Posted inଖେଳ

ବ୍ରିସ୍‌ବେନ୍‌ରେ ଆୟୋଜନ ହେବ ୨୦୩୨ ଅଲିମ୍ପିକ୍ସ

ଟୋକିଓ,୨୨।୭(ଏପି): ଅଷ୍ଟ୍ରେଲିଆର ପୂର୍ବ ଉପକୂଳବର୍ତ୍ତୀ ସହର ବ୍ରିସ୍‌ବେନ୍‌ରେ ଆୟୋଜନ ହେବ ୨୦୩୨ ଅଲିମ୍ପିକ୍ସ। ଏ ନେଇ ବୁଧବାର ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଆୟୋଜନ ଦୌଡ଼ରେ ଆଉ କୌଣସି ସହର ସାମିଲ ନ ଥିଲେ। ଆଉ କୌଣସି ସହର ଏହି ଅଲିମ୍ପିକ୍ସ ଆୟୋଜନ କରିବାକୁ ବିଡ୍‌ ଦାଖଲ କରି ନ ଥିଲେ। ଫଳରେ ନିର୍ଦ୍ୱନ୍ଦ୍ୱରେ ବ୍ରିସ୍‌ବେନ୍‌କୁ ଆୟୋଜନ ଅଧିକାର ମିଳିଛି।
ଫଳରେ ଦୀର୍ଘ ୩୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ଅଲିମ୍ପିକ ଫେରିବା ନିଶ୍ଚିତ ହୋଇଛି। ଏହାପୂର୍ବରୁ ୨୦୦୦ରେ ସିଡ୍‌ନୀରେ ଓ ୧୯୫୬ରେ ମେଲବୋର୍ନରେ ଅଲିମ୍ପିକ୍ସ ସଫଳତାର ସହ ଆୟୋଜିତ ହୋଇଥିଲା। ସଫଳାତର ସହ ଅଲିମ୍ପିକ୍ସ କିପରି ଆୟୋଜନ କରିବାକୁ ହୁଏ ତାହା ଆମକୁ ଭଲଭାବେ ଜଣା ବୋଲି ନିଜ ଅଫିସରୁ ୧୧ ମିନିଟର ଲାଇଭ ଭିଡିଓ ଲିଙ୍କ୍‌ରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ କହିଛନ୍ତି। ଆୟୋଜନ ଅଧିକାର ପାଇଁ ହୋଇଥିବା ମତଦାନରେ ବ୍ରିସ୍‌ବେନ୍‌ ୭୨-୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲା। ଏହାପରେ ମୋରିସନ ଦୁଇ ହାତ ଉପରକୁ ଉଠାଇବା ସହ ଦୁଇ ବୁଢା ଆଙ୍ଗୁଠି ଉଠାଇ ଥମ୍ବ୍ସ ଅପ୍‌ କରି ଖୁସି ଜାହିର କରିଥିଲେ। ଏଥିପାଇ ବ୍ରିସ୍‌ବେନ୍‌ରେ ଜବରଦସ୍ତ ଆତସବାଜି ଦେଖିବାକୁ ମିଳିଥିଲା। ଟୋକିଓସ୍ଥିତ ଏକ ପଞ୍ଚତାରକା ହୋଟେଲରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସଦସ୍ୟମାନଙ୍କୁ ଏହାର ଲାଇଭ୍‌ ପ୍ରସାରଣ ଦେଖାଯାଇଥିଲା।
୨୦୨୮ ଅଲିମ୍ପିକ୍ସ ଆମେରିକାର ଲସ୍‌ ଏଞ୍ଜେଲେସ୍‌ରେ ଆୟୋଜନ ହେବ। ତେଣୁ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ବ୍ରିସ୍‌ବେନ୍‌ ୧୧ ବର୍ଷ ଉପଲବ୍ଧ ହେବ। ସେହିପରି ୨୦୨୪ ଅଲିମ୍ପିକ୍ସ ପ୍ୟାରିସ୍‌ରେ ଆୟୋଜନ ହେବ। ଗତ ଫେବୃୟାରୀରେ ବ୍ରିସ୍‌ବେନ୍‌କୁ ଆଇଓସି ଏକ୍ସକ୍ଲୁସିଭ ନିଗୋସିଏଟିଂ ରାଇଟ୍‌ ପ୍ରଦାନ କରିଥିଲା। ଅଲିମ୍ପିକ ଆୟୋଜନ ପାଇଁ ବ୍ରିସ୍‌ବେନ୍‌ରେ କେତେକ ବିଶ୍ୱସ୍ତରୀୟ ଭିତ୍ତିଭୂମି ରହିଛି ଓ ଆଉ କେତେକ ନିର୍ମାଣ ହେବ। ବ୍ରିସ୍‌ବେନ୍‌ର ଜଣାଶୁଣା ଗାବା ଷ୍ଟାଡିୟମରେ ମଧ୍ୟ କେତୋଟି ଅଲିମ୍ପିକ୍ସ ଇଭେଣ୍ଟ ଆୟୋଜନ ହୋଇପାରିବ। ୧୯୦୦ ପ୍ୟାରିସ ଅଲିମ୍ପିକ୍ସରେ କ୍ରିକେଟ ଖେଳାଯାଇଥିଲା। ଅଲିମ୍ପିକ୍ସର ଗତ ସଂସ୍କରଣ ବ୍ରାଜିଲର ରିଓ ଡି ଜେନିରୋରେ ଆୟୋଜନ ହୋଇଥିଲା। ବର୍ତ୍ତମାନ ବ୍ରିସ୍‌ବେନ୍‌ରେ ୮୪ ପ୍ରତିଶତ ଷ୍ଟାଡିୟମ ରହିଛି। ତେଣୁ ଅଲିମ୍ପିକ୍ସ ପାଇଁ ଭିତ୍ତିଭୂମିର ବିକାଶ ନେଇ ସେତେଟା ସମସ୍ୟା ରହିବ ନାହିଁ। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏକ ନୂଆ ସୁଇମିଂ ଏରିନା ନିର୍ମାଣ କରିବାକୁ ଯୋଜନା କରାଯାଇଛି। ସେହିପରି ଗମନାଗମନ କ୍ଷେତ୍ରରେ ମଧ୍ୟ ବିକାଶର ଆବଶ୍ୟକତା ରହିଛି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri