୬୩ ବର୍ଷ ପୁରୁଣା କଲେଜର ନାହିଁ ସ୍ଥାୟୀ ପଟ୍ଟା

ଢେଙ୍କାନାଳ ଅଫିସ, ୫।୧୧: ରାଜ୍ୟର ଅନ୍ୟତମ ପୁରାତନ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ୧୯୫୯ରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନକୁ ୨୦୦୩ରେ ସ୍ବୟଂଶାସିତ ମାନ୍ୟତା ମିଳିଛି। ବିଡ଼ମ୍ବନାର ବିଷୟ କଲେଜର ନିଜସ୍ବ ସ୍ଥାୟୀ ପଟ୍ଟା ଅଦ୍ୟାବଧି ହୋଇପାରିନାହିଁ, ଯାହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛି ଆଲୁମ୍‌ନି ଆସୋସିଏଶନ। ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଶୁକ୍ରବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଦାବି କରାଯାଇଛି।
କଲେଜକୁ ଅଟୋନୋମସ ମାନ୍ୟତା ମିଳିବା ପୂର୍ବରୁ ୧୯୮୧ରେ ଇତିହାସ, ୧୯୮୩ରେ ବାଣିଜ୍ୟ ଏବଂ ୧୯୯୫ରେ ଉଦ୍ଭିଦ ବିଜ୍ଞାନରେ ପିଜି ବିଭାଗ ଖୋଲିଥିଲା। ଏହାର ଦୀର୍ଘ ୨୭ବର୍ଷ ପରେ ରାଜ୍ୟ ସରକାର ସମସ୍ତଙ୍କୁ ଚକିତ କରିବା ଭଳି ଥରକେ ୮ ପିଜି ପାଠ୍ୟକ୍ରମ ଖୋଲିବାକୁ ନିଷ୍ପତ୍ତି ଦେଇଛନ୍ତି। ଫଳରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଯୋଡ଼ିହୋଇଛି ଇଂଲିଶ, ଓଡ଼ିଆ, ଅର୍ଥନୀତି, ଦର୍ଶନଶାସ୍ତ୍ର, ମନସ୍ତତ୍ତ୍ୱ, ଗଣିତ, ରସାୟନ ବିଜ୍ଞାନ ଏବଂ ପଦାର୍ଥ ବିଜ୍ଞାନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ। କିନ୍ତୁ ଦୁର୍ଭାଗ୍ୟର ବିଷୟ ୬୩ ବର୍ଷ ପୁରାତନ ତଥା ୩୪ ଏକର ପରିମିତ ଜାଗାରେ ଗଢ଼ିଉଠିଥିବା ଏହି ଶିକ୍ଷାନୁଷ୍ଠାନର ସ୍ଥାୟୀ ପଟ୍ଟା ନାହିଁ। କଲେଜ ପରିସରରେ ପରିଚାଳିତ ଯୁକ୍ତ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ସ୍ବତନ୍ତ୍ର ଭାବେ ୩ ଏକର ଜାଗା ନିମନ୍ତେ ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ଏଥିରୁ ବଞ୍ଚତ୍ତ ହୋଇରହିଛି ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ। ଏ ସଂକ୍ରାନ୍ତରେ ଆଲୁମ୍‌ନି ଆସୋସିଏଶନ ପକ୍ଷରୁ ରାଜ୍ୟ ସରକାର, ଜିଲା ପ୍ରଶାସନ ଏବଂ ଏମ୍‌ପି ମହେଶ ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏଥିସହ କଲେଜ ପରିସରରେ ପିଜି ବିଭାଗ ପାଇଁ ସ୍ବତନ୍ତ୍ର ଶିକ୍ଷାଦାନ ବ୍ଲକ୍‌ ନିର୍ମାଣ, ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ, ସ୍ନାତକୋତ୍ତର ବିଭାଗ ପାଇଁ ବରିଷ୍ଠ ପ୍ରାଧ୍ୟାପିକା ଓ ପ୍ରାଧ୍ୟାପକ ନିଯୁକ୍ତି ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ନିକଟରେ ଦାବି କରାଯାଇଛି। ସେହିପରି କ୍ରୀଡ଼ାରେ ସୁନାମ ବଜାୟ ରଖିଥିବା ଏହି ଶିକ୍ଷାନୁଷ୍ଠାନର ଖେଳପଡ଼ିଆ ଅବହେଳିତ ଅବସ୍ଥାରେ ଥିବାବେଳେ ଏହାର ଉନ୍ନତୀକରଣ ଲାଗି ଏମ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଆଲୋଚନାରେ ଭାଗନେଇ ଏମ୍‌ପି କହିଲେ, ସମସ୍ତଙ୍କ ସହଯୋଗରେ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ସୁଦୃଢ଼ ହୋଇପାରିବ। ଏଥିଲାଗି ଛାତ୍ରୀଛାତ୍ର, ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧି ମାସକୁ ସର୍ବନିମ୍ନ ୧ ଟଙ୍କା ଲେଖାଏ, ଅଧ୍ୟାପିକା, ଅଧ୍ୟାପକମାନେ ମାସିକ ୫ ଟଙ୍କା ଲେଖାଏ ଏବଂ ଆଲୁମ୍‌ନି ଆସୋସିଏଶନର କର୍ମକର୍ତ୍ତା ନିଜ ସାମର୍ଥ୍ୟ ଅନୁଯାୟୀ ସହାୟତା ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି। ମହାବିଦ୍ୟାଳୟର ଉନ୍ନତୀକରଣ ପାଇଁ ନକ୍ସା ଏବଂ ଆଲୋଚନା ମାଧ୍ୟମରେ ଯୋଜନା ପ୍ରସ୍ତୁତ କରିବା ଉପରେ ଏମ୍‌ପି ଗୁରୁତ୍ୱାରୋପ କରିଛନ୍ତି।
ଦୀର୍ଘ ୨୭ ବର୍ଷ ପରେ କଲେଜରେ ୮ ପିଜି ପାଠ୍ୟକ୍ରମ ଆରମ୍ଭ ହୋଇଛି। ଇତିହାସ, ବାଣିଜ୍ୟ ଓ ଉଦ୍ଭିଦ ବିଜ୍ଞାନ ସ୍ନାତକୋତ୍ତର ପାଠ୍ୟକ୍ରମର ସିଟ୍‌ ସଂଖ୍ୟା ୧୬ରୁ ୩୨କୁ ବୃଦ୍ଧି କରାଯାଇଛି। ସ୍ନାତକରେ ଶିକ୍ଷା, ସମାଜ ବିଜ୍ଞାନ, ହିନ୍ଦୀ ଓ ବାୟୋଟେକ୍ନୋଲୋଜି ବିଭାଗର ଅନର୍ସ ଖୋଲିଛି। ଏହାକୁ ଆଲୁମ୍‌ନି ଆସୋସିଏଶନ ସ୍ବାଗତ କରିଛି। ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ, ଏମ୍‌ପି ମହେଶ ସାହୁ ଏବଂ ବିଧାୟକ ସୁଧୀର କୁମାର ସାମଲଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ସେହିପରି କଲେଜ ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଯାଇଥିଲା। ଆଲୁମ୍‌ନି ଆସୋସିଏଶନ ସଭାପତି ଡ. ଅଭୟ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଖବରଦାତା ସମ୍ମିଳନୀରେ କଲେଜ ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ ପ୍ରଧାନ, ପ୍ରାଧ୍ୟାପକ ପ୍ରଫେସର ଜୟଦେବ ପାଢ଼ୀ, ଦେବାଶିଷ ମହାନ୍ତି, ଡ. ସମ୍ବିତ କୁମାର ସାହୁ, ଉପସଭାପତି ସୁକାନ୍ତ ମିଶ୍ର, ପ୍ରକାଶ ଚନ୍ଦ୍ର କୁଅଁର, ଶିବସାଇ ମହାପାତ୍ର, ଉପଦେଷ୍ଟା ପ୍ରଦ୍ୟୁମ୍ନ ରଥ, ଦୀପକ ପ୍ରସାଦ ପଟ୍ଟନାୟକ, ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ, ସଙ୍ଗଠନ ସମ୍ପାଦକ ଶରତ ସାହୁ, ରଞ୍ଜନ ନାୟକଙ୍କ ସମେତ ବହୁ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ସମ୍ପାଦକ ବିଶ୍ୱନାଥ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?