କରୋନା ଯୁଦ୍ଧରେ ସଫଳ ହେଲେ ଗଞ୍ଜାମର ୯୫ ବର୍ଷୀୟ ବୃଦ୍ଧ

ଛତ୍ରପୁର, ୨୧।୭(ଡି.ଏନ୍‌.ଏ.): କରୋନା ଯୁଦ୍ଧ ଲଢ଼ି ସଫଳ ହୋଇଛନ୍ତି ୯୫ ବର୍ଷୀୟ ବୃଦ୍ଧ ଉଦୟନାଥ ବିଷୋୟୀ। ତାଙ୍କ ଘର ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଚାକୁଣ୍ଡା ଗାଁ ସାରାବାଡ଼ି ରେ। କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଶିତଳାପଲିସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହୋଇ ସେ ଗତ ୧୮ ତାରିଖରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଏ ନେ ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌କରି କହିଛନ୍ତି, ଡାକ୍ତରମାନଙ୍କ ପ୍ରଚେଷ୍ଟା ନେଇ ଏହା ସମ୍ଭବ ହୋଇପାରିଛି। ଏଥିସହ ସେ କୋଭିଡ୍‌ ହିରୋ ସାଲୁଟ ଜଣାଇଛନ୍ତି।