ଅଭିଯୁକ୍ତଙ୍କ କଥାରେ ରହୁନି ତାଳମେଳ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ପଚରଉଚରା କରୁଛି ଇନ୍‌ଫୋସିଟି ଥାନା ପୋଲିସ। ଗୁରୁବାର ରିମାଣ୍ଡ ଅବଧି ସରୁଥିବାବେଳେ ପୋଲିସ ହାତରେ ମାତ୍ର ଆଉ ଗୋଟିଏ ଦିନ ରହିଛି। ତେଣୁ ଯେ କୌଣସି ଉପାୟରେ ଅଭିଯୁକ୍ତଙ୍କ ମୁହଁରୁ ପୂରା ଘଟଣାର ଟିକିନିଖି ବାହାର କରିବାକୁ ପୋଲିସ ଚେଷ୍ଟା କରୁଛି। ହେଲେ ଅଭିଯୁକ୍ତଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ପୋଲିସ ଦ୍ୱନ୍ଦ୍ୱରେ ପଡିଛି। ଏଯାଏ ମୁଖ୍ୟ ଅଭିଯୁକ୍ତ କିଏ ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ଅନେକ ପ୍ରଶ୍ନର ଉତ୍ତର ପୋଲିସ ପାଇଁ ରହସ୍ୟ ହୋଇ ରହିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।
୩ ଅଭିଯୁକ୍ତ ନୟାପଲ୍ଲୀ ଥାନା ଅଞ୍ଚଳରେ ରହୁଥିବା କେନ୍ଦ୍ରାପଡ଼ା ରାଜନଗରର ଅମ୍ରିତ ପ୍ରୀତମ ବିଶ୍ୱାଳ, କନ୍ଧମାଳ ଜିଲା ଫୁଲବାଣୀ ଟାଉନ ଥାନା ଅମଲାପଡ଼ାର ଦୀନେଶ କୁମାର ମହାପାତ୍ର ଓରଫ ଲିଟୁ ଓ ପିଅନପଡ଼ାର ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନାଙ୍କୁ ଘନ ଘନ ଜେରା କରାଯାଉଛି। କେତେବେଳେ ଜଣଜଣ କରି ତ ଆଉ କେତେବେଳେ ସାମ୍ନାସାମ୍ନି ଜେରା କରୁଛି। ତେବେ ଦୀନେଶ, ମୃତ୍ୟୁଞ୍ଜୟ ଭୁବନେଶ୍ୱରରେ ନୂଆ ଥିବାରୁ ଉଭୟେ ରାସ୍ତାଘାଟ ବିଶେଷ ଜାଣିନାହାନ୍ତି। ଅମ୍ରିତ ଜାଣିଥିଲେ ସୁଦ୍ଧା ସେଦିନ ରାତିରେ ସମସ୍ତେ ନିଶାସକ୍ତ ଥିଲେ। ତେଣୁ କେଉଁଠି ଠେଲାପେଲା ହେଲା କିପରି ହେଲା ସେମାନେ କେହି କିଛି କହିପାରୁ ନାହାନ୍ତି। ଫଳରେ ହତ୍ୟାକାଣ୍ଡରେ ପ୍ରମାଣ ଯୋଗାଡ କରିବା ପୋଲିସ ପାଇଁ କାଠିକର ପାଠ ହୋଇଛି। ଯଦି କେହି ପ୍ରତ୍ୟକ୍ଷଦର୍ଶୀ ଥାଆନ୍ତେ, ହୁଏତ ପୋଲିସ ପାଇଁ ସହଜ ହୋଇପାରିଥାନ୍ତା। କେବଳ ଅଭିଯୁକ୍ତଙ୍କୁ ଓଦା ଡ୍ରେସରେ ଦେଖିଥିବା ଜଣେ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିଙ୍କ ବୟାନକୁ ପୋଲିସ ରେକର୍ଡ କରିଛି। ଏହା ହତ୍ୟାର ଦୃଢ଼ ପ୍ରମାଣ ହୋଇ ନ ଥିବାରୁ ପୋଲିସ ସିନ୍‌ ରିକ୍ରିଏଶନ କରିବାକୁ ଯୋଜନା କରିଥିଲା। କିନ୍ତୁ ଅଭିଯୁକ୍ତମାନେ କିଛି ସ୍ପଷ୍ଟ କହିପାରୁ ନ ଥିବାରୁ ସିନ୍‌ ରିକ୍ରିଏଶନ କରାଯିବ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅପରପକ୍ଷରେ ବ୍ୟବଚ୍ଛେଦର ଚୂଡ଼ାନ୍ତ ରିପୋର୍ଟ, ଭିସେରା ଓ ଡାଏଟମ୍‌ ରିପୋର୍ଟ ମଧ୍ୟ ପୋଲିସକୁ ମିଳିପାରି ନାହିଁ। ଏ ସମସ୍ତ ରିପୋର୍ଟ ଚାର୍ଜସିଟ୍‌ର ବଳିଷ୍ଠ ତଥ୍ୟ ଭାବରେ ଧରାଯାଉଥିବାରୁ ପୋଲିସ ତାହାକୁ ଅପେକ୍ଷା କରିଛି।
ଗତ ୯ ତାରିଖ ଅପରାହ୍ଣ ୫ଟାରେ ମନୀଷଙ୍କୁ ଅଭିଯୁକ୍ତ ଅମ୍ରିତ ଫୋନ କରି ଡାକିବା ସହ ୨ସାଙ୍ଗ ମୃତ୍ୟୁଞ୍ଜୟ ଓ ଦୀନେଶଙ୍କ ସହ ଏକ ବ୍ୟାଚଲର ପାର୍ଟିରେ ଯିବାକୁ କହି କାରରେ ନେଇଥିଲେ। ବିଳମ୍ବିତ ରାତିରେ ପାତ୍ରପଡ଼ାସ୍ଥିତ ସାଉଥ ସିଟି ହୋଟେଲ ଆଣ୍ଡ ବାର୍‌ରେ ବିଲ୍‌ ଦେବାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରେ ମନୀଷ ମା’ଙ୍କୁ ଫୋନ୍‌ କରି ଅନ୍‌ଲାଇନରେ ୮ହଜାର ଟଙ୍କା ମଗାଇ ବିଲ୍‌ ଦେଇ ରାତି ୩ଟା ୨୯ରେ ହୋଟେଲରୁ ଏକାକୀ ବାହାରିଯାଇଥିଲେ। ଅଭିଯୁକ୍ତମାନେ ବାଟରେ ତାଙ୍କ ସହ ଧସ୍ତା ଧସ୍ତି କରିଥିଲେ। ମନୀଷଙ୍କର ମୃତ୍ୟୁ ଘଟିବାରୁ ଅଭିଯୁକ୍ତମାନେ ମୃତଦେହକୁ ପୋଖରୀରେ ଫିଙ୍ଗିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ୟ T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି; ବୁମରା-ଅକ୍ଷର ବାଦ୍

ଧର୍ମଶାଳା,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ତୃତୀୟ ମୁକାବିଲା ରବିବାର ଧର୍ମଶାଳାରେ ଖେଳାଯାଉଛି। ଭାରତୀୟ ଦଳର...

Video: ଅନ୍ଧାଧୁନ କରିଚାଲିଥିଲେ ଗୁଳିମାଡ଼, ମାଡି ବସିଲେ ସାହାସୀ ଯୁବକ

ସିଡନୀ,୧୪।୧୨: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବିଚ୍ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡ ଯୋଗୁ ଆତଙ୍କ ଖେଳିଯାଇଛି। ଦୁଇଜଣ ବନ୍ଧୁକଧାରୀଙ୍କ ଅନ୍ଧାଧୁନ ଗୁଳିମାଡ଼ ଭିତରେ ଜଣେ...

ନୀତିନ ନବୀନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୧୨: ନୀତିନ ନବୀନ ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ନୀତିନ ନବୀନ ଜଣେ ଯୁବ ନେତା...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

‘ଛାତ୍ରୀଛାତ୍ର ଭଲ ମଣିଷ ହୋଇ ଦେଶର ନାଁ ରଖନ୍ତୁ’

ଭୁବନେଶ୍ୱର,୧୪ା୧୨: ଭୁବନେଶ୍ୱର ଉପକଣ୍ଠସ୍ଥ ଭରତପୁର ଥାନା ଅନ୍ତର୍ଗତ ଦୁର୍ଗାମାଧବ ନଗର (ଶ୍ୟାମପୁର ମୌଜା)ଭରତପୁରଠାରେ ଅବସ୍ଥିତ ବୀଣାଭାରତୀ ବିଦ୍ୟାମନ୍ଦିରର ୨୫ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ୩...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri