Posted inଖେଳ

ଏହି ବ୍ୟାଟ୍ସମ୍ୟାନଙ୍କ ଉଇକେଟ ନେଇ ଶାର୍ଦ୍ଦୁଳ ଦେଇଥିଲେ ବ୍ରେକ୍‌ ଥ୍ରୁ

ଲଣ୍ଡନ,୬।୯: ଓଭାଲ ଟେଷ୍ଟର ପଞ୍ଚମ ଦିନରେ ଆସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୭୭/୦ରୁ ଇଂଲଣ୍ଡ ଖେଳ ଆରମ୍ଭ କରିଥିଲା। ଦୁଇ ଓପନର ରୋରି ବନର୍‌ସ ଓ ହାସିମ ହମିଦ ଦମ୍‌ଦାର ପ୍ରଦର୍ଶନ କରି ଦଳକୁ ଭଲ ଆରମ୍ଭ ପ୍ରଦାନ କରିଥିଲେ। ୧୦୦ ରନରେ ଇଂଲଣ୍ଡ ପ୍ରଥମ ଉଇକେଟ ଭାବେ ବନର୍‌ସକୁ ହରାଇଥିଲା। ଓଭରନାଇଟ ସ୍କୋର ୩୧ରୁ ଖେଳ ଆରମ୍ଭ କରି ସେ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଉଇକେଟକିପର ରିଷଭ ପନ୍ତଙ୍କୁ କ୍ୟାଚ୍‌ ଦେଇ ଶାର୍ଦ୍ଦୁଳ ଠାକୁରଙ୍କ ଶିକାର ହୋଇଥିଲେ। ପ୍ରଥମ ଉଇକେଟ ନେଇ ଠାକୁର ଭାରତକୁ ବ୍ରେକ୍‌ ଥ୍ରୁ ଦେଇଥିଲେ। ଅନ୍ୟତମ ଓପନର ହାସିବ ହମିଦ ଗତକାଲିର ଅପରାଜିତ ସ୍କୋର ୪୩ରୁ ଖେଳ ଆରମ୍ଭ କରି ୬୩ ରନ୍‌ କରିଥିବା ବେଳେ ସ୍ପିନର ରବୀନ୍ଦ୍ର ଜାଡେଜାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ତାଙ୍କୁ ପୂର୍ବରୁ ଦାଓ୍ବିଦ ମଲନ ୫ ରନ କରିଥିବା ବେଳେ ବଦଳ ଖେଳାଳି ମୟଙ୍କ ଅଗ୍ରଓ୍ବାଲଙ୍କ ଥ୍ରୋରେ ପନ୍ତଙ୍କ ଦ୍ୱାରା ଦୂର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଏହାପରେ ଓଲି ପୋପ୍‌, ଜନି ବେୟରଷ୍ଟୋ, ମୋଇନ ଅଲି ବେଶି ସମୟ ତିଷ୍ଠି ନ ପାରି ସଅଳ ପ୍ୟାଭିଲିୟନ ଫେରିଥିଲେ। ପୋପ୍‌ ୨ ରନ କରି ଓ ଉଇକେଟକିପର ବ୍ୟଟ୍ସମ୍ୟାନ ଜନି ବେୟାରଷ୍ଟୋ ଖାତା ଖେଳିବା ପୂର୍ବରୁ ଯଶପ୍ରୀତ ବୁମରାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ବିନା ସ୍କୋରରେ ଅଲରାଉଣ୍ଡର ମୋଇନ ଜାଡେଜାଙ୍କ ବଲ୍‌ରେ ଶର୍ଟଲେଗ୍‌ରେ ବଦଳ ଖେଳାଳି ସୂର୍ଯ୍ୟକୁମାର ଯାଦବଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହାପରେ ପାଳି ପଡିଥିବା ଇନ୍‌ଫର୍ମ ଅଧିନାୟକ ଜୋ ରୁଟଙ୍କର। ସେ ୩୬ ରନକରି ଠାକୁରଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଅଫ୍‌ଷ୍ଟମ୍ପ ବାହାର ବଲ ଖେଳିବାକୁ ଯାଇ ସେ ଦୂର୍ଭାଗ୍ୟଜନକ ଭାବେ ପ୍ଲେଡଅନ୍‌ ହୋଇଥିଲେ। ରୁଟ୍‌ ଆଉଟ ହେବା ପରେ ଭାରତର ବିଜୟ ନିଶ୍ଚିତ ହୋଇଥିଲା। ୧୮ ରନ୍‌ କରି କ୍ରିଜ୍‌ରେ ଜମିଆସୁଥିବା ଅଲରାଉଣ୍ଡର କ୍ରିସ୍‌ ଓ୍ବକ୍ସ କିନ୍ତୁ ଅଧିକ ସମୟ କ୍ରିଜ୍‌ରେ ରହିପାରି ନ ଥିଲେ। ସେ ଲୋକେଶ ରାହୁଲଙ୍କ କ୍ୟାଚ୍‌ ଦେଇ ଉମେଶ ଯାଦବଙ୍କ ଦ୍ୱାରା ଆଉଟ ହୋଇଥିଲେ। ମାତ୍ର ୫୨ ରନ ମଧ୍ୟରେ ଇଂଲଣ୍ଡ ୬ ଉଇକେଟ ହରାଇଥିଲା। କ୍ରେଗ୍‌ ଓଭରଟନ ୧୦ ରନ କରିଥିବା ବେଳେ ଉମେଶ ଯାଦବଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ ଓ ଇଂଲଣ୍ଡର ନବମ ଉଇକେଟର ପତନ ଘଟିଥିଲା। ଶେଷ ଉଇକେଟ ଭାବେ ଜେମ୍ସ ଆଣ୍ଡରସନ ୨ ରନ କରିଥିବା ବେଳେ ପନ୍ତଙ୍କୁ କ୍ୟାଚ୍‌ ଦେଇ ଉମେଶଙ୍କ ତୃତୀୟ ଶିକାର ହୋଇଥିଲେ। ବୋଲିଂରେ ଭାରତ ପକ୍ଷରୁ ଉମେଶ ୩, ବୁମ୍‌ରା, ଜାଡେଜା ଓ ଠାକୁର ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଭାରତର ରୋହିତ ଶର୍ମା ପ୍ଲେୟର ଅଫ ଦି’ ମ୍ୟାଚ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri