କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ ୧୯୫୭ ମସିହାରେ ଭୂକକ୍ଷକୁ ପ୍ରଥମ କୃତ୍ରିମ ଉପଗ୍ରହ ସ୍ଫୁଟନିକ ପ୍ରେରଣ କରିବା ପରଠାରୁ ଏହାର ସଂଖ୍ୟା ବଢ଼ିଚାଲିଛି। ପ୍ରଥମ ମହାକାଶ ଅଭିଯାନରେ ରୁଷିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା ଏବଂ ଏହି ଦୁଇ ଦେଶ ଅନେକ ଉପଗ୍ରହ ପ୍ରେରଣ କରିଥିଲେ। ପରେ ଅନେକ ଦେଶ ନିଜ ନିଜର ଉପଗ୍ରହକୁ ପ୍ରେରଣ କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଅନେକ ବେସରକାରୀ ସଂସ୍ଥା ମହାକାଶ ଅଭିଯାନରେ ସାମିଲ ହୋଇ ଅନେକ ଉପଗ୍ରହ ପଠାଇଛନ୍ତି। ଫଳରେ ପୃଥିବୀ କକ୍ଷରେ ଉପଗ୍ରହ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି।
ମହାକାଶ ଅଭିଯାନର ଆରମ୍ଭରେ ବିଜ୍ଞାନ ଜିଜ୍ଞାସା ଏହାର ଏକମାତ୍ର ଉଦ୍ଦେଶ୍ୟ ଥିଲା। ମହାକାଶରେ ବିଭିନ୍ନ ବସ୍ତୁପିଣ୍ଡରୁ ଆଲୋକ ଆମ ପାଖରେ ପହଞ୍ଚତ୍ବାରେ ପୃଥିବୀର ବାୟୁମଣ୍ଡଳ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରିଥାଏ। ଉଦାହରଣସ୍ବରୂପ, ବସ୍ତୁପିଣ୍ଡଗୁଡ଼ିକରୁ ନିର୍ଗତ ହେଉଥିବା ଆଲୋକ ଚୁମ୍ବକୀୟ ବର୍ଣ୍ଣାଳୀର ଅତିବାଇଗଣୀ ରଶ୍ମି, ଗାମା ରଶ୍ମି ଆଦି ବାୟୁମଣ୍ଡଳ ଦ୍ୱାରା ଅବଶୋଷିତ ହୋଇଯାଏ। ଏଣୁ ପୃଥିବୀର ବାୟୁମଣ୍ଡଳ ବାହାରେ ବସ୍ତୁପିଣ୍ଡଗୁଡ଼ିକୁ ବିଭିନ୍ନ ବିକିରଣରେ ଅଧ୍ୟୟନ କରିବା ସହଜ ହେବ। ଏଥିପାଇଁ ମଧ୍ୟ ପୃଥିବୀ କକ୍ଷରେ କେତେଗୁଡ଼ିଏ ଦୂରବୀକ୍ଷଣ ଯନ୍ତ୍ର ଅବସ୍ଥାପନ କରାଯାଇଛି। କେତୋଟିର ଉଦାହରଣ ହେଉଛି-ଚନ୍ଦ୍ରା ମହାକାଶ ଦୂରବୀକ୍ଷଣ ଯନ୍ତ୍ର, ହବଲ୍‌ ମହାକାଶ ଦୂରବୀକ୍ଷଣ ଯନ୍ତ୍ର ଏବଂ ଜେମ୍‌ସ ଓ୍ବେବ୍‌ ମହାକାଶ ଦୂରବୀକ୍ଷଣ ଯନ୍ତ୍ର ଇତ୍ୟାଦି। ଏଗୁଡ଼ିକ ଦ୍ୱାରା ଅନେକ ଗ୍ରହ, ନକ୍ଷତ୍ର ଓ ଗାଲାକ୍ସିକୁ ଆବିଷ୍କାର କରାଯାଇଛି।
ବିଜ୍ଞାନ ଜିଜ୍ଞାସା ବ୍ୟତୀତ କୃତ୍ରିମ ଉପଗ୍ରହର ଅନେକ ମାନବୋପଯୋଗୀ ବ୍ୟବହାର ଅଛି। ଯୋଗାଯୋଗ ଉପଗ୍ରହ ଦ୍ୱାରା ରେଡିଓ, ଟେଲିଭିଜନ ପ୍ରସାରଣ ହେବା ସହିତ ଟେଲିଫୋନ୍‌ ସୁବିଧା ରହିଛି। ଦୂର ସଂବେଦୀ ଉପଗ୍ରହ ଦ୍ୱାରା ପୃଥିବୀର ଯେ କୌଣସି ସ୍ଥାନର ସର୍ବେକ୍ଷଣ ହୋଇପାରୁଛି ଏବଂ ପୃଥିବୀର ବିଭିନ୍ନ ସମ୍ପଦର ସୂଚନା ମିଳୁଛି। ପାଣିପାଗ ଉପଗ୍ରହ ଦ୍ୱାରା ଆଗତୁରା ପାଣିପାଗ ସୂଚନା ମିଳିପାରୁଛି। ଜିପିଏସ୍‌ ସାହାଯ୍ୟରେ ପୃଥିବୀର ଯେ କୌଣସି ସ୍ଥାନର ଅବସ୍ଥିତି ଜାଣିହେଉଛି। ଉପଗ୍ରହର ବିବିଧ ଉପକାରିତା ଯୋଗୁ ଅନେକ ଦେଶ ଏଥିରେ ଭାଗ ନେଉଛନ୍ତି।
ପ୍ରଥମ ଉପଗ୍ରହ ପ୍ରେରଣଠାରୁ ବର୍ତ୍ତମାନ ୭୦ବର୍ଷ ମଧ୍ୟରେ ଭୂକକ୍ଷକୁ ହଜାର ହଜାର ଉପଗ୍ରହ ପଠାଯାଇଛି ଏବଂ ପ୍ରତିବର୍ଷ ଏହାର ସଂଖ୍ୟା ବଢ଼ୁଛି। ୧୯୫୭ ମସିହାରୁ ୨୦୧୦ ମସିହା ପର୍ଯ୍ୟନ୍ତ ବର୍ଷକୁ ୫୦ରୁ ୧୧୦ ମଧ୍ୟରେ ଉପଗ୍ରହ ଉତ୍‌କ୍ଷେପଣ କରାଯାଉଥିଲା। କିନ୍ତୁ ଏହାପରେ ସ୍ପେଶଏକ୍ସ ଭଳି ବେସରକାରୀ ସଂସ୍ଥାର ଆଗମନ ପରେ ଏହାର ସଂଖ୍ୟା ଘାତାଙ୍କୀ ଭାବରେ ବୃଦ୍ଧି ପାଇଛି। ୨୦୨୪ ମସିହାରେ ହାରାହାରି ପ୍ରତି ୩୪ ଘଣ୍ଟାରେ ଗୋଟିଏ ରକେଟ ମହାକାଶକୁ ଉତ୍‌କ୍ଷେପଣ କରାଯାଇଛି, ଯାହାଫଳରେ ଭୂକକ୍ଷକୁ କେବଳ ଏହି ବର୍ଷ ୨୮୦୦ରୁ ଅଧିକ ଉପଗ୍ରହକୁ ପ୍ରେରଣ କରାଯାଇଛି।
ଚଳିତ ବର୍ଷ ଜୁନ୍‌ ମାସ ସୁଦ୍ଧା ଭୂକକ୍ଷରେ ୧୨୯୫୨ଟି ସକ୍ରିୟ ଉପଗ୍ରହ ରହିଛି ଏବଂ ଏଗୁଡ଼ିକ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର କେବଳ ହେଉଛି ୮୫୩୦ ଉପଗ୍ରହ। ଆମେରିକର ବେସରକାରୀ ସଂସ୍ଥାର ଷ୍ଟାରଲିଙ୍କ୍‌ ଉପଗ୍ରହ ସଂଖ୍ୟା ହେଉଛି ୭୪୦୦। ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ନିମ୍ନ-ପୃଥିବୀ କକ୍ଷରେ ଅଛି। ପୃଥିବୀ ପୃଷ୍ଠରୁ ୨୦୦୦ କିମି ଉଚ୍ଚତା ତଳେ ଏହି କକ୍ଷ ଅଛି। କିନ୍ତୁ ନିଷ୍କ୍ରିୟ ଉପଗ୍ରହଗୁଡ଼ିକୁ ମିଶାଇଲେ ଭୂକକ୍ଷରେ ଉପଗ୍ରହ ସଂଖ୍ୟା ୧୫୦୦୦ରୁ ଅଧିକ ହେବ। ପ୍ରତ୍ୟେକ ଉପଗ୍ରହର ଏକ ନିର୍ଦ୍ଦିଷ୍ଟ ଆୟୁଷ ଅଛି। ଏହା ଦେହରେ ଥିବା ବ୍ୟାଟେରି ଶେଷ ହୋଇଗଲେ ଏହା ସହିତ ଯୋଗାଯୋଗ କରି ହୁଏନାହିଁ ଏବଂ ଏହା ଆଉ କୌଣସି କାର୍ଯ୍ୟରେ ଆସେ ନାହିଁ। କିନ୍ତୁ ତଥାପି ଏହା କିଛି ବର୍ଷ ଭୂକକ୍ଷରେ ରହି ପୃଥିବୀକୁ ପରିକ୍ରମଣ କରିଥାଏ। କେତେଗୁଡ଼ିଏ କକ୍ଷଚ୍ୟୁତ ହୋଇ ପୃଥିବୀର ବାୟୁମଣ୍ଡଳକୁ ଖସିପଡ଼ି ଜଳିଯାଏ ଏବଂ ଅନ୍ୟ କେତେକକୁ ଉଚ୍ଚ କକ୍ଷକୁ ପଠାଯାଏ ଯାହାକୁ ‘ଶ୍ମଶାନ କକ୍ଷ’ ଅର୍ଥାତ୍‌ ‘ମୃତ ଉପଗ୍ରହଙ୍କ କକ୍ଷ କୁହାଯାଏ।
ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ଯେ, କିଛି ବର୍ଷ ମଧ୍ୟରେ ଉପଗ୍ରହ ସଂଖ୍ୟା ଦଶଗୁଣ ହୋଇପାରେ, ଯାହା ମହାକାଶ ଟ୍ରାଫିକ ପରିଚାଳନାରେ ସଙ୍କଟ ସୃଷ୍ଟି କରିବ। ଏଥିରୁ ନିର୍ମିତ କିଛି ବସ୍ତୁ ମହାକାଶ ପ୍ରଦୂଷଣ କରିଥାଏ ଏବଂ ଏହାର ଉତ୍‌କ୍ଷେପଣ ସମୟରେ ବାୟୁମଣ୍ଡଳ ପ୍ରଦୂଷିତ ହୋଇଥାଏ। ସ୍ପେଶଏକ୍ସର ଷ୍ଟାରଲିଙ୍କ ଉପଗ୍ରହ ପ୍ରେରଣ ପରେ ୟୁଟେଲସାଟ୍‌, ଆମାଜନ୍‌ ଏବଂ ଚାଇନାର ‘ଥାଉଜାଣ୍ଡ ସେଲ୍‌ସ’ କମ୍ପାନୀ ଅନେକ ଉପଗ୍ରହ ଉତ୍‌କ୍ଷେପଣ ପାଇଁ ଯୋଜନା କରିଛନ୍ତି।
ନିମ୍ନ ପୃଥିବୀ କକ୍ଷରେ ଉପଗ୍ରହ ସଂଖ୍ୟାର ଗୋଟିଏ ସୀମା ରହିବା ଉଚିତ। ଏହାକୁ କକ୍ଷର ‘ଧାରଣ କ୍ଷମତା’ କୁହାଯାଏ। ଏହାଠାରୁ ଅଧିକ ହେଲେ ଉପଗ୍ରହ ମଧ୍ୟରେ ମଧ୍ୟ ସଂଘର୍ଷ ହୋଇପାରେ। ଅନେକ ମହାକାଶ ବିଜ୍ଞାନୀ ଧାରଣ କ୍ଷମତାକୁ ଏକ ଲକ୍ଷ ଉପଗ୍ରହ ଭାବେ ପ୍ରକାଶ କରିଛନ୍ତି। ଏହାଠାରୁ ଅଧିକ ହେଲେ ଅନେକ ସମସ୍ୟା ହୋଇପାରେ। ୨୦୫୦ ମସିହା ସୁଦ୍ଧା ଏକ ଲକ୍ଷରେ ପହଞ୍ଚତ୍ପାରେ।
ଅଧିକ ଉପଗ୍ରହ ପ୍ରେରଣର ମୁଖ୍ୟ ସମସ୍ୟା ହେଉଛି ମହାକାଶ ପ୍ରଦୂଷଣ। ଉପଗ୍ରହକୁ ପ୍ରେରଣ କରୁଥିବା ରକେଟଗୁଡ଼ିକ ବାୟୁମଣ୍ଡଳରେ ଧ୍ୱଂସ ହୋଇଯାଆନ୍ତ ଏବଂ ଉପଗ୍ରହରେ ଥିବା ବୁଷ୍ଟରଗୁଡ଼ିକ କକ୍ଷରେ ଏଥିରୁ ବାହାରି ଯାଆନ୍ତି। ପୁନଶ୍ଚ ଦୁଇଟି ଉପଗ୍ରହ ମଧ୍ୟରେ ସଂଘର୍ଷ ହେଲେ ସେଥିରୁ ଅନେକ ଟୁକୁଡ଼ା ଅଂଶ ମହାକାଶକୁ ପ୍ରଦୂଷିତ କରେ। ଉପଗ୍ରହଗୁଡ଼ିକ ମଧ୍ୟ ଭୂପୃଷ୍ଠକୁ ଆଲୋକ ପ୍ରତିଫଳନ କରନ୍ତି, ଯାହା ଆଲୋକୀୟ ଜ୍ୟୋତିର୍ବିଜ୍ଞାନୀମାନଙ୍କୁ ପର୍ଯ୍ୟବେକ୍ଷଣ ପାଇଁ ଅସୁବିଧା ସୃଷ୍ଟି କରେ। ନିଷ୍କ୍ରିୟ ଉପଗ୍ରହ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କଲେ ତାହା ଧାତବ ପ୍ରଦୂଷଣ କରିଥାଏ।
ଏହିସବୁ କାରଣରୁ ଉପଗ୍ରହ ପ୍ରେରଣରେ କିଛି ନିୟନ୍ତ୍ରଣ ଆବଶ୍ୟକ। ଏହା ସାଙ୍ଗକୁ ନିଷ୍କ୍ରିୟ ଉପଗ୍ରହଗୁଡ଼ିକୁ କକ୍ଷରୁ ବାହାର କରିବା ଜରୁରୀ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀ ବିହାର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ : ୯୪୩୮୬୯୩୭୨୪

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସିଆରସିସିଙ୍କ ଏତଲା ପରେ ବଢ଼ିଲା ଅଡୁଆ: ଥାନାରେ ଶିକ୍ଷା ବିଭାଗର ୨ ଅଧିକାରୀ

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନାରେ ଜିଲା ଶିକ୍ଷା ବିଭାଗରେ କାର୍ଯ୍ୟରତ ୩ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତି ବୁଧବାର ଚର୍ଚ୍ଚାର ବିଷୟ ହୋଇଛି। ସେମାନଙ୍କ ମଧ୍ୟରେ…

କାଳବୈଶାଖୀର ତାଣ୍ଡବ: କେଉଁଠି ଘର ଭାଙ୍ଗିଲା ତ ଆଉ କେଉଁଠି…

ମୋହନା,୨୯ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ବିଭିନ୍ନ ଅଞ୍ଚଳରେ ପବନ ଘଡ଼ଘଡ଼ି ସହ କୁଆପଥର ଏବଂ ପ୍ରବଳ ବର୍ଷା ହୋଇଛି। ଫଳରେ ଲୋକେ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ଓପିଟିସିଏଲ୍‌ କର୍ମଚାରୀ ଗୁରୁତର

ଦେବଗଡ଼,୨୯ା୪(ଶଶାଙ୍କ ଶେଖର ଝାଙ୍କର): ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଜଣ ଓପିଟିସିଏଲ ଆଉଟସୋର୍ସିଂ କର୍ମଚାରୀ ଗୁରୁତର ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ ଥାନା…

କିପରି ହେଲା ମୁନା ମୁଣ୍ଡାଙ୍କ ମୃତ୍ୟୁ, ହଠାତ୍ ଅସୁସ୍ଥ ହେବା ପରେ….

ଦେବଗଡ,୨୯ା୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ଅନ୍ତର୍ଗତ କଳାମାଟି ଗ୍ରାମର ଜଣେ ଯୁବକଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ କଳାମାଟି ଗ୍ରାମର…

କୋକସରାରେ ମୃଦୁ ଭୂମିକମ୍ପ, ଛାନିଆ ଲୋକେ

କୋକସରା,୨୯ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବୁଧବାର ସନ୍ଧ୍ୟା ୭ଟା ୪୨ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । କିଛି ସେକେଣ୍ଡ…

ଓଡ଼ିଆ ଓ ଇଂରାଜୀରେ ମିଳିବ ମାଟ୍ରିକ ସାର୍ଟିଫିକେଟ୍‌, ଏହି ଦିନ ବାହାରିବ ରେଜଲ୍ଟ

କଟକ,୨୯ା୪(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷର ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶ ପାଇଁ ସମସ୍ତ ପ୍ରକ୍ରିୟା ଶେଷ…

ନଡ଼ିଆ ଗଛରେ ପଡ଼ିଲା ବିଜୁଳି, ଭୟଙ୍କର ଶବ୍ଦ ସହ ହୁତୁହୁତୁ ହୋଇ ଜଳିଲା, ଲୋକେ ଆତଙ୍କିତ

ଗୁଣପୁର,୨୯ା୪(ସଙ୍କେତ ପାତ୍ର): ବୁଧବାର ସନ୍ଧ୍ୟାରେ ରାୟଗଡ଼ା ଜିଲା ଗୁଣପୁର ଶିବାନନ୍ଦ ମନ୍ଦିର ନିକଟସ୍ଥ ଏକ ନଡ଼ିଆ ଗଛରେ ବିଜୁଳି ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣାଟି ଦେଖି ଆଖପାଖ…

କୁଆପଥର ବର୍ଷା ପରେ ଝରିଗାଁରେ ମୃଦୁ ଭୂମିକମ୍ପ

ଝରିଗାଁ,୨୯।୪(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ସନ୍ଧ୍ୟା ୭ଟା ୪୨ ମିନିଟ୍ ୨୧ ସେକେଣ୍ଡରେ ଭୂକମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri