ଅମିତାଭଙ୍କ ସହ ଫିଲ୍ମ କରିବାକୁ ନର୍ଭସ ହୋଇଯାଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ଖୁବ୍‌ଶୀଘ୍ର ତାଙ୍କର ୮୦ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏହି ସୁପରଷ୍ଟାରଙ୍କ ସହ ପ୍ରଥମେ ଯେଉଁମାନେ ଅଭିନୟ କରିଛନ୍ତି ସେମାନେ ବହୁ ଡରି ଯାଇଛନ୍ତି। ଏଥିମଧ୍ୟରୁ ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ଜୟପ୍ରଦା ହେଉଛନ୍ତି ଜଣେ। ୧୯୮୪ରେ ଫିଲ୍ମ ‘ଶରାବୀ’ରେ ପ୍ରଥମେ ବିଗ୍‌ ବିଙ୍କ ସହ ଅଭିନୟ କରିଥିଲେ ଜୟପ୍ରଦା। ଏହି ଫିଲ୍ମରେ ଅଭିନୟ କରିବା ସମୟରେ ଜୟପ୍ରଦା ବହୁତ ନର୍ଭସ ହୋଇଯାଇଥିଲେ।

ଫିଲ୍ମରେ ଜଣେ ଧନୀ ପିତାଙ୍କ ପୁଅ ଭୂମିକାରେ ଅଭିନୟ କରିଥିଲେ ଅମିତାଭ। ଜୟପ୍ରଦା ତାଙ୍କ ପ୍ରେମିକା ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମର ଗୀତ ହେଉ କି ସଂଳାପ କିମ୍ବା ଅମିତାଭଙ୍କ ଅଭିନୟ ସବୁକିଛି ଆଶ୍ଚର୍ଯ୍ୟଜନକ ଥିଲା। ଯେତେବେଳେ ଏହି ଫିଲ୍ମର ହିରୋଇନ ଜୟପ୍ରଦା ‘ମୁଝେ ନୌଲକ୍ଷା ମଙ୍ଗା ଦେ ରେ,ଓ୍ବ ସଇୟାଁ ଦିଓ୍ବାନେ’ ରେ ନାଚିଲେ, ସିନେମା ହଲରେ ମଧ୍ୟ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୮୦ ଦଶକରେ ‘ଦେ ଦେ ପ୍ୟାର ଦେ’ ରୁ ‘ଇନ୍ତହା ହୋ ଗଇରେ ଇନ୍ତେଜାର କି’ ଭଳି ଗୀତ ବହୁ ଲୋକପ୍ରିୟ ଥିଲା।

ଜୟପ୍ରଦା ପ୍ରଥମଥର ପାଇଁ ‘ଶରାବୀ’ରେ ଅମିତାଭଙ୍କ ସହ ସ୍କ୍ରିନ ଶେୟାର କରିବାର ସୁଯୋଗ ପାଇଥିଲେ। ଏକ ସାକ୍ଷାତକାରରେ ଜୟପ୍ରଦା କହିଛନ୍ତି, ଯେତେବେଳେ ମୁଁ ଅମିତାଭଙ୍କୁ ପ୍ରଥମଥର ଭେଟିଲି ସେତେବେଳେ ମୁଁ ବହୁତ ନର୍ଭସ ଥିଲି, କାରଣ ହିନ୍ଦୀରେ ଅମିତାଭ ବହୁତ ଦକ୍ଷ ଥିଲେ। ଯେଉଁଟା ମୋତେ ଭଲ ଭାବେ ଜଣା ନ ଥିଲା। କିନ୍ତୁ ଫିଲ୍ମର ଶୁଟିଂ ସମୟରେ ସେ ମୋତେ ବହୁତ ସମର୍ଥନ କରିଥିଲେ। ମୁଁ ମଧ୍ୟ ତାଙ୍କଠାରୁ ଅନୁଶାସନ ଶିଖିଲି।ପିଲାଦିନରୁ ମୁଁ ଅମିତାଭଙ୍କର ଜଣେ ବଡ଼ ପ୍ରଶଂସକ ଥିଲି, ଏହି ଫିଲ୍ମରେ କାମ କରିବା ମୋ ପାଇଁ ଏକ ସ୍ବପ୍ନ ଥିଲା। ମୁଁ ବହୁତ ଖୁସି ଯେ, ଏହି ଫିଲ୍ମଟି ବ୍ଲକବଷ୍ଟର ହୋଇଥିଲା। ଫିଲ୍ମ ରିଲିଜ ପରେ ଅମିତାଭ ଏବଂ ଜୟପ୍ରଦାଙ୍କ ଯୋଡ଼ି ବେଶ୍‌ ଜମିଥିଲା।

୪୫ ରିଟେକ୍‌ ଏବଂ ୨ ଘଣ୍ଟାର ପ୍ରୟାସ ପରେ ସିନ୍‌ଟି ଶେଷ ହୋଇଥିଲା। ଆଜି ବି ଅମିତାଭ ତାଙ୍କର ପ୍ରତ୍ୟେକ ଦୃଶ୍ୟ ପାଇଁ ବହୁତ ପରିଶ୍ରମ କରନ୍ତି, ତାଙ୍କ ସହ କାମ କରିଥିବା ଅଭିନେତା ଏବଂ ଫିଲ୍ମ ନିର୍ମାତାମାନେ ମଧ୍ୟ ଜାଣନ୍ତି ବିଗ୍‌ ବି ତାଙ୍କ ଦୃଶ୍ୟକୁ ସିଦ୍ଧ କରିବା ପାଇଁ ବହୁତ ରିହର୍ସାଲ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri