୬୩ ବର୍ଷ ପୁରୁଣା କଲେଜର ନାହିଁ ସ୍ଥାୟୀ ପଟ୍ଟା

ଢେଙ୍କାନାଳ ଅଫିସ, ୫।୧୧: ରାଜ୍ୟର ଅନ୍ୟତମ ପୁରାତନ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ୧୯୫୯ରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନକୁ ୨୦୦୩ରେ ସ୍ବୟଂଶାସିତ ମାନ୍ୟତା ମିଳିଛି। ବିଡ଼ମ୍ବନାର ବିଷୟ କଲେଜର ନିଜସ୍ବ ସ୍ଥାୟୀ ପଟ୍ଟା ଅଦ୍ୟାବଧି ହୋଇପାରିନାହିଁ, ଯାହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛି ଆଲୁମ୍‌ନି ଆସୋସିଏଶନ। ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଶୁକ୍ରବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଦାବି କରାଯାଇଛି।
କଲେଜକୁ ଅଟୋନୋମସ ମାନ୍ୟତା ମିଳିବା ପୂର୍ବରୁ ୧୯୮୧ରେ ଇତିହାସ, ୧୯୮୩ରେ ବାଣିଜ୍ୟ ଏବଂ ୧୯୯୫ରେ ଉଦ୍ଭିଦ ବିଜ୍ଞାନରେ ପିଜି ବିଭାଗ ଖୋଲିଥିଲା। ଏହାର ଦୀର୍ଘ ୨୭ବର୍ଷ ପରେ ରାଜ୍ୟ ସରକାର ସମସ୍ତଙ୍କୁ ଚକିତ କରିବା ଭଳି ଥରକେ ୮ ପିଜି ପାଠ୍ୟକ୍ରମ ଖୋଲିବାକୁ ନିଷ୍ପତ୍ତି ଦେଇଛନ୍ତି। ଫଳରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଯୋଡ଼ିହୋଇଛି ଇଂଲିଶ, ଓଡ଼ିଆ, ଅର୍ଥନୀତି, ଦର୍ଶନଶାସ୍ତ୍ର, ମନସ୍ତତ୍ତ୍ୱ, ଗଣିତ, ରସାୟନ ବିଜ୍ଞାନ ଏବଂ ପଦାର୍ଥ ବିଜ୍ଞାନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ। କିନ୍ତୁ ଦୁର୍ଭାଗ୍ୟର ବିଷୟ ୬୩ ବର୍ଷ ପୁରାତନ ତଥା ୩୪ ଏକର ପରିମିତ ଜାଗାରେ ଗଢ଼ିଉଠିଥିବା ଏହି ଶିକ୍ଷାନୁଷ୍ଠାନର ସ୍ଥାୟୀ ପଟ୍ଟା ନାହିଁ। କଲେଜ ପରିସରରେ ପରିଚାଳିତ ଯୁକ୍ତ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ସ୍ବତନ୍ତ୍ର ଭାବେ ୩ ଏକର ଜାଗା ନିମନ୍ତେ ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ଏଥିରୁ ବଞ୍ଚତ୍ତ ହୋଇରହିଛି ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ। ଏ ସଂକ୍ରାନ୍ତରେ ଆଲୁମ୍‌ନି ଆସୋସିଏଶନ ପକ୍ଷରୁ ରାଜ୍ୟ ସରକାର, ଜିଲା ପ୍ରଶାସନ ଏବଂ ଏମ୍‌ପି ମହେଶ ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏଥିସହ କଲେଜ ପରିସରରେ ପିଜି ବିଭାଗ ପାଇଁ ସ୍ବତନ୍ତ୍ର ଶିକ୍ଷାଦାନ ବ୍ଲକ୍‌ ନିର୍ମାଣ, ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ, ସ୍ନାତକୋତ୍ତର ବିଭାଗ ପାଇଁ ବରିଷ୍ଠ ପ୍ରାଧ୍ୟାପିକା ଓ ପ୍ରାଧ୍ୟାପକ ନିଯୁକ୍ତି ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ନିକଟରେ ଦାବି କରାଯାଇଛି। ସେହିପରି କ୍ରୀଡ଼ାରେ ସୁନାମ ବଜାୟ ରଖିଥିବା ଏହି ଶିକ୍ଷାନୁଷ୍ଠାନର ଖେଳପଡ଼ିଆ ଅବହେଳିତ ଅବସ୍ଥାରେ ଥିବାବେଳେ ଏହାର ଉନ୍ନତୀକରଣ ଲାଗି ଏମ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଆଲୋଚନାରେ ଭାଗନେଇ ଏମ୍‌ପି କହିଲେ, ସମସ୍ତଙ୍କ ସହଯୋଗରେ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ସୁଦୃଢ଼ ହୋଇପାରିବ। ଏଥିଲାଗି ଛାତ୍ରୀଛାତ୍ର, ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧି ମାସକୁ ସର୍ବନିମ୍ନ ୧ ଟଙ୍କା ଲେଖାଏ, ଅଧ୍ୟାପିକା, ଅଧ୍ୟାପକମାନେ ମାସିକ ୫ ଟଙ୍କା ଲେଖାଏ ଏବଂ ଆଲୁମ୍‌ନି ଆସୋସିଏଶନର କର୍ମକର୍ତ୍ତା ନିଜ ସାମର୍ଥ୍ୟ ଅନୁଯାୟୀ ସହାୟତା ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି। ମହାବିଦ୍ୟାଳୟର ଉନ୍ନତୀକରଣ ପାଇଁ ନକ୍ସା ଏବଂ ଆଲୋଚନା ମାଧ୍ୟମରେ ଯୋଜନା ପ୍ରସ୍ତୁତ କରିବା ଉପରେ ଏମ୍‌ପି ଗୁରୁତ୍ୱାରୋପ କରିଛନ୍ତି।
ଦୀର୍ଘ ୨୭ ବର୍ଷ ପରେ କଲେଜରେ ୮ ପିଜି ପାଠ୍ୟକ୍ରମ ଆରମ୍ଭ ହୋଇଛି। ଇତିହାସ, ବାଣିଜ୍ୟ ଓ ଉଦ୍ଭିଦ ବିଜ୍ଞାନ ସ୍ନାତକୋତ୍ତର ପାଠ୍ୟକ୍ରମର ସିଟ୍‌ ସଂଖ୍ୟା ୧୬ରୁ ୩୨କୁ ବୃଦ୍ଧି କରାଯାଇଛି। ସ୍ନାତକରେ ଶିକ୍ଷା, ସମାଜ ବିଜ୍ଞାନ, ହିନ୍ଦୀ ଓ ବାୟୋଟେକ୍ନୋଲୋଜି ବିଭାଗର ଅନର୍ସ ଖୋଲିଛି। ଏହାକୁ ଆଲୁମ୍‌ନି ଆସୋସିଏଶନ ସ୍ବାଗତ କରିଛି। ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ, ଏମ୍‌ପି ମହେଶ ସାହୁ ଏବଂ ବିଧାୟକ ସୁଧୀର କୁମାର ସାମଲଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ସେହିପରି କଲେଜ ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଯାଇଥିଲା। ଆଲୁମ୍‌ନି ଆସୋସିଏଶନ ସଭାପତି ଡ. ଅଭୟ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଖବରଦାତା ସମ୍ମିଳନୀରେ କଲେଜ ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ ପ୍ରଧାନ, ପ୍ରାଧ୍ୟାପକ ପ୍ରଫେସର ଜୟଦେବ ପାଢ଼ୀ, ଦେବାଶିଷ ମହାନ୍ତି, ଡ. ସମ୍ବିତ କୁମାର ସାହୁ, ଉପସଭାପତି ସୁକାନ୍ତ ମିଶ୍ର, ପ୍ରକାଶ ଚନ୍ଦ୍ର କୁଅଁର, ଶିବସାଇ ମହାପାତ୍ର, ଉପଦେଷ୍ଟା ପ୍ରଦ୍ୟୁମ୍ନ ରଥ, ଦୀପକ ପ୍ରସାଦ ପଟ୍ଟନାୟକ, ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ, ସଙ୍ଗଠନ ସମ୍ପାଦକ ଶରତ ସାହୁ, ରଞ୍ଜନ ନାୟକଙ୍କ ସମେତ ବହୁ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ସମ୍ପାଦକ ବିଶ୍ୱନାଥ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri