ମୁହଁ ଖୋଲିଲେ ଅଭିଯୁକ୍ତ ସ୍ତ୍ରୀ

ଭୁବନେଶ୍ୱର, ୨୩ା୪(ବ୍ୟୁରୋ): ପରକୀୟା ପ୍ରୀତିକୁ ବିରୋଧ କରିବାରୁ ଇଞ୍ଜିନିୟର ସ୍ବାମୀଙ୍କୁ ହତ୍ୟା ପାଇଁ ସୁପାରି ଦେବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଦୁଇ ଥାନାରେ ଦୁଇ ମାମଲା ରୁଜୁ ହୋଇଥିବାବେଳେ ଗୁରୁବାର ମଞ୍ଚେଶ୍ୱର ଥାନା ପୋଲିସ ଇଞ୍ଜିନିୟରଙ୍କ ପୂର୍ବତନ ଡ୍ରାଇଭର ତଥା ତାଙ୍କ ସ୍ତ୍ରୀଙ୍କ ପ୍ରେମିକ ଅଶୋକ କୁମାର ସାହୁଙ୍କୁ ଗିରଫ କରିଛି। ଏଥିସହ ସ୍ତ୍ରୀ ସିଲ୍‌ସିଲା ବେହେରାଙ୍କ ସମେତ ଅନ୍ୟ କେତେଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏପରିସ୍ଥିତିରେ ଅଭିଯୁକ୍ତ ସ୍ତ୍ରୀ ସିଲ୍‌ସିଲା ଗଣମାଧ୍ୟମ ଆଗରେ ଶୁକ୍ରବାର ମୁହଁ ଖୋଲିବା ସହ ସ୍ବାମୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଅଶୋକଙ୍କୁ ତାଙ୍କ ସ୍ବାମୀ ଡ୍ରାଇଭର ଭାବେ ଆଣିଥିଲେ। ପୁରୀକୁ ବଦଳି ହେବା ପରେ ଅଶୋକଙ୍କୁ ଚାକିରି ଛାଡ଼ି ଘରୁ ଚାଲିଯିବାକୁ କହିଥିଲେ। ମୋ ସ୍ବାମୀ ଅନ୍ୟଜଣେ ବିଧବାଙ୍କୁ ବିବାହ କରିଛନ୍ତି। ତାଙ୍କର ୫ ବର୍ଷର ଝିଅଟିଏ ଅଛି। ଅନ୍ୟ ଝିଅଙ୍କ ସହ ତାଙ୍କର ଖରାପ ସମ୍ପର୍କ ରହିଛି। ଝିଅଙ୍କ ସହ ଅଶ୍ଳୀଳ ଚାଟ୍‌ କରନ୍ତି ବୋଲି ସେ କହିଛନ୍ତି। ସେପଟେ ତାଙ୍କ ୧୭ ବର୍ଷୀୟ ପୁଅ କହିଛନ୍ତି, ଅଶୋକ ହେଉଛନ୍ତି ତାଙ୍କ ସମ୍ପର୍କୀୟ ମାମୁଁ। ଘଟଣା ପାଇଁ ନିଜ ବାପାଙ୍କୁ ସେ ଏଥିପାଇଁ ଦୋଷ ଦେଇଛନ୍ତି। ଗଣମାଧ୍ୟମରେ ଏହି ଖବର ପ୍ରକାଶ ହେବା ପରେ ତାଙ୍କ ପଢ଼ାରେ ବାଧା ସୃଷ୍ଟି ହେଉଥିବା ସେ କହିଛନ୍ତି। ତେବେ ପୋଲିସ ଅଭିଯୁକ୍ତ ସ୍ତ୍ରୀ, ହତ୍ୟା ପାଇଁ ଟଙ୍କା ନେଇଥିବା ଜିତେନ୍ଦ୍ର ପ୍ରଧାନ ଓ ସହଯୋଗୀଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିବାବେଳେ ସିଲ୍‌ସିଲାଙ୍କ ପାଲଟା ଅଭିଯୋଗ ମାମଲାକୁ ଭିନ୍ନ ମୋଡ଼ ଦେଇଛି। ଏନେଇ ସାଧାରଣରେ ନାନା ଚର୍ଚ୍ଚା ଲାଗିରହିଛି। ସିଲ୍‌ସିଲା ନିଜକୁ ବଞ୍ଚାଇବା ପାଇଁ ମିଛ କହୁଥିବା ପୋଲିସ ସନ୍ଦେହ କରୁଛି। ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଆମେ ଗିରଫ କରିବୁ। ସମସ୍ତଙ୍କ ବୟାନକୁ ରେକର୍ଡ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri