Posted inଫୁରସତ

୨୭ ବର୍ଷୀୟା ଛାତ୍ରୀଙ୍କ ପ୍ରେମରେ ୫୪ ବର୍ଷୀୟ ପ୍ରଫେସର

କଥାରେ ଅଛି ପ୍ରେମ ସ୍ଥାନ, କାଳ ପାତ୍ର କିଛି ମାନେନା। ପ୍ରେମ ଦେଖେନା ବୟସ କି ଜାତି ନୀତି। ଠିକ୍‌ ଏମିତି ଏକ ଘଟଣା ଘଟିଛି ଜର୍ମାନୀର ଜଣେ ମନୋବିଜ୍ଞାନ ଛାତ୍ରୀଙ୍କ କ୍ଷେତ୍ରରେ। ଛାତ୍ରୀ ଜଣଙ୍କ ୟୁଟ୍ୟୁବ୍‌ରେ ପ୍ରଫେସରଙ୍କ ଭିଡିଓ ଦେଖି ପ୍ରେମରେ ପଡ଼ିଯାଇଛନ୍ତି। ପ୍ରଫେସରଙ୍କୁ ୫୪ ବର୍ଷ ହୋଇଥିବା ବେଳେ ଛାତ୍ରୀଙ୍କୁ ବର୍ତ୍ତମାନ୨୭ ବର୍ଷ।

ଜେନା ନାମକ ଏହି ଛାତ୍ରୀ ଜଣକ କେବେ ଭାବି ନ ଥିଲେ ଯେ ୟୁଟ୍ୟୁବ୍‌ ସାହାଯ୍ୟରେ ତାଙ୍କ ପ୍ରେମସମ୍ପର୍କ ଆରମ୍ଭ ହେବ। ଯେତେବେଳେ ତାଙ୍କୁ ୧୮ ବର୍ଷ ହୋଇଥିଲା, ସେ ମନୋବିଜ୍ଞାନ ପ୍ରଫେସର ପିଟର ହେନ୍‌ରିଚଙ୍କ ଏକ ଭିଡିଓ ଦେଖିଥିଲେ। ଏହା ପରେ ଦୁହେଁ ଇମେଲ ମାଧ୍ୟମରେ ଚାଟିଂ ଆରମ୍ଭ କରିଥିଲେ। ପ୍ରାୟ ତିନିମାସ ପରେ ଉଭୟଙ୍କର ଦେଖାସାକ୍ଷାତ ହୋଇଥିଲା। ସେମାନେ ଡିସେମ୍ବର ୨୦୧୭ରେ ପ୍ରଥମ ଥର ପାଇଁ ଭେଟିଥିଲେ। ପ୍ରଥମ ଦେଖାରେ ପ୍ରେମରେ ପଡ଼ିଯାଇଥିଲେ।

ଜେନା କୁହନ୍ତି, ମୁଁ ବିଶ୍ୱବିଦ୍ୟାଳୟରେ ଦର୍ଶନ କିମ୍ବା ସାଇକୋଲୋଜି ଅଧ୍ୟୟନ କରିବାକୁ ଚାହୁଁଥିଲି। କାରଣ ମୁଁ ଏହି ଦୁଇଟି ବିଷୟ ପ୍ରତି ବହୁତ ଆଗ୍ରହୀ ଥିଲି। ଏହି କାରଣରୁ, ମୁଁ ମୋର ଖାଲି ସମୟରେ ଏହି ବିଷୟଗୁଡ଼ିକ ସହିତ ଜଡ଼ିତ ୟୁଟ୍ୟୁବ୍‌ରୁ ଭିଡିଓ ଦେଖୁଥାଏ। କିଛି ବର୍ଷ ତଳେ ମୁଁ ଏପରି ଏକ ଭିଡିଓ ଦେଖିଥିଲି ଏବଂ ଏହି ଭିଡିଓରେ ପ୍ରଫେସରଙ୍କ କଥା ମତେ ବହୁତ ପ୍ରଭାବିତ କରିଥିଲା। ମୁଁ ତାଙ୍କ ସ୍ବର ଏବଂ ଶୈଳୀକୁ ପସନ୍ଦ କରି ତାଙ୍କୁ ଇମେଲ କରିଥିଲି।

ତେବେ ଏହି ସମ୍ପର୍କକୁ ନେଇ ଜେନା ଏବଂ ପିଟର ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାରଣ ଏହି ସମ୍ପର୍କ ହେତୁ ଜେନାଙ୍କ ମାତାପିତା ସେମାନଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଏଥିସହିତ, ପିଟରଙ୍କ ମାତାପିତା ଜେନାଙ୍କ ବିଷୟରେ ଭଲ ଭାବେ ଜାଣି ନାହାନ୍ତି। ଏହି ପରିପ୍ରେକ୍ଷୀରେ, ଜେନା କହିଛନ୍ତି ଯେ, ବୟସର ବ୍ୟବଧାନ ହେତୁ ସେ ଅନେକ ନକାରାତ୍ମକତାର ଶିକାର ହେବାକୁ ପଡୁଛି।

ଜେନା ଏବଂ ପିଟର ବର୍ତ୍ତମାନ ପରସ୍ପରଠାରୁ ବହୁତ ଦୂରରେ ରହୁଛନ୍ତି। ଜେନା କହିଛନ୍ତି, ଯେତେ ଦୂରରେ ଥିଲେ ବି ପିଟରଙ୍କ ସହ ସେ ଯୋଗାଯୋଗରେ ଅଛନ୍ତି। ଜେନା ଏହା ମଧ୍ୟ କହିଛନ୍ତି ଯେ, ପିଟରଙ୍କ ସହ ତାଙ୍କର ବୁଝାମଣା ବହୁତ ଭଲ। ଏହି କାରଣରୁ ସେ ସମାଜକୁ ଖାତିର ନ କରି ତାଙ୍କ ହୃଦୟ ଜିଣିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri