ସ୍ବାମୀଙ୍କ ମୃତ୍ୟୁ ପରେ ମନ୍ଦିରରେ ବିବାହ କରିଥିଲେ ଏହି ଅଭିନେତ୍ରୀ: ପରେ ଦ୍ୱିତୀୟ ସ୍ବାମୀଙ୍କ ବିରୋଧରେ ଆଣିଥିଲେ ଶାରୀରିକ, ମାନସିକ ନିର୍ଯାତନା ଅଭିଯୋଗ

ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ବିଦ୍ୟା ସିହ୍ନା ଅନ୍ୟତମ। ତେବେ ନଭେମ୍ବର ୧୫ ତାରିଖ ଅର୍ଥାତ ଆଜି ବିଦ୍ୟାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ସମ୍ପର୍କିତ କିଛି କଥା। ସେ ହିନ୍ଦୀ ସିନେମାର ଜଣେ ପ୍ରମୁଖ ଅଭିନେତ୍ରୀ ଥିଲେ। ଏହାସହ ବିଦ୍ୟା ବହୁତ କମ ବୟସରୁ ବଡ଼ କଳାକାରଙ୍କ ସହ କାମ କରିବା ଆରମ୍ଭ କରିଥିଲେ।ବିଦ୍ୟା ୧୯୪୭ ମସିହା ନଭେମ୍ବର ୧୫ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ମୁମ୍ବାଇରେ ଅଧ୍ୟୟନ କରିଥିଲେ। ବିଦ୍ୟା ୧୮ ବର୍ଷ ବୟସରେ କାମ କରିବା ଆରମ୍ଭ କରିଥିଲେ। ସେ ମଡେଲିଂରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ମିସ ବମ୍ବେ ଟାଇଟଲ ମଧ୍ୟ ଜିତିଥିଲେ। ପରେ ସେ ଫିଲ୍ମ ଆଡକୁ ଅଗ୍ରସର ହୋଇଥିଲେ। ବିଦ୍ୟା ଛୋଟୁ ବିହାରୀଙ୍କ ଫିଲ୍ମ ‘ରାଜ କାକା’ରୁ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ।
ବିଦ୍ୟାଙ୍କ ସ୍ବାମୀ ଭେଙ୍କଟେଶ୍ୱର ଲୟର ବହୁତ ଅସୁସ୍ଥ ଥିଲେ। ୧୯୯୬ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ବାମୀଙ୍କ ମୃତ୍ୟୁରେ ବିଦ୍ୟା ଭାଙ୍ଗି ପଡ଼ିଥିଲେ। ପରେ ବିଦ୍ୟା ସିଡନୀକୁ ପଳାଇଥିଲେ। ସେଠାରେ ସେ ଅଷ୍ଟ୍ରେଲୀୟ ଡାକ୍ତର ନେତାଜୀ ଭୀମ୍‌ରାଓ ସାଲୁନଙ୍କୁ ଭେଟିଥିଲେ। କିଛି ଦିନ ପରେ ଦୁହେଁ ଏକ ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ବିଦ୍ୟା ଖୁସି ହୋଇ ପାରିଲେ ନାହିଁ। ୨୦୦୨ ଜାନୁୟାରୀରେ ଦ୍ୱିତୀୟ ସ୍ବାମୀ ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ ଆଣିଥିଲେ। ପରେ ଉଭୟଙ୍କ ଛାଡପତ୍ର ହୋଇଥିଲା। ଗତ ବର୍ଷ ୧୫ ଅଗଷ୍ଟରେ ୭୨ ବର୍ଷ ବୟସରେ ବିଦ୍ୟାଙ୍କ ଦେହାନ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ମୃତ୍ୟୁର ଦିନକ ପରେ କରୋନାରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ଭାରତରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜ୍ୟରେ ହଠାତ୍‌ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି। ମଙ୍ଗଳବାର ହିମାଚଳପ୍ରଦେଶରେ କରୋନାରେ ୧୨ଜଣଙ୍କର...

ରୋମିଙ୍କ ପୂର୍ବରୁ ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହୋଇଥିଲେ କପିଲ ଦେବ; ବିବାହ ବି କରିଥାନ୍ତେ…

ବମ୍ବେ: ଗତକାଲି ରିଲିଜ ହୋଇ ଚର୍ଚ୍ଚାରେ ବହୁ ପ୍ରତିକ୍ଷିତ ଫିଲ୍ମ ‘୮୩’। ଭାରତୀୟ କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କ ଜୀବନୀ ଉପରେ ଏହା ପର୍ଯ୍ୟବେଶିତ। ଅଭିନେତା...

ବେବି ବମ୍ପ୍‌ରେ ନଜର ଆସିଲେ ନୁସରତ

ମୁମ୍ବାଇ: ଟିଏମ୍‌ସି ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ ଗର୍ଭବତୀ ଥିବା ଚର୍ଚ୍ଚା ହେଉଛି। ଖାଲି ଏତିକି ନୁହେଁ ନୁସରତଙ୍କ ସ୍ବାମୀ ନିଖିଲ ଜୈନ...

କଙ୍ଗନାଙ୍କ ପଦ୍ମଶ୍ରୀ ଫେରାଇ ନିଅନ୍ତୁ କେନ୍ଦ୍ର ସରକାର: ନୱାବ ମଲିକ

ମୁମ୍ବାଇ,୧୨ ।୧୧: କଂଗ୍ରେସ ପରେ ଏବେ ବଲିଉଡ୍‌୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର ସରକାରଙ୍କ ବହୁ ଚର୍ଚ୍ଚିତ ମନ୍ତ୍ରୀ ତଥା ଏନ୍‌ସିପି ନେତା...

ଏଯାଏ ପିନ୍ଧିନି ମୋଦିଙ୍କ ମୁଦି

ମୁମ୍ବାଇ: ବଲିଉଡ୍‌ର ଓ୍ବାଣ୍ଡର ଓମ୍ୟାନ୍‌ ସୁସ୍ମିତା ସେନ୍‌ ଓ ୫୬ ବର୍ଷୀୟ ଲଳିତ ମୋଦିଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଇଣ୍ଡିଆନ୍‌ ପ୍ରିମିୟର...

ଶାହାରୁଖ୍‌ ଖାନ୍‌ଙ୍କୁ ଚୁପ୍‌ କରିଦେଇଥିଲେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ: ଜାଣନ୍ତୁ କିପରି…

କରୋନା ମହାମାରୀ ସମୟରେ ବଲିଉଡ୍‌ କଳାକାରଙ୍କ ଅନେକ କାହାଣୀ, ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ମୁକେଶ ଅମ୍ବାନୀଙ୍କ...

ବାପା ହିଁ ମୋର ଆଦର୍ଶ

ହୋଟେଲ, ଢାବା, ଗ୍ୟାରେଜରୁ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରନ୍ତି ବୋଲି ତାଙ୍କୁ କିଏ କହେ ‘ଛୁଆଧରା ଅଫିସର’। ବାଲ୍ୟ ବିବାହକୁ ବନ୍ଦ କରି ନାବାଳିକାଙ୍କୁ ଉଦ୍ଧାର...

ସାମାଜିକ ବାର୍ତ୍ତା ଦେବେ ଅକ୍ଷୟ

ଅକ୍ଷୟ କୁମାର ବଲିଉଡର ବ୍ୟସ୍ତବହୁଳ ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ। ୨୦୨୨ରେ, ତାଙ୍କର ପାଞ୍ଚଟି ଫିଲ୍ମ ଏପର୍ଯ୍ୟନ୍ତ ମୁକ୍ତିଲାଭ କରିଛି। ଏହି ବର୍ଷ ତାଙ୍କ ପାଇଁ ଭଲ...

Advertisement
Archives

Model This Week