Posted inଖେଳ

ଥାଇଲାଣ୍ଡ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ: ସହଜ ଡ୍ର’ରେ ସିନ୍ଧୁ, ସାଇନାଙ୍କ ପାଇଁ କଷ୍ଟସାଧ୍ୟ

ନୂଆଦିଲ୍ଲୀ, ୩୧।୧୨(ପି.ଟି.)- କୋଭିଡ-୧୯ ମହାମାରୀ ପାଇଁ ପାଖାପାଖି ୧୦ ମାସର ବ୍ରେକ୍‌ ପରେ ଭାରତର ଦୁଇ ତାରକା ମହିଳା ଖେଳାଳି ପି.ଭି. ସିନ୍ଧୁ ଓ ସାଇନା ନେହ୍ବାଲ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନକୁ ଫେରିବାକୁ ଯାଉଛନ୍ତି। ଥାଇଲାଣ୍ଡରେ ହେବାକୁ ଯାଉଥିବା ଟୁର୍ନାମେଣ୍ଟ ପାଇଁ ସିନ୍ଧୁ ସହଜ ଡ୍ର’ରେ ସ୍ଥାନ ପାଇଛନ୍ତି। ମାତ୍ର ସାଇନାଙ୍କୁ କଷ୍ଟସାଧ୍ୟ ଡ୍ର’ ମିଳିଛି। ଗତ ମାର୍ଚ୍ଚରେ ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ ପରେ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟଗୁଡ଼ିକୁ ସ୍ଥଗିତ ରଖାଯାଇଥିଲା। ଏହାପରେ ନିକଟରେ ହୋଇଥିବା ୨ଟି ଇଭେଣ୍ଟ ଡେନମାର୍କ ଓପନ ସୁପର ୭୫୦ ଓ ସାର୍ଲୋର୍ଲକ୍ସ ସୁପର ୧୦୦ରେ ସିନ୍ଧୁ ଓ ସାଇନା ଖେଳି ନ ଥିଲେ। ଆଗାମୀ ବର୍ଷ ପ୍ରାରମ୍ଭରେ ଦୁଇଟି ସୁପର ୧୦୦୦ ଇଭେଣ୍ଟ ଉପରେ ସମସ୍ତଙ୍କ ନଜର ରହିଛି। ଜାନୁୟାରୀ ୧୨ରୁ ୧୭ ୟୋନେକ୍ସ ଥାଇଲାଣ୍ଡ ଓପନ ଏବଂ ୧୯ରୁ ୨୪ ଟୋୟୋଟା ଥାଇଲାଣ୍ଡ ଓପନ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନେ ଭାଗ ନେବେ। ବିଶ୍ୱ ଚାମ୍ପିୟନ ୬ଷ୍ଠ ସିଡ୍‌ ସିନ୍ଧୁ ନିଜ ପ୍ରଥମ ମ୍ୟାଚରେ ଡେନ୍‌ମାର୍କର ମିଆ ବିକ୍‌ଫିଲ୍ଡଙ୍କୁ ଭେଟିବେ। ମାତ୍ର ନିକଟରେ କୋଭିଡ୍‌-୧୯ରୁ ସୁସ୍ଥ ହୋଇଥିବା ସାଇନା ଜାପାନର ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ନୋଜୋମି ଓକୁହାରାଙ୍କ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବେ। ଓକୁହାରା ତୃତୀୟ ସିଡ୍‌ର ମାନ୍ୟତା ପାଇଛନ୍ତି।
ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଥିବା ସିନ୍ଧୁ ପରବର୍ତ୍ତୀ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ଥାଇଲାଣ୍ଡର ବୁସାନାନ ଓଙ୍ଗବାମୃଙ୍ଗପାନଙ୍କୁ ଭେଟିବେ। ସିନ୍ଧୁ ଗତ ୨ ମାସଧରି ଲଣ୍ଡନରେ ଟ୍ରେନିଂ ନେଉଛନ୍ତି। ସେହିପରି ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ୍‌ ମେଡାଲିଷ୍ଟ ସାଇନା ଥାଇଲାଣ୍ଡର ତାରକା ଖେଳାଳି ୪ର୍ଥ ସିଡ୍‌ ରାଚାନୋକ୍‌ ଇନ୍ଥାନନଙ୍କ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବେ। ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ପକ୍ଷରୁ ମଙ୍ଗଳବାର ଘୋଷିତ ଡ୍ର ଅନୁସାରେ ଉଭୟ ଟୁର୍ନାମେଣ୍ଟ ପାଇଁ ୨୫ ବର୍ଷୀୟା ସିନ୍ଧୁ ୬ଷ୍ଠ ସିଡ୍‌ର ମାନ୍ୟତା ପାଇଛନ୍ତି।
ପୁରୁଷ ବିଭାଗରେ ପୂର୍ବତନ ନମ୍ବରଓ୍ବାନ କିଡାମ୍ବି ଶ୍ରୀକାନ୍ତ, ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନକାରୀ ବି. ସାଇ ପ୍ରଣୀଥ, ଯୁବ ପ୍ରତିଭା ଲକ୍ଷ୍ୟ ସେନ୍‌ଙ୍କ ସମେତ ୭ ଜଣ ଏହି ଟୁର୍ନାମେଣ୍ଟରେ ଖେଳିବେ। ଏହି ଦୁଇଟି ଯାକ ଟୁର୍ନାମେଣ୍ଟରେ ଚାଇନା ଖେଳାଳିମାନେ ଖେଳିପାରିବେ ନାହିଁ। ଚାଇନା ବ୍ୟାଡ୍‌ମିଣ୍ଟନ ଆସୋସିଏଶନ (ସିବିଏ) ଉଭୟ ଟୁର୍ନାମେଣ୍ଟ ପାଇଁ ଦଳ ପ୍ରତ୍ୟାହାର କରି ନେଇଥିବା ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri