ଦୂର ହେଉନି ଆବାସ ଦ୍ୱନ୍ଦ୍ୱ

ରସୁଲପୁର,୧୦ା୩(ଡି.ଏନ.ଏ.):ରସୁଲପୁର ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତପୁର ପଞ୍ଚାୟତ ଦିଆନଚକ ଗ୍ରାମର ଲୋକନାଥ ସ୍ବାଇଁଙ୍କ ପରିବାର ପଲିଥିନ ତଳେ ବାସ କରୁଛନ୍ତି। ଲୋକନାଥ ଆବାସ ପାଇଁ ୨ବର୍ଷ ହେଲା ବ୍ଲକ୍‌ କାର୍ଯ୍ୟାଳୟରେ ଟଙ୍କା ଫେରସ୍ତ କରି ଆସିଛନ୍ତି। ହେଲେ ପକ୍କା ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳି ପାରୁନାହିଁ। ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ାଦୌଡ଼ି କରି ସେ ନିରାଶ ହେଉଛନ୍ତି। ଘର ଖଣ୍ଡିଏ ନିର୍ମାଣ କରିବାକୁ ସାମର୍ଥ୍ୟ ନ ଥିବାରୁ ଲୋକନାଥ ପରିବାର ସରକାରଙ୍କ ହାତଟେକାକୁ ଚାହିଁ ବସିଛନ୍ତି। ତେଣେ ସରକାରୀ ଆବାସକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇପାରୁ ନ ଥିବାରୁ ବ୍ଲକ ଅଞ୍ଚଳରେ ୪୦ରୁ ଅଧିକ ହିତାଧିକାରୀ ଆବାସ ପାଇଁ ଚାହିଁ ବସିଛନ୍ତି।
୨୦୦୪/୦୫ ଆର୍ଥିକ ବର୍ଷରେ ଲୋକନାଥଙ୍କୁ ଇନ୍ଦିରା ଆବାସ ପାଇଁ କାର୍ଯ୍ୟାଦେଶ ମିଳିଥିଲା, ଯାହାର ମୂଲ୍ୟ ୩୫ହଜାର ଟଙ୍କା ଥିଲା। ସେତେବେଳ ପ୍ରଥମ କିସ୍ତିରେ ହିତାଧିକାରୀଙ୍କୁ ୫ହଜାର ଟଙ୍କା ମିଳିଥିଲା। ଉକ୍ତ ଟଙ୍କାକୁ ବ୍ୟୟକରି ସେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ତାଙ୍କୁ ଆଉ ୧୦ହଜାର ଟଙ୍କା ମିଳିଥିଲା। ତେବେ ପରିବାରରେ ମେଡିକାଲ ସମସ୍ୟା ଯୋଗୁ ସେ ପାଇଥିବା ୧୦ହଜାର ଟଙ୍କାକୁ ଘର କାମରେ ଖର୍ଚ୍ଚ ନ କରି ଔଷଧ କିଣିବା ବାବାଦକୁ ଖର୍ଚ୍ଚ କରିଦେଲେ। ଘର କାମ ଭୁଇଁରୁ ଉଠି ପାରିଲା ନାହିଁ। ଏହାରି ଭିତରେ ୧୮ବର୍ଷ ବିତି ସାରିଲାଣି। ସରକାରଙ୍କ ଘୋଷଣା ମୁତାବକ, ଘର ପାଇଁ ଟଙ୍କା ଫେରସ୍ତ କରିସାରିଛନ୍ତି। ଟଙ୍କା ଫେରାଇଲେ ସେମାନଙ୍କୁ ନୂଆ ଦରରେ ଆବାସ ପାଇଁ କାର୍ଯ୍ୟାଦେଶ ମିଳିବ। ଏହାଜାଣି ସେ ୨ବର୍ଷ ତଳେ ଧାରକରଜ କରି ବ୍ଲକକୁ ଟଙ୍କା ଫେରସ୍ତ କରି ଆସିଛନ୍ତି। ହେଲେ ଏଯାଏ ତାଙ୍କୁ ଆବାସ ମିଳି ପାରିନାହିଁ। ଲୋକନାଥଙ୍କ ପରିବାରର ୪ଜଣ ଭଙ୍ଗା କୁଡ଼ିଆରେ ଜୀବନ ବିତାଉଛନ୍ତି। ପରିବାରର ଆର୍ଥତ୍କ ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିବାରୁ ଲୋକନାଥ ଓ ତାଙ୍କ ପୁଅ ଉଭୟ ସୁଦୂର ବାଙ୍ଗାଲୋରସ୍ଥିତ ଏକ ସପିଂ ମହଲରେ କାମ କରୁଛନ୍ତି। ସେଥିରୁ ଯାହାକିଛି ରୋଜଗାର ହେଉଛି କେବଳ ଘର ଚଳିବା ସମ୍ଭବପର ହୋଇପାରୁଛି। ଘର ଖଣ୍ଡିଏ କରିବାକୁ ସକ୍ଷମ ଓ ସମ୍ବଳ ନ ଥିବା ଲୋକନାଥଙ୍କ ସ୍ତ୍ରୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବ୍ଲକ୍‌ ପ୍ରଶାସନର ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri