କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ ୧୯୫୭ ମସିହାରେ ଭୂକକ୍ଷକୁ ପ୍ରଥମ କୃତ୍ରିମ ଉପଗ୍ରହ ସ୍ଫୁଟନିକ ପ୍ରେରଣ କରିବା ପରଠାରୁ ଏହାର ସଂଖ୍ୟା ବଢ଼ିଚାଲିଛି। ପ୍ରଥମ ମହାକାଶ ଅଭିଯାନରେ ରୁଷିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା ଏବଂ ଏହି ଦୁଇ ଦେଶ ଅନେକ ଉପଗ୍ରହ ପ୍ରେରଣ କରିଥିଲେ। ପରେ ଅନେକ ଦେଶ ନିଜ ନିଜର ଉପଗ୍ରହକୁ ପ୍ରେରଣ କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଅନେକ ବେସରକାରୀ ସଂସ୍ଥା ମହାକାଶ ଅଭିଯାନରେ ସାମିଲ ହୋଇ ଅନେକ ଉପଗ୍ରହ ପଠାଇଛନ୍ତି। ଫଳରେ ପୃଥିବୀ କକ୍ଷରେ ଉପଗ୍ରହ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି।
ମହାକାଶ ଅଭିଯାନର ଆରମ୍ଭରେ ବିଜ୍ଞାନ ଜିଜ୍ଞାସା ଏହାର ଏକମାତ୍ର ଉଦ୍ଦେଶ୍ୟ ଥିଲା। ମହାକାଶରେ ବିଭିନ୍ନ ବସ୍ତୁପିଣ୍ଡରୁ ଆଲୋକ ଆମ ପାଖରେ ପହଞ୍ଚତ୍ବାରେ ପୃଥିବୀର ବାୟୁମଣ୍ଡଳ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରିଥାଏ। ଉଦାହରଣସ୍ବରୂପ, ବସ୍ତୁପିଣ୍ଡଗୁଡ଼ିକରୁ ନିର୍ଗତ ହେଉଥିବା ଆଲୋକ ଚୁମ୍ବକୀୟ ବର୍ଣ୍ଣାଳୀର ଅତିବାଇଗଣୀ ରଶ୍ମି, ଗାମା ରଶ୍ମି ଆଦି ବାୟୁମଣ୍ଡଳ ଦ୍ୱାରା ଅବଶୋଷିତ ହୋଇଯାଏ। ଏଣୁ ପୃଥିବୀର ବାୟୁମଣ୍ଡଳ ବାହାରେ ବସ୍ତୁପିଣ୍ଡଗୁଡ଼ିକୁ ବିଭିନ୍ନ ବିକିରଣରେ ଅଧ୍ୟୟନ କରିବା ସହଜ ହେବ। ଏଥିପାଇଁ ମଧ୍ୟ ପୃଥିବୀ କକ୍ଷରେ କେତେଗୁଡ଼ିଏ ଦୂରବୀକ୍ଷଣ ଯନ୍ତ୍ର ଅବସ୍ଥାପନ କରାଯାଇଛି। କେତୋଟିର ଉଦାହରଣ ହେଉଛି-ଚନ୍ଦ୍ରା ମହାକାଶ ଦୂରବୀକ୍ଷଣ ଯନ୍ତ୍ର, ହବଲ୍‌ ମହାକାଶ ଦୂରବୀକ୍ଷଣ ଯନ୍ତ୍ର ଏବଂ ଜେମ୍‌ସ ଓ୍ବେବ୍‌ ମହାକାଶ ଦୂରବୀକ୍ଷଣ ଯନ୍ତ୍ର ଇତ୍ୟାଦି। ଏଗୁଡ଼ିକ ଦ୍ୱାରା ଅନେକ ଗ୍ରହ, ନକ୍ଷତ୍ର ଓ ଗାଲାକ୍ସିକୁ ଆବିଷ୍କାର କରାଯାଇଛି।
ବିଜ୍ଞାନ ଜିଜ୍ଞାସା ବ୍ୟତୀତ କୃତ୍ରିମ ଉପଗ୍ରହର ଅନେକ ମାନବୋପଯୋଗୀ ବ୍ୟବହାର ଅଛି। ଯୋଗାଯୋଗ ଉପଗ୍ରହ ଦ୍ୱାରା ରେଡିଓ, ଟେଲିଭିଜନ ପ୍ରସାରଣ ହେବା ସହିତ ଟେଲିଫୋନ୍‌ ସୁବିଧା ରହିଛି। ଦୂର ସଂବେଦୀ ଉପଗ୍ରହ ଦ୍ୱାରା ପୃଥିବୀର ଯେ କୌଣସି ସ୍ଥାନର ସର୍ବେକ୍ଷଣ ହୋଇପାରୁଛି ଏବଂ ପୃଥିବୀର ବିଭିନ୍ନ ସମ୍ପଦର ସୂଚନା ମିଳୁଛି। ପାଣିପାଗ ଉପଗ୍ରହ ଦ୍ୱାରା ଆଗତୁରା ପାଣିପାଗ ସୂଚନା ମିଳିପାରୁଛି। ଜିପିଏସ୍‌ ସାହାଯ୍ୟରେ ପୃଥିବୀର ଯେ କୌଣସି ସ୍ଥାନର ଅବସ୍ଥିତି ଜାଣିହେଉଛି। ଉପଗ୍ରହର ବିବିଧ ଉପକାରିତା ଯୋଗୁ ଅନେକ ଦେଶ ଏଥିରେ ଭାଗ ନେଉଛନ୍ତି।
ପ୍ରଥମ ଉପଗ୍ରହ ପ୍ରେରଣଠାରୁ ବର୍ତ୍ତମାନ ୭୦ବର୍ଷ ମଧ୍ୟରେ ଭୂକକ୍ଷକୁ ହଜାର ହଜାର ଉପଗ୍ରହ ପଠାଯାଇଛି ଏବଂ ପ୍ରତିବର୍ଷ ଏହାର ସଂଖ୍ୟା ବଢ଼ୁଛି। ୧୯୫୭ ମସିହାରୁ ୨୦୧୦ ମସିହା ପର୍ଯ୍ୟନ୍ତ ବର୍ଷକୁ ୫୦ରୁ ୧୧୦ ମଧ୍ୟରେ ଉପଗ୍ରହ ଉତ୍‌କ୍ଷେପଣ କରାଯାଉଥିଲା। କିନ୍ତୁ ଏହାପରେ ସ୍ପେଶଏକ୍ସ ଭଳି ବେସରକାରୀ ସଂସ୍ଥାର ଆଗମନ ପରେ ଏହାର ସଂଖ୍ୟା ଘାତାଙ୍କୀ ଭାବରେ ବୃଦ୍ଧି ପାଇଛି। ୨୦୨୪ ମସିହାରେ ହାରାହାରି ପ୍ରତି ୩୪ ଘଣ୍ଟାରେ ଗୋଟିଏ ରକେଟ ମହାକାଶକୁ ଉତ୍‌କ୍ଷେପଣ କରାଯାଇଛି, ଯାହାଫଳରେ ଭୂକକ୍ଷକୁ କେବଳ ଏହି ବର୍ଷ ୨୮୦୦ରୁ ଅଧିକ ଉପଗ୍ରହକୁ ପ୍ରେରଣ କରାଯାଇଛି।
ଚଳିତ ବର୍ଷ ଜୁନ୍‌ ମାସ ସୁଦ୍ଧା ଭୂକକ୍ଷରେ ୧୨୯୫୨ଟି ସକ୍ରିୟ ଉପଗ୍ରହ ରହିଛି ଏବଂ ଏଗୁଡ଼ିକ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର କେବଳ ହେଉଛି ୮୫୩୦ ଉପଗ୍ରହ। ଆମେରିକର ବେସରକାରୀ ସଂସ୍ଥାର ଷ୍ଟାରଲିଙ୍କ୍‌ ଉପଗ୍ରହ ସଂଖ୍ୟା ହେଉଛି ୭୪୦୦। ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ନିମ୍ନ-ପୃଥିବୀ କକ୍ଷରେ ଅଛି। ପୃଥିବୀ ପୃଷ୍ଠରୁ ୨୦୦୦ କିମି ଉଚ୍ଚତା ତଳେ ଏହି କକ୍ଷ ଅଛି। କିନ୍ତୁ ନିଷ୍କ୍ରିୟ ଉପଗ୍ରହଗୁଡ଼ିକୁ ମିଶାଇଲେ ଭୂକକ୍ଷରେ ଉପଗ୍ରହ ସଂଖ୍ୟା ୧୫୦୦୦ରୁ ଅଧିକ ହେବ। ପ୍ରତ୍ୟେକ ଉପଗ୍ରହର ଏକ ନିର୍ଦ୍ଦିଷ୍ଟ ଆୟୁଷ ଅଛି। ଏହା ଦେହରେ ଥିବା ବ୍ୟାଟେରି ଶେଷ ହୋଇଗଲେ ଏହା ସହିତ ଯୋଗାଯୋଗ କରି ହୁଏନାହିଁ ଏବଂ ଏହା ଆଉ କୌଣସି କାର୍ଯ୍ୟରେ ଆସେ ନାହିଁ। କିନ୍ତୁ ତଥାପି ଏହା କିଛି ବର୍ଷ ଭୂକକ୍ଷରେ ରହି ପୃଥିବୀକୁ ପରିକ୍ରମଣ କରିଥାଏ। କେତେଗୁଡ଼ିଏ କକ୍ଷଚ୍ୟୁତ ହୋଇ ପୃଥିବୀର ବାୟୁମଣ୍ଡଳକୁ ଖସିପଡ଼ି ଜଳିଯାଏ ଏବଂ ଅନ୍ୟ କେତେକକୁ ଉଚ୍ଚ କକ୍ଷକୁ ପଠାଯାଏ ଯାହାକୁ ‘ଶ୍ମଶାନ କକ୍ଷ’ ଅର୍ଥାତ୍‌ ‘ମୃତ ଉପଗ୍ରହଙ୍କ କକ୍ଷ କୁହାଯାଏ।
ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ଯେ, କିଛି ବର୍ଷ ମଧ୍ୟରେ ଉପଗ୍ରହ ସଂଖ୍ୟା ଦଶଗୁଣ ହୋଇପାରେ, ଯାହା ମହାକାଶ ଟ୍ରାଫିକ ପରିଚାଳନାରେ ସଙ୍କଟ ସୃଷ୍ଟି କରିବ। ଏଥିରୁ ନିର୍ମିତ କିଛି ବସ୍ତୁ ମହାକାଶ ପ୍ରଦୂଷଣ କରିଥାଏ ଏବଂ ଏହାର ଉତ୍‌କ୍ଷେପଣ ସମୟରେ ବାୟୁମଣ୍ଡଳ ପ୍ରଦୂଷିତ ହୋଇଥାଏ। ସ୍ପେଶଏକ୍ସର ଷ୍ଟାରଲିଙ୍କ ଉପଗ୍ରହ ପ୍ରେରଣ ପରେ ୟୁଟେଲସାଟ୍‌, ଆମାଜନ୍‌ ଏବଂ ଚାଇନାର ‘ଥାଉଜାଣ୍ଡ ସେଲ୍‌ସ’ କମ୍ପାନୀ ଅନେକ ଉପଗ୍ରହ ଉତ୍‌କ୍ଷେପଣ ପାଇଁ ଯୋଜନା କରିଛନ୍ତି।
ନିମ୍ନ ପୃଥିବୀ କକ୍ଷରେ ଉପଗ୍ରହ ସଂଖ୍ୟାର ଗୋଟିଏ ସୀମା ରହିବା ଉଚିତ। ଏହାକୁ କକ୍ଷର ‘ଧାରଣ କ୍ଷମତା’ କୁହାଯାଏ। ଏହାଠାରୁ ଅଧିକ ହେଲେ ଉପଗ୍ରହ ମଧ୍ୟରେ ମଧ୍ୟ ସଂଘର୍ଷ ହୋଇପାରେ। ଅନେକ ମହାକାଶ ବିଜ୍ଞାନୀ ଧାରଣ କ୍ଷମତାକୁ ଏକ ଲକ୍ଷ ଉପଗ୍ରହ ଭାବେ ପ୍ରକାଶ କରିଛନ୍ତି। ଏହାଠାରୁ ଅଧିକ ହେଲେ ଅନେକ ସମସ୍ୟା ହୋଇପାରେ। ୨୦୫୦ ମସିହା ସୁଦ୍ଧା ଏକ ଲକ୍ଷରେ ପହଞ୍ଚତ୍ପାରେ।
ଅଧିକ ଉପଗ୍ରହ ପ୍ରେରଣର ମୁଖ୍ୟ ସମସ୍ୟା ହେଉଛି ମହାକାଶ ପ୍ରଦୂଷଣ। ଉପଗ୍ରହକୁ ପ୍ରେରଣ କରୁଥିବା ରକେଟଗୁଡ଼ିକ ବାୟୁମଣ୍ଡଳରେ ଧ୍ୱଂସ ହୋଇଯାଆନ୍ତ ଏବଂ ଉପଗ୍ରହରେ ଥିବା ବୁଷ୍ଟରଗୁଡ଼ିକ କକ୍ଷରେ ଏଥିରୁ ବାହାରି ଯାଆନ୍ତି। ପୁନଶ୍ଚ ଦୁଇଟି ଉପଗ୍ରହ ମଧ୍ୟରେ ସଂଘର୍ଷ ହେଲେ ସେଥିରୁ ଅନେକ ଟୁକୁଡ଼ା ଅଂଶ ମହାକାଶକୁ ପ୍ରଦୂଷିତ କରେ। ଉପଗ୍ରହଗୁଡ଼ିକ ମଧ୍ୟ ଭୂପୃଷ୍ଠକୁ ଆଲୋକ ପ୍ରତିଫଳନ କରନ୍ତି, ଯାହା ଆଲୋକୀୟ ଜ୍ୟୋତିର୍ବିଜ୍ଞାନୀମାନଙ୍କୁ ପର୍ଯ୍ୟବେକ୍ଷଣ ପାଇଁ ଅସୁବିଧା ସୃଷ୍ଟି କରେ। ନିଷ୍କ୍ରିୟ ଉପଗ୍ରହ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କଲେ ତାହା ଧାତବ ପ୍ରଦୂଷଣ କରିଥାଏ।
ଏହିସବୁ କାରଣରୁ ଉପଗ୍ରହ ପ୍ରେରଣରେ କିଛି ନିୟନ୍ତ୍ରଣ ଆବଶ୍ୟକ। ଏହା ସାଙ୍ଗକୁ ନିଷ୍କ୍ରିୟ ଉପଗ୍ରହଗୁଡ଼ିକୁ କକ୍ଷରୁ ବାହାର କରିବା ଜରୁରୀ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀ ବିହାର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ : ୯୪୩୮୬୯୩୭୨୪

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍‌ଙ୍କ ଶେଷ କଲ୍‌

ନୂଆଦିଲ୍‌ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?