ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ଗୁଳିମାଡ଼ରେ ୩ CRPF ଯବାନ…

ନୂଆଦିଲ୍ଲୀ, ୧୧।୧୧: ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ CRPF ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ବାଇକ୍‌ରେ ଆସିଥିବା ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୩ ଜଣ CRPF ଯବାନ ଆହତ ହୋଇଛନ୍ତି । ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ସୂଚନା ଅନୁସାରେ, ଦିନ ପ୍ରାୟ ୨ଟା ୧୫ ମିନିଟ୍‌ ସମୟରେ ମୀର ବଜାର ନିକଟରେ ଥିବା CRPF କ୍ୟାମ୍ପ୍‌ ପାଖରେ ଏହି ଆକ୍ରମଣ ହୋଇଥିଲା। CRPF ଯବାନଙ୍କୁ ଲକ୍ଷ୍ୟ କରି ବାଇକ୍‌ରେ ଆସିଥିବା ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଏଥିରେ ୩ ଜଣ ଯବାନ ଆହତ ହୋଇଥିଲେ। ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଅନନ୍ତନାଗ ଜିଲାର ଏକ ହସ୍ପିଟାଲକୁ ନିଆଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି।

ସେହିପରି ସିଆରପିଏଫ୍ (CRPF) ଯବାନମାନେ ମଧ୍ୟ ଆତଙ୍କବାଦୀଙ୍କ ଗୁଳିର ଜବାବ ଦେଇଥିଲେ । ଏହି ଘଟଣା ପରେ, ସେହି ଅଞ୍ଚଳରେ ଏକ ପ୍ରତି-ଅଭିଯାନ (counter-operation) ଆରମ୍ଭ କରାଯାଇଛି। ଘଟଣାସ୍ଥଳକୁ ‘କ୍ୱିକ୍ ରିଆକ୍ସନ୍ ଟିମ୍’ (QRT) ପଠାଯାଇଛି । ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାଉ କରିବା ସହ ଆକ୍ରମଣକାରୀଙ୍କୁ ଖୋଜି ବାହାର କରିବା ପାଇଁ ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଫେରାର ଆତଙ୍କବାଦୀଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ ଜାରି ରହିଛି ।

 

Dharitri – Odisha’s No.1 Odia Daily

Share