କୋଭିଡ୍‌ କଟକଣାରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ

ଦାରିଙ୍ଗବାଡି,୨୬।୧(ଡି.ଏନ.ଏ.): ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡିର ୨୫ ପଞ୍ଚାୟତ ଅଞ୍ଚଳର ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ପରିସର ସମେତ ଶିକ୍ଷା ଅନୁଷ୍ଠାନ ଗୁଡିକରେ କରୋନା ଗାଇଡ୍‌ଲାଇନ ମଧ୍ୟରେ ଏହି ଦିବସ ପାଳନ କରାଯାଇଛି । ବ୍ଳକ ସ୍ତରୀୟ ପାଳନକୁ ବନ୍ଦ କରାଯିବା ସହ କେବଳ ବ୍ଳକ କାର୍ଯ୍ୟାଳୟ ପରିସର ମଧ୍ୟରେ ଏହି ଦିବସ ପାଳନ କରାଯାଇଛି।  ବିଡିଓ ଗଦାଧର ପାତ୍ର ପତାକା ଉତ୍ତୋଳନ କରିଥିଲେ । ସେହିପରି ଥାନା ପରିସର ମଧ୍ୟରେ ଆଇଆଇସି କୌଶିକ ମାଝୀ ଏବଂ ବ୍ରାହ୍ମଣୀ ଗାଁ ଥାନାରେ ଥାନା ଅଧିକାରୀ ଦଶରଥ ହେମ୍ମ୍ରମ ପତାକା ଉତ୍ତୋଳନ କରିଥିଲେ । ସେହିପରି ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକରେ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବନାଞ୍ଚଳ କାର୍ଯ୍ୟାଳୟରେ ବନାଞ୍ଚଳ ଅଧିକାରୀ ସତିଶ ଧାରୁଆ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।