Posted inଖେଳ

ଏହି ଅଭିନେତ୍ରୀଙ୍କ ଚାଞ୍ଚଲ୍ୟକର ଖୁଲାସା, ବଡ କ୍ରିକେଟର୍ସଙ୍କ ସ୍ତ୍ରୀ ନିଅନ୍ତି ଡ୍ରଗ୍ସ

ବଲିଉଡ୍‌ରେ ଏବେ ଡଗ୍ସ କନେକ୍ସନକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଖୋଳତାଡ ଆରମ୍ଭ କରିଛି। ଜଣେ ପରେ ଜଣେ ଆଗଧାଡିର ଅଭିନେତ୍ରୀ ଡ୍ରଗ୍ସ ନେଉଥିବା ଜଣାପଡିବା ପରେ ସେମାନଙ୍କୁ ପଚରାଉଚରା ପାଇଁ ଡକାଯାଉଛି। ଏବେ ଆଇପିଏଲରେ ବି ଡଗ୍ସ ବ୍ୟବହାର କରାଯାଉଥିବା କହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ତଥା ମଡେଲ ଶର୍ଲିନ୍‌ ଚୋପ୍ରା। ବଡ ବଡ କ୍ରିକେଟରଙ୍କ ସ୍ତ୍ରୀମାନେ ମଧ୍ୟ ଡଗ୍ସ ନେଉଛନ୍ତି। ଆଇପିଏଲରେ କୋଲକତା ନାଇଟ୍‌ ରାଇଡର୍ସ ଖେଳୁଥିବା ମ୍ୟାଚ୍‌ରେ କ୍ରିକେଟର୍‌ ଏବଂ ବଲିଉଡ୍‌ ଷ୍ଟାର୍ସମାନେ ଓ୍ବାଶ୍‌ରୁମ୍‌ରେ ଡଗ୍ସ ନେଇଥିଲେ ବୋଲି ଶର୍ଲିନ କହିଛନ୍ତି। ଯଦି ତାଙ୍କୁ ଏନସିବି ପକ୍ଷରୁ ପଚରାଉଚରା ପାଇଁ ଡକାଯାଏ ତେବେ ସେ ସବୁ ରାଜ୍‌ ଖୋଲି ଦେବେ ବୋଲି କହିଛନ୍ତି। କୋଲକତା ନାଇଟ୍‌ ରାଇଡର୍ସ ଖେଳୁଥିବ ଅଧିକାଂଶ ମ୍ୟାଚ୍‌ ପରେ ଖେଳାଳି ଏବଂ ବଲିଉଡର କିଛି କଳାକାର ମିଶି ଡ୍ରଗ୍ସ ସେବନ କରିଥାନ୍ତି। ଶର୍ଲିନ କହିଛନ୍ତି, ମୁଁ ଥରେ କେକେଆରର ଏକ ମ୍ୟାଚ୍‌ ଦେଖିତ୍ବାକୁ କୋଲକତା ଯାଇଥିଲି, ମ୍ୟାଚ୍‌ ପରେ ଏକ ପାର୍ଟି ରଖାଯାଇଥିଲା। ସେଦିନ ପାର୍ଟିରେ ବଲିଉଡର ବଡ ବଡ କଳାକାର ଏବଂ କ୍ରିକେଟର୍‌ଙ୍କ ସ୍ତ୍ରୀ ଥିଲେ। ଡ୍ୟାନ୍ସ କରି ଥକି ଯିବାରୁ ଫ୍ରେଶ୍‌ ହେବାକୁ ଓ୍ବାଶ୍‌ରୁମ୍‌କୁ ଯାଇଥିଲି। ସେଠାରେ ସମସ୍ତେ ଡ୍ରଗ୍ସ ନେଉଥିବା ଦେଖିଥିଲି ବୋଲି ସେ କହିଛନ୍ତି। ଅବଶ୍ୟ ଆଇପିଏଲ୍‌ର କେଉଁ ସିଜିନ୍‌ରେ ଏଭଳି ଘଟଣା ଘଟିଥିଲା ତାହା ସେ କହିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ନୂଆବର୍ଷ ପାଳନବେଳେ ବଡ଼ଧରଣର ବିସ୍ଫୋରଣ: ଅନେକ ମୃତ

ବର୍ନ,୧।୧: ସ୍ବିଜରଲାଣ୍ଡ ପ୍ରସିଦ୍ଧ ସହର କ୍ରାନ୍ସ-ମୋଣ୍ଟାନାରେ ନୂତନ ବର୍ଷ ପାଳନ ସମୟରେ ଏକ ବାରରେ ବିସ୍ଫୋରଣ  ଘଟିଛି। ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ...

ବର୍ଷର ଶେଷ ଦିନରେ ଜମିଲା ଆମିଷ ବଜାର, ୭ କୋଟିର ଖାଇଦେଲେ ରାଜଧାନୀବାସୀ

ଭୁବନେଶ୍ୱର,୧।୧(ଅନୁରାଧା ମହାରଣା)- ବର୍ଷର ଶେଷ ଦିନରେ ଭୁବନେଶ୍ୱରରେ ଆମିଷ ବ୍ୟବସାୟ ଜମିଥିଲା। ପ୍ରାୟ ୭ କୋଟି ୩୦ ଲକ୍ଷ ଟଙ୍କାର ଆମିଷ କିଣିଛନ୍ତି ଗ୍ରାହକ। ଖାସି...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

ନ୍ୟୁୟର୍କ ସିଟି ପାଇଲା ପ୍ରଥମ ମୁସଲିମ ମେୟର, କୋରାନ ଉପରେ ହାତ ରଖି ନେଲେ ଶପଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ନ୍ୟୁୟର୍କକୁ ମିଳିଲା ନୂଆ ମେୟର ।  ଗୁରୁବାର ସକାଳେ ନ୍ୟୁୟର୍କ ସହରରେ ଜୋହରାନ୍ ମାମଦାନି ୧୧୨ତମ ମେୟର ଭାବରେ ଶପଥ ଗ୍ରହଣ କରିଥିଲେ।...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri