ଠନ୍‌ ଠନ୍‌ ମଦନ ଗୋପାଳ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ସିଆଇଏସ୍‌ଏଫ୍‌ (ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ) ତରଫରୁ ପ୍ରକାଶ ଯେ, ୨୦୧୭ରେ ଦିଲ୍ଲୀର ମେଟ୍ରୋରେ ୧୩୯୨ଟି ପକେଟମାର୍‌ ମାମଲା ସାମ୍‌ନାକୁ ଆସିଛି। ମେଟ୍ରୋର ନିରାପତ୍ତା ଦାୟିତ୍ୱରେ ଥିବା ଏହି ସଂସ୍ଥା ସିସିଟିଭି କ୍ୟାମେରା ଓ ନିଯୁକ୍ତ କର୍ମଚାରୀମାନଙ୍କ ଦ୍ୱାରା ସଂଗୃହୀତ ଗୁପ୍ତ ସନ୍ଦେଶ ମାଧ୍ୟମରେ ଏହି ପିକ୍‌ ପକେଟମାର୍‌ଙ୍କୁ ଚିହ୍ନଟ କରିଛି। ପରିଶେଷରେ ଏହି କ୍ରମବର୍ଦ୍ଧିଷ୍ଣୁ ସମସ୍ୟାର ସଫଳ ଭାବେ ସମ୍ମୁଖୀନ ହେବାକୁ ୨୩୬ ଜଣ ଅତିରିକ୍ତ କର୍ମଚାରୀ ନିଯୁକ୍ତ କରାଯାଇଥିଲା। ୨୦୧୭ର ରେକର୍ଡରୁ ଜଣାଗଲା ଯେ, ଏହି ପିକ୍‌ ପକେଟମାର୍‌ଙ୍କ ମଧ୍ୟରେ ଶହେ ଜଣ ପୁରୁଷ ଥିବା ବେଳେ ମହିଳାଙ୍କ ସଂଖ୍ୟା ୧୨୯୨। ଉକ୍ତ ପକେଟମାର୍‌ମାନେ ଅନେକ ଥର ଗୋଟିଏ ଶିଶୁକୁ ଢାଲ ଭାବେ ସାଥିରେ ରଖିଥାନ୍ତି ଏବଂ ଦଳ ଦଳ ହୋଇ ଏହି ଗୋପନୀୟ କାର୍ଯ୍ୟରେ ଲିପ୍ତ ହୋଇଥାନ୍ତି। ଏହି ଚୋରିରୁ ରକ୍ଷାପାଇବା ପାଇଁ ଦିଲ୍ଲୀର କଶ୍ମିରୀ ଗେଟ୍‌, ଚାନ୍ଦିନୀ ଚୌକ, ରାଜୀବ ଚୌକ, କୀର୍ତ୍ତିନଗର, ନୂଆଦିଲ୍ଲୀ, ତୁଗଲକବାଦ ଭଳି ମେଟ୍ରୋ ଷ୍ଟେଶନ ଯାତ୍ରୀମାନଙ୍କୁ ଖୁବ୍‌ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବିଶେଷତଃ ଏହି ଷ୍ଟେଶନଗୁଡ଼ିକରେ ମହିଳାମାନଙ୍କୁ ନିରୀହ ଓ ଦୟାର ପାତ୍ର ବୋଲି ବିବେଚନା କଲେ ବିପଦକୁ ନିମନ୍ତ୍ରଣ କରିବା ପରି ହେବ।
ଅବଶ୍ୟ ଆମ ଦେଶ ଅପେକ୍ଷାକୃତ ଗରିବ ରାଷ୍ଟ୍ର ହୋଇଥିବାରୁ ଏମିତି ଘଟୁଛି ବୋଲି କହିବା ସମ୍ପୂର୍ଣ୍ଣ ଠିକ୍‌ ନୁହେଁ। ଉନ୍ନତ ପାଶ୍ଚାତ୍ୟ ଦେଶମାନେ ମଧ୍ୟ ଏହି ଦୁର୍ନାମରୁ ମୁକ୍ତ ନୁହନ୍ତି। ବିଶେଷତଃ ବାର୍ସିଲୋନା (ସ୍ପେନ୍‌), ଇଟାଲୀର ରୋମ୍‌, ଚେକ୍‌ ରିପବ୍ଲିକର ପ୍ରାଗ୍‌, ଫ୍ରାନ୍ସର ପ୍ୟାରିସ, ନେଦରଲାଣ୍ଡର ଆମଷ୍ଟରଡାମ ଏହି ଅପବାଦ ମୁଣ୍ଡାଇଛନ୍ତି। ଏତଦ୍‌ବ୍ୟତୀତ ଆର୍ଜେଣ୍ଟିନାର ବୁଏନ୍ସ ଏରସ ଓ ଭିଏଟନାମ୍‌ର ହାନୋଇ ପରି ଜନବହୁଳ ସହରଗୁଡ଼ିକରେ ପକେଟମାର୍‌ଙ୍କ ପ୍ରାଦୁର୍ଭାବ ଉଦ୍‌ବେଗଜନକ।
ପିକ୍‌ ପକେଟିଂ ବିଶ୍ୱର ବିଭିନ୍ନ ସହରରେ ଆସ୍ଥାନ ଜମାଇଥିବା ବେଳେ ସମ୍ପ୍ରତି ମୋଟାମୋଟି ଭାବେ କିଛି ପରିମାଣରେ ଯୁକ୍ତରାଷ୍ଟ୍ରରେ ଏହାର ବ୍ୟାପ୍ତି ହ୍ରାସ ପାଇବା ପରିଲକ୍ଷିତ ହୋଇଛି। ଏହି ପରିପ୍ରେକ୍ଷୀରେ ସେଠାକାର ଅତୀତ ପ୍ରତି ଦୃଷ୍ଟି ଦିଆଯାଇପାରେ। ଯୁକ୍ତରାଷ୍ଟ୍ରର ଅଣଚାଳିଶତମ ରାଷ୍ଟ୍ରପତି ଜିମ୍ମି କାର୍ଟର ରାଷ୍ଟ୍ରପତି ଥିବାବେଳର ଘଟଣା। ବିଶ୍ୱର ଅତ୍ୟନ୍ତ ଶକ୍ତିଶାଳୀ ରାଜନେତା ହିସାବରେ ତାଙ୍କ ସୁରକ୍ଷାବଳୟ ନିବୁଜ ଥିଲା। ତେବେ ଆପୋଲୋ ରବିନ୍‌ସ ନାମକ ଜଣେ ବ୍ୟକ୍ତି ଜିମ୍ମି କାର୍ଟରଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ରେଟ ସର୍ଭିସ ଏଜେଣ୍ଟଙ୍କ ପକେଟ୍‌ମାର କରି ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲେ। ସେ ସୁରକ୍ଷାକର୍ମୀଙ୍କଠାରୁ କୌଶଳକ୍ରମେ ରାଷ୍ଟ୍ରପତିଙ୍କ ମୋଟରଗାଡ଼ି ଶୋଭାଯାତ୍ରାର ଭ୍ରମଣପଥରୁ ଚାବି ହରଣଚାଲ କରିଥିଲେ। ଅବଶ୍ୟ ସେ ଏହି ଅସାଧାରଣ ସଫଳତା ପାଇବା ପରେ ଚାବି ଫେରାଇଦେଲେ। କିନ୍ତୁ ସେ ବିଶ୍ୱସାରା ନିଜ ଅସାଧାରଣ କୌଶଳ ପାଇଁ ଉଚ୍ଚପ୍ରଶଂସିତ ହେଲେ।
ଏହି ଚମକତ୍ାର ଘଟଣା ପରେ ସେ ଏକ ସାକ୍ଷାତ୍‌କାରରେ କହିଥିଲେ ଯେ, ସମସ୍ତଙ୍କ ଅଗୋଚରରେ ସେ ଉକ୍ତ ପିକ୍‌ ପକେଟ୍‌ କରିପାରିଥିବାରୁ ପୋଲିସ ତାଙ୍କ ସହ ଯୋଗାଯୋଗ କଲା। ତେବେ ତାଙ୍କୁ ଦଣ୍ଡବିଧାନ ପାଇଁ ନୁହେଁ, ତାଙ୍କଠାରୁ ଏହି ବିଦ୍ୟା ସମ୍ପର୍କରେ ପରାମର୍ଶ କରି ଜ୍ଞାନାର୍ଜନ କରିବା ପାଇଁ ।
ଅନେକ ସମାଲୋଚକ ତାଙ୍କ ପାରଦର୍ଶିତାରେ ମୁଗ୍ଧହୋଇ ମନ୍ତବ୍ୟ ଦେଲେ ଯେ, ରବିନ୍‌ସ ଲୋକଙ୍କଠାରୁ ଜ୍ୟାକେଟ, ପ୍ୟାଣ୍ଟ, ପର୍ସ, ହାତଘଡ଼ି ଇତ୍ୟାଦି ଲୁଚାଇ ନେବାରେ ସକ୍ଷମ। ତେବେ ଚୋରା ମାଲ୍‌ ଫେରାଇ ସେ ସମସ୍ତଙ୍କ ମନୋରଞ୍ଜନ କରିଥାନ୍ତି। ତେଣୁ ସେ ଭଦ୍ର ଚୋର ଭାବେ ସୁପରିଚିତ। ପକେଟ୍‌ମାରକୁ ଏକ ଉନ୍ନତ କଳା ବୋଲି ବିବେଚନା କରନ୍ତି ଏବଂ ସତ୍‌ ଉଦ୍ଦେଶ୍ୟରେ ଏହାର ବ୍ୟବହାର କରି ମନୋରଞ୍ଜନ କରିଥାନ୍ତି। ଚୋରମାନେ ଧନ ଲୋଭରୁ ଜିନିଷ ହରଣଚାଲ କରି ଫେରାଇ ନ ଥାନ୍ତି। ଏହି ଦୃଷ୍ଟିରୁ ସେ ସେମାନଙ୍କଠାରୁ ଭିନ୍ନ। ଆପୋଲୋ ରବିନ୍‌ସ ବାସ୍ତବରେ କୌଶଳରେ ପଦାର୍ଥକୁ ଉଠାଇ ନିଅନ୍ତି ଯେମତି ଚୋର ଚୋରି କରିଥାଏ। ଅବଶ୍ୟ ସେ ଚୋରି ମାଲ୍‌କୁ ଘରକୁ ନ ନେଇ ତା’ ମାଲିକଙ୍କୁ ସହାସ୍ୟ ବଦନରେ ଫେରସ୍ତ କରିଥାନ୍ତି। ତାଙ୍କର ଏହି ଆଚରଣ ଉପଭୋଗ୍ୟ ହୋଇଥାଏ।
ପିକ୍‌ ପକେଟର ସ୍ଥିତି ସମ୍ପର୍କରେ ବିବରଣୀ ଦେବା ପାଇଁ ଜୋ କୋଇଓ ହାବେ ‘ଦ ଲଷ୍ଟ ଆର୍ଟ ଅଫ୍‌ ପିକ୍‌ ପକେଟିଂ’ ଶୀର୍ଷକ ଏକକ ଲେଖା ୨୩ ଫେବୃୟାରୀ ୨୦୧୧ରେ ପ୍ରକାଶ କରିଛନ୍ତି। ସେ ଲକ୍ଷ୍ୟ କରିଛନ୍ତି ଯେ, ଗତ ଶତାବ୍ଦୀ ଅପେକ୍ଷା ଚଳିତ ସମୟରେ ପକେଟମାର୍‌ଙ୍କ ଉତ୍ପାତ ହ୍ରାସ ପାଇଛି। ସେମିତି ‘ଟ୍ରିଅମ୍ପ ଅଫ୍‌ ଦ ସିଟି’ ପୁସ୍ତକରେ ହାର୍ଭାର୍ଡ ଅର୍ଥନୀତି ପ୍ରଫେସର ଏଡଓ୍ବାଡ୍‌ ଗ୍ଲାସେର ମତ ଦେଇଛନ୍ତି ଯେ, ଏବେ ଯୁକ୍ତରାଷ୍ଟ୍ରରେ ପିକ୍‌ ପକେଟ ପ୍ରାୟ ମୃତ। ଅପରାଧ ବିଶେଷଜ୍ଞ ମାର୍କସ ଫେଲସନ୍‌ ମଧ୍ୟ ଏଥିସହ ସହମତ। ବର୍ତ୍ତମାନ ଯୁବବର୍ଗ ଏହି ନିନ୍ଦନୀୟ କାର୍ଯ୍ୟରୁ ଅପସରିଗଲେଣି। ସାଧାରଣତଃ ପଦଯାତ୍ରୀଙ୍କ ପାଇଁ ଭୂଗର୍ଭସ୍ଥ ରାସ୍ତା ତଳର ମାର୍ଗ ବା ଭୂଗର୍ଭସ୍ଥ ରେଳ ବ୍ୟବସ୍ଥା ପାଇଁ ନିର୍ମିତ ସୁଡ଼ଙ୍ଗ (ସବ୍‌ଓ୍ବେ) ପକେଟ୍‌ମାରଙ୍କ ଆଡ୍ଡାସ୍ଥଳ। କିନ୍ତୁ ଏବେ ସେମାନଙ୍କ ଉପସ୍ଥିତି ନଗଣ୍ୟ ବୋଲି ଜଣାଯାଏ। ୧୯୮୦ ଓ ୯୦ ଦଶକରେ ଟାଇମ୍ସ ସ୍କୋୟାରରେ ଏହା ନିୟନ୍ତ୍ରଣ ବାହାରେ ଥିଲା। କିନ୍ତୁ ୨୦୦୧ ବେଳକୁ ୧୯୯୦ରେ ଏହା ଅଧା ହୋଇଗଲା।
ପ୍ରଶ୍ନ ଉଠୁଛି, ଏମିତି ଘଟଣାପଛରେ କାରଣ କ’ଣ ? ଏହା ପଛରେ ରହିଛି ଡିଜିଟାଲ ପେମେଣ୍ଟ କ୍ରେଡିଟ୍‌ ଓ ଡେବିଟ କାର୍ଡ ଦ୍ୱାରା ମାଲିକ ଓ ଗ୍ରାହକ ମଧ୍ୟରେ ବିଭିନ୍ନ ଦେଶରେ ଦେୟ ପୈଠ, ଯାହାକି ୟୁନିଫାଏଡ ପେମେଣ୍ଟ୍‌ସ ଇଣ୍ଟରଫେସ (ୟୁପିଆଇ) ଭାବେ ପରିଚିତ। ଏହି ଡାଟା ମଧ୍ୟ ଭାରତ ପାଇଁ ପ୍ରଯୁଜ୍ୟ। ଏହାର ବହୁଳ ବ୍ୟବହାର ଯୁକ୍ତରାଷ୍ଟ୍ରରେ ହେଉଛି। ତେବେ ଭାରତରେ ୟୁପିଆଇର ପ୍ରଚଳନ ସତ୍ତ୍ୱେ ବହୁ ଲୋକ ଡିଜିଟାଲ ପରିବର୍ତ୍ତେ ପୁରୁଣାକାଳିଆ ଟଙ୍କା ଦେଣନେଣକୁ ପସନ୍ଦ କରିଛନ୍ତି। ତେଣୁ ଆମ ଜିଡିପି ଅନୁପାତରେ ସିଆଇସି (କରେନ୍ସି ଇନ୍‌ ସର୍କୁଲେଶନ) ୨୦୧୬-୧୭ରେ ଶତକଡା ୮.୭ ଥିବାବେଳେ ଏହା ବୃଦ୍ଧି ପାଇ ୨୦୨୧-୨୨ରେ ୧୩.୭ରେ ପହଞ୍ଚତ୍ଛି। କେବଳ ଭାରତ ନୁହେଁ, ଜାପାନ, ସିଙ୍ଗାପୁର ଓ ଦକ୍ଷିଣ କୋରିଆରେ ମଧ୍ୟ ଏହି ଧାରା ପରିଲକ୍ଷିତ ହୋଇଛି। ବିଦେଶରେ ୨୦୦୮ର ଆର୍ଥିକ ମାନ୍ଦାବସ୍ଥା ଓ ବିଶ୍ୱବ୍ୟାପୀ କୋଭିଡର ପ୍ରଭାବ ଦେଖାଦେଇଥିବା ବେଳେ ଭାରତରେ ବିମୁଦ୍ରୀକରଣ ଓ କୋଭିଡ ଏଥିପାଇଁ ଦାୟୀ। ଲୋକେ ଡିଜିଟାଲ ସିଷ୍ଟମକୁ ନାପସନ୍ଦ କରି ପାଖରେ ନଗଦ ଅର୍ଥ ଜମା କଲେ। ବଜାରକୁ ସଉଦା ପାଇଁ ଗଲେ ନଗଦ ଟଙ୍କା ସାଥିରେ ନେଲେ। ଏହା ପକେଟ୍‌ମାରଙ୍କ ପାଇଁ ସୁଯୋଗ ଆଣିଦେଲା। କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡର ବ୍ୟବହାର ଧିମେଇଗଲା। ମୁଣାରେ ଟଙ୍କା ଓ ମନିପର୍ସର ପୁନରାଗମନ ପିକ୍‌ ପକେଟମାରଙ୍କୁ ସୁଯୋଗ ଦେଲା।
ଅବଶ୍ୟ ବିଦେଶରେ କୋଭିଡ କମିଯିବା ପରେ ଡିଜିଟାଲ ପୁଣି ଚାଲିବ। କିନ୍ତୁ ଭାରତରେ ନଗଦ କାରବାର ଅକ୍ଷୁଣ୍ଣ ରହିବ। ଏହାର କାରଣ ହେଉଛି ଭୌତିକ ମୁଦ୍ରା (ଫିଜିକାଲ) ପ୍ରତି ଆକର୍ଷଣ ଆମର ସହଜାତ ପ୍ରବୃତ୍ତି। ଡିଜିଟାଲରେ ଆମେ ଟଙ୍କା ହାତରେ ଧରୁନାହୁଁ , ତା ଗନ୍ଧ ବାରି ପାରିନାହୁଁ।
ଡିଜିଟାଲ ସିଷ୍ଟମରେ ଅର୍ଥ ବାୟୁରେ ଥାଏ। ଏହା ଅଦୃଶ୍ୟ। ତେଣୁ ବିଶ୍ୱାସଯୋଗ୍ୟ ନୁହେଁ। ଅତୀତରେ ଆମେ ନଗଦ ଟଙ୍କା ପଇସାକୁ ଠନ୍‌ ଠନ୍‌ ମଦନ ଗୋପାଳ ବୋଲି କହୁଥିଲେ। ଆଧୁନିକ ଯୁଗରେ ମଧ୍ୟ ସେହି ଧାରଣା ଆମଠାରେ ବଦ୍ଧମୂଳ। ତେଣୁ ପର୍ସ ଆମ ପକେଟ୍‌ରେ ରହିବ। ଫଳରେ ପକେଟମାର୍‌ ଆମ ପଛରେ ପଡ଼ିବେ ହିଁ ପଡ଼ିବେ।
ମୋ-୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri