କେନ୍ଦ୍ର ପଠାଇଥିବା ୭୩ ଭେଣ୍ଟିଲେଟର ଅଚଳ

ଭୁବନେଶ୍ୱର, ୨୩ା୫(ବ୍ୟୁରୋ): କେନ୍ଦ୍ର ସରକାର ଓଡ଼ିଶାକୁ ପଠାଇଥିବା ୫୬୭ ଭେଣ୍ଟିଲେଟର ମଧ୍ୟରୁ ୭୩ଟି ଅଚଳ ହୋଇପଡ଼ିରହିଛି। ସେଥିରୁ ୧୮ଟିରେ ଉତ୍ପାଦନଗତ ତ୍ରୁଟି ରହିଥିବାବେଳେ ଅବଶିଷ୍ଟ ୫୫ ଯନ୍ତ୍ରାଂଶ ଅଭାବରୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରୀ ଉପକରଣ ଅଭାବ ଥିବାବେଳେ କେନ୍ଦ୍ରୀୟ ସହାୟତାରେ ଏଭଳି ବିଭ୍ରାଟ ପରିଲକ୍ଷିତ ହୋଇଛି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କହିବା ହେଲା, ଗୁରୁତର କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ଅଦ୍ୟାବଧି ୪୪୭ ବିଇଏଲ୍‌ ଭେଣ୍ଟିଲେଟର (ମଡେଲ- ସିଭି୨୦୦) ଏବଂ ୧୨୦ ଏଜିଭିଏ ଭେଣ୍ଟିଲେଟର ଦେଇଛନ୍ତି। ସେଥିରୁ ୧୮ଟି ବିଇଏଲ୍‌ ଭେଣ୍ଟିଲେଟରରେ ମାନୁଫ୍ୟାକ୍ଚରିଂ ତ୍ରୁଟି ଥିବାବେଳେ ଅନ୍ୟ ୪୭ ଭେଣ୍ଟିଲେଟର ପାଇଁ ଜରୁରୀ ଉପକରଣ ଯୋଗାଇଦିଆଯାଇ ନ ଥିବାରୁ ତାହା କାର୍ଯ୍ୟକ୍ଷମ ହୋଇନାହିଁ। ସେହିପରି ୮ ଏଜିଭିଏ ଭେଣ୍ଟିଲେଟରର ଯନ୍ତ୍ରାଂଶ ଉତ୍ପାଦନକାରୀ ସଂସ୍ଥାଠାରୁ ଆସି ନ ଥିବାରୁ ସେଗୁଡ଼ିକୁ କାମରେ ଲଗାଯାଇପାରିନାହିଁ। କାର୍ଯ୍ୟକ୍ଷମ ହୋଇ ନ ଥିବା ଭେଣ୍ଟିଲେଟରଗୁଡ଼ିକ ମଧ୍ୟରୁ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ୧୭, ଅଶ୍ୱିନୀ ସମ୍ବଲପୁରରେ ୧୨, ଆଦିତ୍ୟ ଅଶ୍ୱିନୀ ଭୁବନେଶ୍ୱରରେ ୭ଟି ରହିଛି। ଅବଶିଷ୍ଟ ମଧ୍ୟରୁ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ବଲାଙ୍ଗୀର ମେଡିକାଲ କଲେଜରେ ୬ଟି ଲେଖାଏ ଏବଂ ରାଉରକେଲା ଜେ.ପି. ହସ୍ପିଟାଲରେ ୫ଟି ଭେଣ୍ଟିଲେଟର ପଡ଼ିରହିଛି। ସେହିପରି ବୁର୍ଲାର ଭିମ୍‌ସାର, ରାଉରକେଲା ସରକାରୀ ଡାକ୍ତରଖାନା, ଝାରସୁଗୁଡା କୋଭିଡ୍‌-୧୯ ହସ୍ପିଟାଲ, ଗଜପତି ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଅନୁଗୁଳ କୋଭିଡ୍‌-୧୯ ହସ୍ପିଟାଲରେ ୩ଟି ଲେଖାଏ କାର୍ଯ୍ୟକ୍ଷମ ହୋଇ ନ ଥିବା ଭେଣ୍ଟିଲେଟର ରହିଛି। ଏହାବାଦ୍‌ କିମ୍ସ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଥିବା ୨ଟି ଭେଣ୍ଟିଲେଟର ମଧ୍ୟ ଅକାମୀ ବୋଲି ଜଣାପଡ଼ିଛି। ଏହାବ୍ୟତୀତ କିମ୍‌ସ ଭୁବନେଶ୍ୱର, କିଡ୍ସ ଭୁବନେଶ୍ୱର ଓ ଝାରସୁଗୁଡ଼ା ଜିଲା ଚିକିତ୍ସାଳୟରେ ଗୋଟିଏ ଲେଖାଏ ଭେଣ୍ଟିଲେଟର ଅଚଳ ହୋଇପଡ଼ିଛି। ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୪୭୨ ଭେଣ୍ଟିଲେଟର ସଂଯୋଗ କରାଯାଇଛି। ୧୦ ବିଇଏଲ୍‌ ଏବଂ ୧୨ ଏଜିଭିଏ ଭେଣ୍ଟିଲେଟରକୁ ଜରୁରୀ ସମୟ ପାଇଁ ସଂରକ୍ଷିତ ରଖାଯାଇଛି। ପ୍ରକାଶ ଯେ, ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଜୀବନରକ୍ଷକ ଭେଣ୍ଟିଲେଟରଗୁଡ଼ିକୁ ରାଜ୍ୟ ସରକାର କାମରେ ଲଗାଉନାହାନ୍ତି ବୋଲି ଶନିବାର ଭାଜପା ନେତା ପ୍ରଦୀପ ପୁରୋହିତ ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓପିଏସସି କାର୍ଯ୍ୟାଳୟ ଆଗରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଧାରଣା

କଟକ,୬।୪(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ର ପ୍ରତିବାଦ କରିଛନ୍ତି। ନିଯୁକ୍ତି ପାଇ ନ ଥିବା ଶତାଧିକ ଏମ୍‌ବିବିଏସ୍‌ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ…

ଆମେରିକା-ଇରାନ ବିବାଦ ଶେଷ ହେବ, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ? ପାକିସ୍ତାନ ପ୍ରସ୍ତୁତ କଲାଣି ଡ୍ରାପ୍ଟ – ସର୍ତ୍ତାବଳୀ କ’ଣ ଜାଣନ୍ତୁ

ତେହରାନ,୬।୪: ଆମେରିକା ଏବଂ ଇରାନ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷ ଶେଷ ହେବାକୁ ଯାଉଛି ଏବଂ ହର୍ମୁଜ ପ୍ରଣାଳୀ ଖୁବ ଶୀଘ୍ର…

ପୁଣି ସରଣ୍ଡାରେ ବିସ୍ଫୋରଣ: କୋବ୍ରା ୨୦୫ ବାଟାଲିୟନର ଯବାନ ଆହତ

ବଣାଇଁ,୬।୪(ପ୍ରଦୀପ ତ୍ରିପାଠୀ): ଓଡ଼ିଶା-ଝାଡଖଣ୍ଡ ସୀମା ସଂଲଗ୍ନ ସରଣ୍ଡା ଜଙ୍ଗଲରେ ସୋମବାର ପୁଣି ବିସ୍ଫୋରଣର ଖବର ସାମ୍ନାକୁ ଆସିଛି। ଯାହା ସୁରକ୍ଷା ବ୍ୟବସ୍ଥା ଏବଂ ନକ୍ସଲ କାର୍ଯ୍ୟକଳାପକୁ ନେଇ…

ରାଜ୍ୟ ସଭାରେ ଶପଥ ନେଲେ ଓଡ଼ିଶାର ନବ ନିର୍ବାଚିତ ଏମପି, ଓଡ଼ିଆରେ କହିଲେ ମୁଁ….

ଭୁବନେଶ୍ବର,୬ା୪: ରାଜ୍ୟ ସଭାରେ ସୋମବାର ଓଡ଼ିଶାର ନବ ନିର୍ବାଚିତ ଏମପି ଶପଥ ନେଇଛନ୍ତି । ଓଡ଼ିଶାରୁ ୩ ଏମପି ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ…

ଯୁଦ୍ଧ ମଧ୍ୟରେ ଇରାନକୁ ଶକ୍ତ ଝଟକା: ଆମେରିକା-ଇସ୍ରାଏଲ ଆକ୍ରମଣରେ IRGC ଗୁପ୍ତଚର ମୁଖ୍ୟଙ୍କ ମୃତ୍ୟୁ

ତେହରାନ,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇରାନକୁ ଏକ ଶକ୍ତ ଧକ୍କା ଲାଗିଛି। ସୋମବାର (ଏପ୍ରିଲ ୬) ସକାଳେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ IRGCର ଗୁପ୍ତଚର ମୁଖ୍ୟ…

କଲେଜରୁ ଫେରୁଥବା ବେଳେ ଯୁବତୀଙ୍କୁ ଅପହରଣ: କାର ଭିତରକୁ ନେଇ..

ପାଟକୁରା,୬।୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଳକ ଅଧୀନ କୁଳତୁଠୀ ଅରକ୍ଷିତ ଦାସଙ୍କ ମନ୍ଦିର ନିକଟ ନଦୀ ବନ୍ଧଗଡା ନିକଟର ଜଣେ ଯୁବତୀଙ୍କୁ ଅପହରଣ କରାଯାଇଛି।…

ଆବେଲ ପୁରସ୍କାର-୨୦୨୬

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ଏକ ଉଲ୍ଲେଖନୀୟ ସମ୍ମାନ। ଏହାକୁ ନୋବେଲ ପୁରସ୍କାର ସହ ସମାନ ମନେ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନରିକ…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri