ଅମିତାଭଙ୍କ ସହ ଫିଲ୍ମ କରିବାକୁ ନର୍ଭସ ହୋଇଯାଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ଖୁବ୍‌ଶୀଘ୍ର ତାଙ୍କର ୮୦ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏହି ସୁପରଷ୍ଟାରଙ୍କ ସହ ପ୍ରଥମେ ଯେଉଁମାନେ ଅଭିନୟ କରିଛନ୍ତି ସେମାନେ ବହୁ ଡରି ଯାଇଛନ୍ତି। ଏଥିମଧ୍ୟରୁ ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ଜୟପ୍ରଦା ହେଉଛନ୍ତି ଜଣେ। ୧୯୮୪ରେ ଫିଲ୍ମ ‘ଶରାବୀ’ରେ ପ୍ରଥମେ ବିଗ୍‌ ବିଙ୍କ ସହ ଅଭିନୟ କରିଥିଲେ ଜୟପ୍ରଦା। ଏହି ଫିଲ୍ମରେ ଅଭିନୟ କରିବା ସମୟରେ ଜୟପ୍ରଦା ବହୁତ ନର୍ଭସ ହୋଇଯାଇଥିଲେ।

ଫିଲ୍ମରେ ଜଣେ ଧନୀ ପିତାଙ୍କ ପୁଅ ଭୂମିକାରେ ଅଭିନୟ କରିଥିଲେ ଅମିତାଭ। ଜୟପ୍ରଦା ତାଙ୍କ ପ୍ରେମିକା ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମର ଗୀତ ହେଉ କି ସଂଳାପ କିମ୍ବା ଅମିତାଭଙ୍କ ଅଭିନୟ ସବୁକିଛି ଆଶ୍ଚର୍ଯ୍ୟଜନକ ଥିଲା। ଯେତେବେଳେ ଏହି ଫିଲ୍ମର ହିରୋଇନ ଜୟପ୍ରଦା ‘ମୁଝେ ନୌଲକ୍ଷା ମଙ୍ଗା ଦେ ରେ,ଓ୍ବ ସଇୟାଁ ଦିଓ୍ବାନେ’ ରେ ନାଚିଲେ, ସିନେମା ହଲରେ ମଧ୍ୟ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୮୦ ଦଶକରେ ‘ଦେ ଦେ ପ୍ୟାର ଦେ’ ରୁ ‘ଇନ୍ତହା ହୋ ଗଇରେ ଇନ୍ତେଜାର କି’ ଭଳି ଗୀତ ବହୁ ଲୋକପ୍ରିୟ ଥିଲା।

ଜୟପ୍ରଦା ପ୍ରଥମଥର ପାଇଁ ‘ଶରାବୀ’ରେ ଅମିତାଭଙ୍କ ସହ ସ୍କ୍ରିନ ଶେୟାର କରିବାର ସୁଯୋଗ ପାଇଥିଲେ। ଏକ ସାକ୍ଷାତକାରରେ ଜୟପ୍ରଦା କହିଛନ୍ତି, ଯେତେବେଳେ ମୁଁ ଅମିତାଭଙ୍କୁ ପ୍ରଥମଥର ଭେଟିଲି ସେତେବେଳେ ମୁଁ ବହୁତ ନର୍ଭସ ଥିଲି, କାରଣ ହିନ୍ଦୀରେ ଅମିତାଭ ବହୁତ ଦକ୍ଷ ଥିଲେ। ଯେଉଁଟା ମୋତେ ଭଲ ଭାବେ ଜଣା ନ ଥିଲା। କିନ୍ତୁ ଫିଲ୍ମର ଶୁଟିଂ ସମୟରେ ସେ ମୋତେ ବହୁତ ସମର୍ଥନ କରିଥିଲେ। ମୁଁ ମଧ୍ୟ ତାଙ୍କଠାରୁ ଅନୁଶାସନ ଶିଖିଲି।ପିଲାଦିନରୁ ମୁଁ ଅମିତାଭଙ୍କର ଜଣେ ବଡ଼ ପ୍ରଶଂସକ ଥିଲି, ଏହି ଫିଲ୍ମରେ କାମ କରିବା ମୋ ପାଇଁ ଏକ ସ୍ବପ୍ନ ଥିଲା। ମୁଁ ବହୁତ ଖୁସି ଯେ, ଏହି ଫିଲ୍ମଟି ବ୍ଲକବଷ୍ଟର ହୋଇଥିଲା। ଫିଲ୍ମ ରିଲିଜ ପରେ ଅମିତାଭ ଏବଂ ଜୟପ୍ରଦାଙ୍କ ଯୋଡ଼ି ବେଶ୍‌ ଜମିଥିଲା।

୪୫ ରିଟେକ୍‌ ଏବଂ ୨ ଘଣ୍ଟାର ପ୍ରୟାସ ପରେ ସିନ୍‌ଟି ଶେଷ ହୋଇଥିଲା। ଆଜି ବି ଅମିତାଭ ତାଙ୍କର ପ୍ରତ୍ୟେକ ଦୃଶ୍ୟ ପାଇଁ ବହୁତ ପରିଶ୍ରମ କରନ୍ତି, ତାଙ୍କ ସହ କାମ କରିଥିବା ଅଭିନେତା ଏବଂ ଫିଲ୍ମ ନିର୍ମାତାମାନେ ମଧ୍ୟ ଜାଣନ୍ତି ବିଗ୍‌ ବି ତାଙ୍କ ଦୃଶ୍ୟକୁ ସିଦ୍ଧ କରିବା ପାଇଁ ବହୁତ ରିହର୍ସାଲ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧାରରେ ପାଙ୍ଗାଲି ଗ୍ରାମବାସୀ, ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇ କହିଲେ…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ଗତ ୪ ଦିନ ବିତିଲା ଏକ ଅନୁସୂଚିତ ଜନଜାତି ବସବାସ କରୁଥିବା ଦୁର୍ଗମ ଗ୍ରାମ ଅନ୍ଧାରରେ ରହିଛି…

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

ପିଲାଦିନର ବନ୍ଧୁଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ବାଚସ୍ପତି: ପରିବାର ଲୋକଙ୍କୁ ଭେଟି କହିଲେ…

ନୂଆଦିଲ୍ଲୀ,୩।୭: କୋଟା-ବୁନ୍ଦିର ଏମ୍‌ପି ତଥା ଲୋକ ସଭା ବାଚସ୍ପତି ଓମ ବିର୍ଲା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ…

ପ୍ରଧାନମନ୍ତ୍ରୀ ମୋଦି ଅମରନାଥ ଯାତ୍ରୀଙ୍କୁ ଲେଖିଲେ ଚିଠି, ୫ ପ୍ରତିଜ୍ଞା ନେବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ,୩।୭: ଶୁକ୍ରବାର ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ଦଳରେ ଶହ ଶହ ତୀର୍ଥଯାତ୍ରୀ ‘ବାବା ବର୍ଫାନୀ’ଙ୍କ ଆଶୀର୍ବାଦ ନେବାକୁ ବାହାରିଛନ୍ତି। ଏହି ଅବସରରେ, ପ୍ରଧାନମନ୍ତ୍ରୀ ମୋଦି…

EPF ଖାତାଧାରୀଙ୍କ ପାଇଁ ବଡ଼ ଖବର! ୧୮୦୦ରୁ ଅଧିକ ଜମା ଆଉ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ,୩।୭: ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ନୂତନ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ଯୋଜନା-୨୦୨୬ ଅଧୀନରେ ୧୫,୦୦୦ ମାସିକ ମଜୁରୀ ସୀମା ଅତିକ୍ରମ କରିବାକୁ ସ୍ୱେଚ୍ଛାକୃତ କରିଛି।…

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ ଘାଇକୁ ଖସିଲା ବସ୍, ୪୦ମୃତ

ଇସଲାମବାଦ୍,୩ା୭: ଶୁକ୍ରବାର ସକାଳେ ପାକିସ୍ତାନର ଦକ୍ଷିଣ-ପଶ୍ଚିମ ଭାଗରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…

ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ନିବେଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି: କେବଳ ସୁଧରେ ହିଁ ହୋଇଯାଏ ଲକ୍ଷ ଲକ୍ଷ ଟଙ୍କା ରୋଜଗାର

ନୂଆଦିଲ୍ଲୀ,୩।୭: ସୁରକ୍ଷିତ ଭବିଷ୍ୟତ ପାଇଁ ସଠିକ ସମୟରେ ସଠିକ ସ୍ଥାନରେ ଟଙ୍କା ନିବେଶ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ନିଶ୍ଚିତ କରେ ଯେ, ଆପଣଙ୍କୁ ଆର୍ଥିକ ଜରୁରୀକାଳୀନ…

ପୁଣି ବଢ଼ିଲା ନବୀନ-ପାଣ୍ଡିଆନଙ୍କ ଅଡୁଆ, ହେଲିକପ୍ଟରରେ ବୁଲିଛନ୍ତି ଏତିକି ଥର, କୋର୍ଟଙ୍କ ସମନ ପରେ…

ଭୁବନେଶ୍ୱର,୩ା୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ଅଡୁଆ ପୁଣି ବଢ଼ିଛି। ହେଲିକପ୍ଟରରେ ବୁଲା ଖର୍ଚ୍ଚ ମାମଲାରେ ଖୋର୍ଦ୍ଧା ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri