Posted inଖେଳ

ବ୍ରିସ୍‌ବେନ୍‌ରେ ଆୟୋଜନ ହେବ ୨୦୩୨ ଅଲିମ୍ପିକ୍ସ

ଟୋକିଓ,୨୨।୭(ଏପି): ଅଷ୍ଟ୍ରେଲିଆର ପୂର୍ବ ଉପକୂଳବର୍ତ୍ତୀ ସହର ବ୍ରିସ୍‌ବେନ୍‌ରେ ଆୟୋଜନ ହେବ ୨୦୩୨ ଅଲିମ୍ପିକ୍ସ। ଏ ନେଇ ବୁଧବାର ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଆୟୋଜନ ଦୌଡ଼ରେ ଆଉ କୌଣସି ସହର ସାମିଲ ନ ଥିଲେ। ଆଉ କୌଣସି ସହର ଏହି ଅଲିମ୍ପିକ୍ସ ଆୟୋଜନ କରିବାକୁ ବିଡ୍‌ ଦାଖଲ କରି ନ ଥିଲେ। ଫଳରେ ନିର୍ଦ୍ୱନ୍ଦ୍ୱରେ ବ୍ରିସ୍‌ବେନ୍‌କୁ ଆୟୋଜନ ଅଧିକାର ମିଳିଛି।
ଫଳରେ ଦୀର୍ଘ ୩୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ଅଲିମ୍ପିକ ଫେରିବା ନିଶ୍ଚିତ ହୋଇଛି। ଏହାପୂର୍ବରୁ ୨୦୦୦ରେ ସିଡ୍‌ନୀରେ ଓ ୧୯୫୬ରେ ମେଲବୋର୍ନରେ ଅଲିମ୍ପିକ୍ସ ସଫଳତାର ସହ ଆୟୋଜିତ ହୋଇଥିଲା। ସଫଳାତର ସହ ଅଲିମ୍ପିକ୍ସ କିପରି ଆୟୋଜନ କରିବାକୁ ହୁଏ ତାହା ଆମକୁ ଭଲଭାବେ ଜଣା ବୋଲି ନିଜ ଅଫିସରୁ ୧୧ ମିନିଟର ଲାଇଭ ଭିଡିଓ ଲିଙ୍କ୍‌ରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ କହିଛନ୍ତି। ଆୟୋଜନ ଅଧିକାର ପାଇଁ ହୋଇଥିବା ମତଦାନରେ ବ୍ରିସ୍‌ବେନ୍‌ ୭୨-୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲା। ଏହାପରେ ମୋରିସନ ଦୁଇ ହାତ ଉପରକୁ ଉଠାଇବା ସହ ଦୁଇ ବୁଢା ଆଙ୍ଗୁଠି ଉଠାଇ ଥମ୍ବ୍ସ ଅପ୍‌ କରି ଖୁସି ଜାହିର କରିଥିଲେ। ଏଥିପାଇ ବ୍ରିସ୍‌ବେନ୍‌ରେ ଜବରଦସ୍ତ ଆତସବାଜି ଦେଖିବାକୁ ମିଳିଥିଲା। ଟୋକିଓସ୍ଥିତ ଏକ ପଞ୍ଚତାରକା ହୋଟେଲରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସଦସ୍ୟମାନଙ୍କୁ ଏହାର ଲାଇଭ୍‌ ପ୍ରସାରଣ ଦେଖାଯାଇଥିଲା।
୨୦୨୮ ଅଲିମ୍ପିକ୍ସ ଆମେରିକାର ଲସ୍‌ ଏଞ୍ଜେଲେସ୍‌ରେ ଆୟୋଜନ ହେବ। ତେଣୁ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ବ୍ରିସ୍‌ବେନ୍‌ ୧୧ ବର୍ଷ ଉପଲବ୍ଧ ହେବ। ସେହିପରି ୨୦୨୪ ଅଲିମ୍ପିକ୍ସ ପ୍ୟାରିସ୍‌ରେ ଆୟୋଜନ ହେବ। ଗତ ଫେବୃୟାରୀରେ ବ୍ରିସ୍‌ବେନ୍‌କୁ ଆଇଓସି ଏକ୍ସକ୍ଲୁସିଭ ନିଗୋସିଏଟିଂ ରାଇଟ୍‌ ପ୍ରଦାନ କରିଥିଲା। ଅଲିମ୍ପିକ ଆୟୋଜନ ପାଇଁ ବ୍ରିସ୍‌ବେନ୍‌ରେ କେତେକ ବିଶ୍ୱସ୍ତରୀୟ ଭିତ୍ତିଭୂମି ରହିଛି ଓ ଆଉ କେତେକ ନିର୍ମାଣ ହେବ। ବ୍ରିସ୍‌ବେନ୍‌ର ଜଣାଶୁଣା ଗାବା ଷ୍ଟାଡିୟମରେ ମଧ୍ୟ କେତୋଟି ଅଲିମ୍ପିକ୍ସ ଇଭେଣ୍ଟ ଆୟୋଜନ ହୋଇପାରିବ। ୧୯୦୦ ପ୍ୟାରିସ ଅଲିମ୍ପିକ୍ସରେ କ୍ରିକେଟ ଖେଳାଯାଇଥିଲା। ଅଲିମ୍ପିକ୍ସର ଗତ ସଂସ୍କରଣ ବ୍ରାଜିଲର ରିଓ ଡି ଜେନିରୋରେ ଆୟୋଜନ ହୋଇଥିଲା। ବର୍ତ୍ତମାନ ବ୍ରିସ୍‌ବେନ୍‌ରେ ୮୪ ପ୍ରତିଶତ ଷ୍ଟାଡିୟମ ରହିଛି। ତେଣୁ ଅଲିମ୍ପିକ୍ସ ପାଇଁ ଭିତ୍ତିଭୂମିର ବିକାଶ ନେଇ ସେତେଟା ସମସ୍ୟା ରହିବ ନାହିଁ। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏକ ନୂଆ ସୁଇମିଂ ଏରିନା ନିର୍ମାଣ କରିବାକୁ ଯୋଜନା କରାଯାଇଛି। ସେହିପରି ଗମନାଗମନ କ୍ଷେତ୍ରରେ ମଧ୍ୟ ବିକାଶର ଆବଶ୍ୟକତା ରହିଛି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା! ବୁମରାଙ୍କ ବଲରେ ଇଶାନ….ସେପଟେ ମେଡିକାଲରେ ଅଭିଷେକ

ନୂଆଦିଲ୍ଲୀ,୧୧।୨:  ଟିମ୍ ଇଣ୍ଡିଆର ସମସ୍ୟା ସମାଧାନର ନାଁ ଧରୁନାହିଁ । ୨୦୨୬ ଟି-୨୦ ବିଶ୍ୱକପରେ ଲଗାତାର ଦ୍ୱିତୀୟ ଟାଇଟଲ ଜିତିବା ଲକ୍ଷ୍ୟରେ ଥିବା ଭାରତୀୟ ଦଳ ଏହାର ଖେଳାଳିଙ୍କ…

ଟି-୨୦ ବିଶ୍ୱକପ୍: ନେଟ୍ସରେ ସଞ୍ଜୁ ସାମସନଙ୍କ ନିରବ ସଂଘର୍ଷ, ଅଭିଷେକଙ୍କ ଅସୁସ୍ଥତା ବଢ଼ାଇଲା ଚିନ୍ତା

ନୂଆଦିଲ୍ଲୀ,୧୧।୨: ନାମିବିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ଅଭ୍ୟାସ ସେସନରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଗୋଟିଏ ପଟେ ଦଳର ବାକି ସଦସ୍ୟମାନେ ହସଖୁସି…

ଟି-୨୦ ବିଶ୍ୱକପ୍: ଆହତ ହେଲେ ଅଷ୍ଟ୍ରେଲିଆ ଅଧିନାୟକ, ଷ୍ଟିଭ୍ ସ୍ମିଥ୍‌ଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆର ଅସୁବିଧା ଥମିବାର ନାଁ ନେଉନାହିଁ। ଜସ୍ ହାଜେଲଉଡ୍ ଏବଂ ପ୍ୟାଟ୍ କୁମିନ୍ସ ଆଗରୁ ଆହତ ଥିବାବେଳେ ଏବେ ଅଧିନାୟକ ମିଚେଲ ମାର୍ଶ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

SA vs AFG: ହାର ମାନିଲା ଆଫଗାନିସ୍ତାନ, ୨ଟି ସୁପର ଓଭର ମୁକାବିଲାରେ ବାଜି ମାରିଲା ସାଉଥ ଆଫ୍ରିକା

ଅହମ୍ମଦାବାଦ,୧୧।୨: ଅହମ୍ମଦାବାଦ ଗ୍ରାଉଣ୍ଡରେ ଟି-୨୦ ବିଶ୍ୱକପ୍ ୨୦୨୬ର ସବୁଠାରୁ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି। ଗୋଟିଏ ନୁହେଁ, ବରଂ ଦୁଇଟି ସୁପର ଓଭର ପରେ ଦକ୍ଷିଣ ଆଫ୍ରିକା…

ଟି-୨୦ ବିଶ୍ୱକପ୍‌ରେ ପ୍ରଥମ: ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ ମଧ୍ୟରେ ୨ ସୁପର ଓଭର, ଜାଣନ୍ତୁ କିଏ ମାରିଲା ବାଜି

ଅହମ୍ମଦାବାଦ,୧୧।୨: ଅହମ୍ମଦାବାଦରେ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ରୋମାଞ୍ଚକ ମ୍ୟାଚ୍ ଖେଳା ଯାଇଥିଲ। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୬…

ୟୁ ଟର୍ନ ପାର୍ଟ ୨! ବିଶ୍ୱକପରୁ ବାହାରି ଯିବାକୁ ନେଇ ବାଂଲାଦେଶ ଦେଲା ବଡ଼ ବୟାନ, ଖେଳାଳିଙ୍କ ଉପରେ ଲଗାଇଲା ‘ଅଭିଯୋଗ’

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି୨୦ ବିଶ୍ୱକପରୁ ବାଂଲାଦେଶର ଓହରିଯିବା ପ୍ରସଙ୍ଗ ଏବେ କେବଳ କ୍ରୀଡା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ରାଜନୈତିକ ବୟାନବାଜିର ରୂପ ନେଇଛି। ସଦ୍ୟତମ ଘଟଣାକ୍ରମରେ,…

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri