା ଏନେଇ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।
କୁଲଡ଼ିହା ଜଙ୍ଗଲ ବନ୍ୟଜନ୍ତୁ ଓ ଅଭୟାରଣ୍ୟ ସୁରକ୍ଷା ପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ପକ୍ଷରୁ ୯ା୮ା୧୭ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରେ ୨୧୯.୧୮ ବର୍ଗ କି.ମି. ଅଞ୍ଚଳ କୁଲଡିହା ଇକୋ ସେନ୍‌ସିଟିଭ୍‌ ଜୋନ୍‌ରେ ଅର୍ନ୍ତଭୁକ୍ତ ହୋଇଥିଲା। ବନବିଭାଗ ମାପଚୁପ ପରେ ଅଭୟାରଣ୍ୟ ସୀମାନ୍ତରେ ୧୪ଟି ଚିମିନି ଇଟାଭାଟି ଜାଣିବାକୁ ପାଇଥିଲା। କିଛି ମାସ ପୂର୍ବରୁ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ପରେ ବାଲେଶ୍ୱର ଡିଏଫ୍‌ଓ ଜିଲାପାଳଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ। ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଇଟାଭାଟିଗୁଡ଼ିକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ନୀଳଗିରି ପ୍ରଶାସନ ପକ୍ଷରୁ କୁଲଡ଼ିହା ଅଭୟାରଣ୍ୟ ସୀମାନ୍ତରେ ଥିବା ନୀଳଗିରି-ସନ୍ତରାଗଡ଼ିଆ ଅଞ୍ଚଳର ୧୪ଟି ଇଟାଭାଟି ଇକୋ ସେନ୍‌ସିଟିଭ୍‌ ଜୋନ୍‌ ମଧ୍ୟରେ ଥିବାରୁ ପ୍ରଶାସନ ଉକ୍ତ ଇଟାଭାଟିଗୁଡ଼ିକୁ ଭାଙ୍ଗିବା ପାଇଁ ଉକ୍ତ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରୁ ଶୁକ୍ରବାର ପର୍ଯ୍ୟନ୍ତ ୧୪୪ଧାରା ଜାରି କରି ଇଟାଭାଟି ଭାଙ୍ଗିବାକୁ ପ୍ରଶାସନ ଅଣ୍ଟା ଭିଡ଼ିଥିଲା। ହେଲେ ଏକଥା ପ୍ରଚାରିତ ହେବା ପରେ ନୀଳଗିରି-ପଞ୍ଚଲିଙ୍ଗେଶ୍ୱର ରାସ୍ତା ମିରିଗିଣିଠାରେ ହଜାର ହଜାର ଶ୍ରମିକ ଇଟାଭାଟି ମାଲିକ ଶାନ୍ତିପୂର୍ଣ୍ଣ ଭାବେ ଜୀବନଜୀବିକାକୁ ନେଇ ମେଳି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଶାସନ ଇଟାଭାଟି ଭାଙ୍ଗିବାକୁ ଯିବାବେଳେ ମିରିଗିଣିଠାରେ ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନା, ତହସିଲଦାର ଅଶେଷ ନାୟକ, ଅତିରିକ୍ତ ତହସିଲଦାର ନିରଞ୍ଜନ ଧଳ, ଆଇଆଇସି ପ୍ରଭଞ୍ଜନ ବେହେରା, ନୀଳଗିରି ରେଞ୍ଜର ମନୱାର ଖଁା, କୁଲଡ଼ିହା ରେଞ୍ଜର ବିଜୟ ମହାପାତ୍ରଙ୍କ ସମେତ ପୋଲିସ ଫୋର୍ସକୁ ମିରିଗିଣି ରାସ୍ତାରେ ଲୋକେ ଅଟକାଇଥିଲେ। ତହସିଲଦାର, ଉପଜିଲାପାଳଙ୍କ ସହ ଇଟାଭାଟି ମାଲିକଙ୍କ ଆଲୋଚନା ହୋଇଥିଲା। ଜୀବନଜୀବିକା ଦ୍ୱାହି ଦେଇ ଉଚ୍ଛେଦକୁ ତୀବ୍ର ବିରୋଧ କରିଥିଲେ। ଶେଷରେ ରାସ୍ତା ଅବରୋଧ ନ ହଟିବାରୁ ପ୍ରଶାସନ ଅଧିକାରୀ ଅଫିସକୁ ଆସି ଆଲୋଚନା କରିବାକୁ କହି ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରଖିବାକୁ କହି ଘଟଣାସ୍ଥଳରୁ ଫେରି ଆସିଥିଲେ। ପ୍ରଶାସନ ଇଟାଭାଟି ଭାଙ୍ଗିବାକୁ ୨ଥର ଚେଷ୍ଟା କରି ଫେଲ୍‌ ମାରିଲାଣି। ନୀଳଗିରି ବିଧାୟକ ଇଂ. ନାୟକ ଘଟଣାସ୍ଥଳରେ ପହଞ୍ଚି କରୋନା ଯୋଗୁ ଇଟାଭାଟି ମାଲିକଙ୍କୁ ୨ମାସ ସମୟ ଦେଇ ଶାନ୍ତିପୂର୍ଣ୍ଣ ଭାବେ ଆଲୋଚନା କରି ସମାଧାନ କରିବାକୁ ପ୍ରଶାସନ ଉଦ୍ଦେଶ୍ୟରେ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri