ଅଭିଯୁକ୍ତଙ୍କ କଥାରେ ରହୁନି ତାଳମେଳ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ପଚରଉଚରା କରୁଛି ଇନ୍‌ଫୋସିଟି ଥାନା ପୋଲିସ। ଗୁରୁବାର ରିମାଣ୍ଡ ଅବଧି ସରୁଥିବାବେଳେ ପୋଲିସ ହାତରେ ମାତ୍ର ଆଉ ଗୋଟିଏ ଦିନ ରହିଛି। ତେଣୁ ଯେ କୌଣସି ଉପାୟରେ ଅଭିଯୁକ୍ତଙ୍କ ମୁହଁରୁ ପୂରା ଘଟଣାର ଟିକିନିଖି ବାହାର କରିବାକୁ ପୋଲିସ ଚେଷ୍ଟା କରୁଛି। ହେଲେ ଅଭିଯୁକ୍ତଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ପୋଲିସ ଦ୍ୱନ୍ଦ୍ୱରେ ପଡିଛି। ଏଯାଏ ମୁଖ୍ୟ ଅଭିଯୁକ୍ତ କିଏ ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ଅନେକ ପ୍ରଶ୍ନର ଉତ୍ତର ପୋଲିସ ପାଇଁ ରହସ୍ୟ ହୋଇ ରହିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।
୩ ଅଭିଯୁକ୍ତ ନୟାପଲ୍ଲୀ ଥାନା ଅଞ୍ଚଳରେ ରହୁଥିବା କେନ୍ଦ୍ରାପଡ଼ା ରାଜନଗରର ଅମ୍ରିତ ପ୍ରୀତମ ବିଶ୍ୱାଳ, କନ୍ଧମାଳ ଜିଲା ଫୁଲବାଣୀ ଟାଉନ ଥାନା ଅମଲାପଡ଼ାର ଦୀନେଶ କୁମାର ମହାପାତ୍ର ଓରଫ ଲିଟୁ ଓ ପିଅନପଡ଼ାର ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନାଙ୍କୁ ଘନ ଘନ ଜେରା କରାଯାଉଛି। କେତେବେଳେ ଜଣଜଣ କରି ତ ଆଉ କେତେବେଳେ ସାମ୍ନାସାମ୍ନି ଜେରା କରୁଛି। ତେବେ ଦୀନେଶ, ମୃତ୍ୟୁଞ୍ଜୟ ଭୁବନେଶ୍ୱରରେ ନୂଆ ଥିବାରୁ ଉଭୟେ ରାସ୍ତାଘାଟ ବିଶେଷ ଜାଣିନାହାନ୍ତି। ଅମ୍ରିତ ଜାଣିଥିଲେ ସୁଦ୍ଧା ସେଦିନ ରାତିରେ ସମସ୍ତେ ନିଶାସକ୍ତ ଥିଲେ। ତେଣୁ କେଉଁଠି ଠେଲାପେଲା ହେଲା କିପରି ହେଲା ସେମାନେ କେହି କିଛି କହିପାରୁ ନାହାନ୍ତି। ଫଳରେ ହତ୍ୟାକାଣ୍ଡରେ ପ୍ରମାଣ ଯୋଗାଡ କରିବା ପୋଲିସ ପାଇଁ କାଠିକର ପାଠ ହୋଇଛି। ଯଦି କେହି ପ୍ରତ୍ୟକ୍ଷଦର୍ଶୀ ଥାଆନ୍ତେ, ହୁଏତ ପୋଲିସ ପାଇଁ ସହଜ ହୋଇପାରିଥାନ୍ତା। କେବଳ ଅଭିଯୁକ୍ତଙ୍କୁ ଓଦା ଡ୍ରେସରେ ଦେଖିଥିବା ଜଣେ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିଙ୍କ ବୟାନକୁ ପୋଲିସ ରେକର୍ଡ କରିଛି। ଏହା ହତ୍ୟାର ଦୃଢ଼ ପ୍ରମାଣ ହୋଇ ନ ଥିବାରୁ ପୋଲିସ ସିନ୍‌ ରିକ୍ରିଏଶନ କରିବାକୁ ଯୋଜନା କରିଥିଲା। କିନ୍ତୁ ଅଭିଯୁକ୍ତମାନେ କିଛି ସ୍ପଷ୍ଟ କହିପାରୁ ନ ଥିବାରୁ ସିନ୍‌ ରିକ୍ରିଏଶନ କରାଯିବ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅପରପକ୍ଷରେ ବ୍ୟବଚ୍ଛେଦର ଚୂଡ଼ାନ୍ତ ରିପୋର୍ଟ, ଭିସେରା ଓ ଡାଏଟମ୍‌ ରିପୋର୍ଟ ମଧ୍ୟ ପୋଲିସକୁ ମିଳିପାରି ନାହିଁ। ଏ ସମସ୍ତ ରିପୋର୍ଟ ଚାର୍ଜସିଟ୍‌ର ବଳିଷ୍ଠ ତଥ୍ୟ ଭାବରେ ଧରାଯାଉଥିବାରୁ ପୋଲିସ ତାହାକୁ ଅପେକ୍ଷା କରିଛି।
ଗତ ୯ ତାରିଖ ଅପରାହ୍ଣ ୫ଟାରେ ମନୀଷଙ୍କୁ ଅଭିଯୁକ୍ତ ଅମ୍ରିତ ଫୋନ କରି ଡାକିବା ସହ ୨ସାଙ୍ଗ ମୃତ୍ୟୁଞ୍ଜୟ ଓ ଦୀନେଶଙ୍କ ସହ ଏକ ବ୍ୟାଚଲର ପାର୍ଟିରେ ଯିବାକୁ କହି କାରରେ ନେଇଥିଲେ। ବିଳମ୍ବିତ ରାତିରେ ପାତ୍ରପଡ଼ାସ୍ଥିତ ସାଉଥ ସିଟି ହୋଟେଲ ଆଣ୍ଡ ବାର୍‌ରେ ବିଲ୍‌ ଦେବାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରେ ମନୀଷ ମା’ଙ୍କୁ ଫୋନ୍‌ କରି ଅନ୍‌ଲାଇନରେ ୮ହଜାର ଟଙ୍କା ମଗାଇ ବିଲ୍‌ ଦେଇ ରାତି ୩ଟା ୨୯ରେ ହୋଟେଲରୁ ଏକାକୀ ବାହାରିଯାଇଥିଲେ। ଅଭିଯୁକ୍ତମାନେ ବାଟରେ ତାଙ୍କ ସହ ଧସ୍ତା ଧସ୍ତି କରିଥିଲେ। ମନୀଷଙ୍କର ମୃତ୍ୟୁ ଘଟିବାରୁ ଅଭିଯୁକ୍ତମାନେ ମୃତଦେହକୁ ପୋଖରୀରେ ଫିଙ୍ଗିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri