ପାଟଣା,୨୪ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ଗ୍ରାମର ମା’ ଅନ୍ଧାରୀ ଠାକୁରାଣୀଙ୍କ ମନ୍ଦିର କବାଟ ଭାଙ୍ଗି ଗୁରୁବାର ରାତିରେ ଠାକୁରାଣୀଙ୍କ ରୂପା ମୁକୁଟ ଚୋରି ହୋଇଛି। ଏ ନେଇ ମନ୍ଦିର ପରିଚାଳନା କମିଟିର ସଭାପତି ହୃଦାନନ୍ଦ ମହାପାତ୍ର ଥାନାରେ ଅଭିଯୋଗ କରିଛନ୍ତି। ପାଟଣା ଥାନାରେ ଏକ ମାମଲା(ନଂ. ୨୫୬/୨୫) ରୁଜୁ ହୋଇଛି। ମୁକୁଟର ଓଜନ ୧ କିଲୋରୁ ଊର୍ଦ୍ଧ୍ୱ ହେବ ବୋଲି ସାହାରପଡ଼ା ଫାଣ୍ଡି ଅଧିକାରୀ ପାତ୍ର ଓରାମ କହିଛନ୍ତି।


