Posted inଖେଳ

ଟେଷ୍ଟ କ୍ରିକେଟକୁ ୧୫୦ ବର୍ଷ ପୂରଣ: ଜାଣନ୍ତୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ କେଉଁ ଦଳ ଜିତିଥିଲା

ନୂଆଦିଲ୍ଲୀ,୧୨।୩: ୨୦୨୭ ବର୍ଷ ପାଇଁ ଏକ ଅଜବ ଏବଂ ଐତିହାସିକ ଟେଷ୍ଟ ମ୍ୟାଚ ଘୋଷଣା କରାଯାଇଛି। ପୁରୁଷ ଟେଷ୍ଟ କ୍ରିକେଟ ଇତିହାସର ୧୫୦ ବର୍ଷ ପୂରଣ ଉପଲକ୍ଷେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଏକ ଦିବା-ରାତ୍ର ଗୋଲାପୀ ବଲ ମ୍ୟାଚ ଆୟୋଜନ କରାଯିବାର କ୍ରିକେଟ ଅଷ୍ଟ୍ରେଲିଆ ଘୋଷଣା କରିଛି। ଏହି ମ୍ୟାଚ ୨୦୨୭ ମସିହାରେ ୧୧-୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବ। ପୂର୍ବରୁ ଅନେକ ଐତିହାସିକ କ୍ରିକେଟ ମ୍ୟାଚ ଆୟୋଜନ କରିଥିବା ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (MCG)କୁ ଏହି ମ୍ୟାଚ ପାଇଁ ଚୟନ କରାଯାଇଛି।

ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଏହି ସ୍ବତନ୍ତ୍ର ମ୍ୟାଚ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ଏବଂ ଏହା ପଛରେ ଏକ ଆକର୍ଷଣୀୟ କାହାଣୀ ଲୁଚି ରହିଛି। କ୍ରିକେଟ ଇତିହାସର ପ୍ରଥମ ଟେଷ୍ଟ ମ୍ୟାଚ ୧୮୭୭ ମସିହାରେ MCG ରେ ଖେଳାଯାଇଥିଲା। ୧୯୭୭ରେ ଟେଷ୍ଟ କ୍ରିକେଟର ଇତିହାସ ୧୦୦ ବର୍ଷ ପୂରଣ କରିବାବେଳେ MCGରେ ଏକ ସୱତନ୍ତ୍ର ମ୍ୟାଚ ମଧ୍ୟ ଖେଳାଯାଇଥିଲା। ଏଥର ପାର୍ଥକ୍ୟ ଏହି ଯେ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ସମ୍ପୂର୍ଣ୍ଣ ଟେଷ୍ଟ ମ୍ୟାଚ ଦିନରେ ଖେଳାଯିବ ନାହିଁ କିନ୍ତୁ ଏହା ଏକ ଦିବା-ରାତ୍ର ଟେଷ୍ଟ ମ୍ୟାଚ ହେବ। ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଏହି ଟେଷ୍ଟ ମ୍ୟାଚ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ସୂଚୀର ଅଂଶ ହେବ ନାହିଁ, କିନ୍ତୁ ଏହା ନିଶ୍ଚିତ ଭାବରେ ସିଜିନର ୧୨ଟି ଟେଷ୍ଟ ମ୍ୟାଚ ମଧ୍ୟରୁ ଗୋଟିଏ ହେବ।

ଇତିହାସର ପ୍ରଥମ ଟେଷ୍ଟ ମ୍ୟାଚ ୧୮୭୭ ମସିହାରେ ଖେଳାଯାଇଥିଲା। ୧୫-୧୯ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯାଇଥିବା ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୪୫ ରନ କରିଥିଲା। ସେହି ମୁକାବିଲାରେ କଙ୍ଗାରୁ ଦଳ ପାଇଁ ଚାଲର୍‌ସ ବ୍ୟାନରମ୍ୟାନ ଏକାକୀ ୧୬୫ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଜବାବରେ, ଇଂଲଣ୍ଡର ପ୍ରଥମ ଇନିଂସ ୧୯୬ ରନରେ ଅଲଆଉଟ ହୋଇଯାଇଥିଲା। ଅଷ୍ଟ୍ରେଲିଆ ୪୯ ରନର ଲିଡ ନେଇ ତା’ର ଦ୍ୱିତୀୟ ଇନିଂସରେ ୧୦୪ ରନ କରିଥିଲା, ଫଳରେ ଇଂଲଣ୍ଡକୁ ଚତୁର୍ଥ ଇନିଂସରେ ଜିତିବା ପାଇଁ ୧୫୫ ରନ କରିବାକୁ ଥିଲା। କିନ୍ତୁ ଚତୁର୍ଥ ଇନିଂସରେ ଇଂଲଣ୍ଡ ଲକ୍ଷ୍ୟଠାରୁ ୪୫ ରନ ପଛରେ ରହିଲା।

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ଲୋମ ଟାଙ୍କୁରି ଉଠିବ…. ଅବୈଧ ସମ୍ପର୍କ ପାଇଁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ପ୍ରେମିକ, ଫ୍ରିଜରେ ପୁରାଇ….

ନୂଆଦିଲ୍ଲୀ,୩୦।୩: ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

ଅପମାନିତ ହେଲା ପାକିସ୍ତାନ: PSLରେ ବଲ ଟ୍ୟାମ୍ପରିଂ? ଫଖର ଜମାନଙ୍କ କାର୍ଯ୍ୟ କ୍ୟାମେରାରେ କଏଦ

ଇସଲାମାବାଦ,୩୦।୩: ପାକିସ୍ତାନ ସୁପର ଲିଗ (PSL 2026) ଆରମ୍ଭ ହେବାର ମାତ୍ର କିଛି ଦିନ ହେଲାଣି, ତଥାପି ଏହା ମଧ୍ୟରେ ଏକ ବଡ଼ ବିବାଦ ଦେଖାଦେଇଛି। ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri