ମୁମ୍ବାଇ: ସୋସିଆଲ ମିଡିଆରେ ହରିୟାଣା ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ସପ୍ନା ଚୌଧୁରୀ ଖୁବ୍ ଆକ୍ଟିଭ। ସେ ନିଜର ହଟ୍ ଲୁକ୍ ଏବଂ ସୌନ୍ଦର୍ଯ୍ୟ ପାଇଁ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଏବେ ଆଉ କିଛି ନୂଆ ଲୁକ୍ରେ ଫଟୋ ପୋଜ୍ ଦେଇଛନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ। ଫଟୋରେ ସେ ଏକ ବ୍ଲୁ ରଙ୍ଗର ଶାଢ଼ି ପିନ୍ଧିଛନ୍ତି। ଏହି ଶାଢ଼ିରେ ସେ ଖୁବ୍ ଆକର୍ଷଣୀୟା ଦିଶୁଛନ୍ତି। କେତେକ ଫଟୋ ଦୁଆର ମୁହଁରେ ଠିଆ ହୋଇ ଉଠାଇଥିବା ବେଳେ ଆଉ କେତେକ କାନ୍ଥକୁ ଆଉଜି ପୋଜ୍ ଦେଇଛନ୍ତି। ସପ୍ନାଙ୍କ ଏହି ଫଟୋଗୁଡ଼ିକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି।


