ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ସମ୍ବଲପୁର,୩ା୩(ବ୍ୟୁରୋ): ସମ୍ବଲପୁର ଜିଲା ଫ୍ୟାମିଲି କୋର୍ଟରେ ଦୁଇବର୍ଷ ପୂର୍ବରୁ ଘଟିଥିବା ବହୁଚର୍ଚ୍ଚିତ ସଙ୍ଗୀତା ଚୌଧୁରୀ ହତ୍ୟାକାଣ୍ଡର ମଙ୍ଗଳବାର ରାୟ ପ୍ରକାଶ ପାଇଛି। ଜିଲା ଦୌରାଜଜ୍‌ ବିଭୂତି ନାରାୟଣ ମହାନ୍ତି ଏହି ରାୟ ଶୁଣାଇଛନ୍ତି। କୋର୍ଟ ପରିସରରେ ଅଭିଯୁକ୍ତ ଓ ଅପରପକ୍ଷ ଓକିଲ ଉପସ୍ଥିତ ଥିବାବେଳେ ଅଭିଯୁକ୍ତ ରମେଶ କୁମ୍ଭାର ଭିଡିଓ କନ୍‌ଫରେନ୍ସିଂରେ ମଣ୍ଡଳ କାରାଗାରରେ ରହି ରାୟ ଶୁଣିଥିଲେ ବୋଲି ସରକାରୀ ଓକିଲ (କ୍ୟାଡର ପିପି) ଦୀପ୍ତିରଞ୍ଜନ ଶଣ୍ଢ କହିଛନ୍ତି। ସେ କହିଛନ୍ତି, ହତ୍ୟା ମାମଲାରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟ ୨ବର୍ଷ ଅଧିକ ଜେଲଦଣ୍ଡ ହେବ। ହତ୍ୟା ଉଦ୍ୟମରେ ୭ବର୍ଷ ଜେଲଦଣ୍ଡ ସହ ୫ହଜାର ଜରିମାନା କରାଯାଇଛି। ଅନାଦାୟ ହେଲେ ୧ ବର୍ଷ ଅଧିକ ଜେଲ ଦଣ୍ଡ ରହିଛି। ସେହିପରି ଆଇପିସି ଦଫା ୪୪୯ରେ ୫ବର୍ଷ, ୩୨୩ରେ ୬ ମାସ ଜେଲ ଦଣ୍ଡାଦେଶ ହୋଇଛି। ଜରିମାନା ଟଙ୍କା ମୃତା ସଙ୍ଗୀତାଙ୍କ ମାଆ ଲଳିତାଙ୍କୁ ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୁକ୍ତ ରମେଶଙ୍କ ଓକିଲ ସୁବାସ ପ୍ରଧାନ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

 

କିଭଳି ଘଟିଥିଲା ଘଟଣା
୨୦୧୮ ଏପ୍ରିଲ ୨୩ରେ ସକାଳୁଆ କୋର୍ଟ ଚାଲିଥାଏ। ସାଢେ ୮ଟା ସମୟରେ ସିନ୍ଦୂରପଙ୍କ ଗ୍ରାମର ରମେଶ କୁମ୍ଭାର(୨୫) କୋର୍ଟ ରୁମ୍‌କୁ ଆସିଥିଲେ। କୋର୍ଟ ଭିତରେ ପୂର୍ବରୁ ସଙ୍ଗୀତା ଚୌଧୁରୀ (୧୯), ମାଆ ଲଳିତା (୪୦), ସଙ୍ଗୀତାଙ୍କ ବଡଭଉଣୀଙ୍କ ଝିଅ ଶିବାନୀ (୪) ରହିଥିଲେ। ଉଭୟପକ୍ଷ ଆପୋସ ବୁଝାମଣା ପାଇଁ ଓକିଲଙ୍କ ସହ ଆଲୋଚନା କରୁଥିଲେ। ହଠାତ୍‌ ରମେଶ ସାଙ୍ଗରେ ଆଣିଥିବା ଖଣ୍ଡା ବାହାର କରି ସଙ୍ଗୀତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ଏହାକୁ ବିରୋଧ କରି ଲଳିତା ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଛୋଟଝିଅ ଶିବାନୀ ମଧ୍ୟ ବାଦ୍‌ପଡି ନ ଥିଲେ। ଆକ୍ରମଣ କରି ରମେଶ ଫେରାର ହୋଇଯାଉଥିବା ବେଳେ ଆଇନଜୀବୀ ପ୍ରକାଶ ତ୍ରିପାଠୀ ଓ ଅନ୍ୟ କେତେଜଣ ଲୋକ ତାଙ୍କୁ ଅଟକାଇ ପୋଲିସ ଜିମା ଦେଇଥିଲେ। ସାଇଣ୍ଟିଫିକ ଟିମ୍‌ ପହଞ୍ଚତ୍ ନମୁନା ସଂଗ୍ରହ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ଭିମସାରରେ ସଙ୍ଗୀତାଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସା ପରେ ଲଳିତା ସୁସ୍ଥ ହୋଇ ଘରକୁ ଫେରିଥିଲେ। ଟାଉନ ଥାନାରେ ଆଇପିସି ଦଫା ୩୦୨, ୩୦୭ରେ ଏକ ମାମଲା (ନଂ.୧୪୭/୧୮) ରୁଜୁ ହୋଇଥିଲା।
ସୂଚନାଯୋଗ୍ୟ ଯେ, ୨୦୧୭ରେ ଅଭିଯୁକ୍ତ ରମେଶ ସଙ୍ଗୀତାଙ୍କ ସହ ଫେରାର ହୋଇଯାଇଥିଲେ। ୩ମାସ ପରେ ଉଭୟ ଫେରି ସିନ୍ଦୂରପଙ୍କ ଘରେ ରହୁଥିଲେ। କିଛିଦିନ ପରେ ସଙ୍ଗୀତାଙ୍କୁ ପରିବାର ଲୋକେ ବୁଝାଶୁଝା କରି ଘରକୁ ଆଣିଥିଲେ। ପରେ ରମେଶ ତାଙ୍କ ଝିଅକୁ ଅପହରଣ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୫୭/୧୭) ରୁଜୁ କରି ରମେଶଙ୍କୁ କୋର୍ଟ ଚାଲାଣ କରିଥିଲା। ପରେ ତାଙ୍କୁ ଜେଲ୍‌ ଯିବାକୁ ପଡିଥିଲା। ପ୍ରାୟ ୩ମାସ ପରେ ରମେଶ ଜାମିନରେ ଆସିଥିଲେ। ପ୍ରେମରେ ବିଫଳ ହେବା ଓ ତାଙ୍କ ନାମରେ କେସ୍‌କୁ ନେଇ ସେ ଚିନ୍ତାରେ ରହୁଥିଲେ। ୨୦୧୮ ଫେବୃୟାରୀରେ ସଙ୍ଗୀତାଙ୍କ ବିବାହ ପରିବାର ଲୋକେ ଅନ୍ୟ ସ୍ଥାନରେ ଠିକ୍‌ କରିଥିଲେ। ଏହାପରେ ରମେଶ ନ୍ୟାୟ ପାଇଁ ଫ୍ୟାମିଲି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri