ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ

କେନ୍ଦୁଝର, ୨୩ା୬,(ଡି.ଏନ୍‌.ଏ.):  କେନ୍ଦୁଝର ଜିଲା ଘଟଗାଁ ଥାନା ବଡଜାମୁପଶି ଠାରେ ଜଣେ ମହିଳାଙ୍କ ମୁଣ୍ଡରେ ପଥର ଛେଚି ହତ୍ୟା ଉଦ୍ୟମ ଘଟଣାରେ ବୁଧବାର ରାୟ ପ୍ରକାଶ ପାଇଛି। କେନ୍ଦୁଝର ସିଜେଏମ୍‌ ରଞ୍ଜୁଲତା ଲେଙ୍କା ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ ସହିତ ୩ ହଜାର ଟଙ୍କା ଜରିମାନା ଅଦେଶ ଦେଇଛନ୍ତି। ସୂଚନା ଅନୁସାରେ, ୨୦୧୯ ମସିହାରେ ବଡଜାମୁପଶି ଗ୍ରାମର କସ୍ତୁରୀ ମହାନ୍ତଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଲମ୍ବୋଦର ମହାନ୍ତ ତାଙ୍କ ମୁଣ୍ଡ ଏବଂ ପିଠିରେ ପଥର କଚାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଘଟଗାଁ ପୋଲିସ ଏକ ମାମଲା ରୁଜୁ କରିଥିଲା। ଏହି ମାମଲା କେନ୍ଦୁଝର ସିଜେଏମ୍‌ କୋର୍ଟରେ ବିଚାର ଚାଲିଥିଲା। ୯ ଜଣ ସାକ୍ଷୀ ପ୍ରମାଣକୁ ଭିତ୍ତିକରି ସିଜେଏମ୍‌ ଲେଙ୍କା ଏହି ଦଣ୍ଡାଦେଶ ଶୁଣାଇଛନ୍ତି।