ଅଭିଷେକଙ୍କ ପାଇଁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପ୍ରସ୍ତୁତ ଏହି ଅଭିନେତା

ମୁମ୍ବାଇ: କରୋନା କବଳରେ ଏବେ ବଲିଉଡ୍‌। ବଲିଉଡ୍‌ ଇଣ୍ଡଷ୍ଟ୍ରି ଓ ଟେଲି ଜଗତର କେତେକ କଳାକାର କରୋନାରେ ପୀଡ଼ିତ ହୋଇ ସୁସ୍ଥ ହୋଇଥିବା ବେଳେ ଆଉ କେତେକ ଚିକିତ୍ସିତ ହେଉଛନ୍ତି। ଏହି କ୍ରମରେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଆରାଧ୍ୟା ମଧ୍ୟ କରୋନାରେ ପୀଡ଼ିତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ମୁମ୍ବାଇର ନାନାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଅମିତାଭଙ୍କ ଓ ତାଙ୍କ ପରିବାରଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଶଂସକ। ଇତିମଧ୍ୟରେ ଜୁଲାଇ ୧୦ରେ ରିଲିଜ୍‌ ହୋଇଥିବା ଆମାଜନ ପ୍ରାଇମ୍‌ ଓ୍ବେବ ସିରିଜ୍‌ ବ୍ରିଦ୍‌-୨ରେ ଅଭିଷେକ ବଚ୍ଚନଙ୍କ ସହ ଅଭିନୟ କରିଥିବା ଅମିତ ସାଦ ତାଙ୍କୁ ମନେ ପକାଇଛନ୍ତି।

ଅଭିଷେକଙ୍କୁ ମନେପକାଇ ଅମିତ ତାଙ୍କ ପାଇଁ ଏକ ସ୍ପେଶାଲ ପୋଷ୍ଟ ଲେଖିଛନ୍ତି। ଯେଉଁଥିରେ ସେ ତାଙ୍କ ପରିବାରବର୍ଗଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ଏଥିସହ ସେ ଲେଖିଛନ୍ତି, ଏହି ପୋଷ୍ଟଟି ମୋର ଜଣେ ବରିଷ୍ଠ, ଭାଇ ଓ ଅଭିଷେକ ବଚ୍ଚନଙ୍କ ପାଇଁ। ଯାହାଙ୍କୁ ମୁଁ ଫିଲ୍ମ ଗୁରୁ, ଯୁବା, ବଣ୍ଟି ଔର ବବଲିରୁ ଅତି ନିକଟରୁ ଦେଖିଆସୁଛି। ଅଭିଷେକ କେବେ ବି ଅନୁଭବ କରିବାକୁ ଦେଇନାହାନ୍ତି ଯେ, ସେ ଅଧିକ ଓ ମୁଁ କମ୍‌। ତେଣୁ ଶ୍ରେଷ୍ଠ ବରିଷ୍ଠ ହୋଇଥିବାରୁ ଅମିତ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆହୁରି ମଧ୍ୟ କହିଛନ୍ତି ଅଭିଷେକଙ୍କ ବିନା ବ୍ରିଦ୍‌-୨ରେ କବୀର ସାୱନ୍ତ ଭାବେ ତାଙ୍କ ଚରିତ୍ର ପୁରା ଅସମ୍ପୂର୍ଣ୍ଣ। ଏହି ସିରିଜ୍‌ ପାଇଁ ସମସ୍ତ ଖୁସି ଓ ସେଲିବ୍ରେସନ ଅଭିଷେକଙ୍କ ବିନା ଅଧୁରା। ତୁମେ ଓ ତୁମ ପରିବାର ଶୀଘ୍ର ସୁସ୍ଥ ହୋଇଯାଅ। ଫଳରେ ମୁଁ ତୁମକୁ ସାକ୍ଷାତ କରିପାରିବି ଏବଂ ଆଲିଙ୍ଗନ କରିପାରିବି ବୋଲି ସେ କହିଛନ୍ତି।

ଏଥିପାଇଁ, ଯଦି ମୋତେ ଦୁଇ ସପ୍ତାହ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼େ ତେବେ ପ୍ରସ୍ତୁତ। ମୁଁ ତୁମକୁ ଭେଟିବାକୁ ବହୁ ବ୍ୟାଗ୍ର ବୋଲି ଅମିତ କହିଛନ୍ତି। ଅପରପକ୍ଷେ ଅମିତଙ୍କ ଏହି ପୋଷ୍ଟର ଜବାବ ଦେଇଛନ୍ତି ଅଭିଷେକ। ସେ ଲେଖିଛନ୍ତି, ତୁମର ପ୍ରାର୍ଥନା ପାଇଁ ଧନ୍ୟବାଦ, ତୁମର ସଫଳତାକୁ ସେଲିବ୍ରେଟ କରିବାକୁ ସେଠାରେ ମୁଁ ଉପସ୍ଥିତ ନ ଥିବାରୁ ଦୁଃଖିତ। କିନ୍ତୁ ଖୁବ ଶୀଘ୍ର ଆମେ ମିଶି ଏହାକୁ ପାଳନ କରିବା। ତୁମେ ଜଣେ ବହୁ ଭଲ ବନ୍ଧୁ ଏବଂ ତୁମର ଆଲିଙ୍ଗନ ପାଇଁ ଆଉ ଅପେକ୍ଷା କରିପାରିବି ନାହିଁ ବୋଲି ଅଭିଷେକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୟଶଙ୍କରଙ୍କ ବଡ଼ ବୟାନ, କହିଲେ ମୂକଦର୍ଶକ ହୋଇ….

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱରେ ଜାରି ରହିଥିବା ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ସେ କହିଛନ୍ତି, ଯେକୌଣସି ସ୍ଥାନରେ…

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୫।୧୦: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ସୂଚନା ରହିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

ସମ୍ଭାବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ, ଜେଟିରେ ଲାଗିଲା ଆନ୍ଧ୍ର ଟ୍ରଲର

ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଭୀର ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ମାଛଧରା ଦୁଇ ଟ୍ରଲର ଆର୍ଯ୍ୟପଲ୍ଲୀ ଜେଟିରେ ସୁରକ୍ଷିତ…

ଖୋର୍ଦ୍ଧା ଜିଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ମୁଖ୍ୟାଳୟ ଛାଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି…

କ୍ରିକେଟ୍‌ ଜଗତରେ ଶୋକର ଛାୟା, ୧୮ ବର୍ଷରେ ଯୁବ କ୍ରିକେଟରଙ୍କ ପରଲୋକ

ଢ଼ାକା,୨୫।୧୦: ବାଂଲାଦେଶ କ୍ରିକେଟ୍‌ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯୁବ କ୍ରିକେଟର ମେହେଦୀ ହାସନ ହୃଦୟଙ୍କର ପରଲୋକ ହୋଇଛି । ସେ ଗତ…

ଘର ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟି ନେଲେ ୨୦ ଭରି ସୁନା ଅଳଙ୍କାର ସହ ସ୍କୁଟି

ଦିଗପହଣ୍ଡି,୨୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ ନଂ ଓ୍ବାର୍ଡ ପୁଞ୍ଜିକୟଁା ଛକ ବିଷଧର ନଗରରେ ରହୁଥିବା ପ୍ରଧାନଶିକ୍ଷକ ପଦ୍ମନ ଶବରଙ୍କ ଘର ଗ୍ରୀଲ୍‌…

ପ୍ରାକୃତିକ ବିପର୍ଯ୍ୟୟରେ ମହିଳାଙ୍କ ସୁରକ୍ଷା ଓ ଅନ୍ତର୍ଭୁକ୍ତୀକରଣ ଉପରେ କର୍ମଶାଳା

ଭଞ୍ଜନଗର, ୨୫ା୧୦ (ବାବୁଲା ପ୍ରଧାନ): ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ଅନ୍ତର୍ଭୁକ୍ତୀକରଣକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ…

ଉତ୍ସବ ମୁଖର ରିଷିଡ଼ା: ଭକ୍ତିମୟ ପରିବେଶରେ ମା’ ଗଜଲକ୍ଷ୍ମୀଙ୍କୁ ଆବାହନ ପାଇଁ ମହିଳାଙ୍କ…

ରିଷିଡ଼ା,୨୫ା୧୦(ସୁଶାନ୍ତ ମଲ୍ଲିକ): ଚତୁର୍ଦ୍ଦିଗରେ ଘଣ୍ଟ, ଘଣ୍ଟା, ହୁଳହୁଳି ଏବଂ ସଙ୍କୀର୍ତ୍ତନର ପ୍ରତିଧ୍ୱନି; ସାରା ପରିବେଶ ହୋଇପଡ଼ିଛି ଆଧ୍ୟାତ୍ମିକ ଏବଂ ଉତ୍ସବମୁଖର। ମା’ ଜଗଜ୍ଜନନୀ ମା’ ଗଜଲକ୍ଷ୍ମୀଙ୍କ ଆଗମନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?