Posted inଜାତୀୟ

ଏଲ୍‌ଓସିରେ ଆତଙ୍କବାଦୀ ପୁଣି ସକ୍ରିୟ, ଅସ୍ତ୍ର ବିରତି ସମୟରେ ଲଞ୍ଚ୍‌ ପ୍ୟାଡ୍‌ ସୁଦୃଢ଼ କରିଛି ପାକିସ୍ତାନ…

ନୂଆଦିଲ୍ଲୀ, ୧୯।୪ : ଜମ୍ମୁ- କଶ୍ମୀର ର ଲାଇନ ଅଫ କଣ୍ଟ୍ରୋଲ ଏଲ୍‌ଓସି) ରେ ପୁଣି ଆତଙ୍କବାଦୀ ସକ୍ରିୟ ହେବାରେ ଲାଗିଛନ୍ତି। ପାକିସ୍ତାନ ଫରଓ୍ବାର୍ଡ ଫୋଷ୍ଟ ନିକଟରେ ଅବସ୍ଥିତ ଲଞ୍ଚ୍‌ ପ୍ୟାଡ୍‌ରେ ଏବେ ୬୦ ରୁ ୮୦ ଆତଙ୍କବାଦୀ ଉପସ୍ଥିତ ଅଛନ୍ତି। ଭାରତରେ ଅନୁପ୍ରବେଶ ପାଇଁ ସେମାନେ ସୁଯୋଗକୁ ଅପେକ୍ଷା କରି ରହିଥିବା ଅଧିକାରୀମାନେ ମଙ୍ଗଳବାର ସୂଚନା ଦେଇଛନ୍ତି। ସେମାନେ ଆଫଗାନିସ୍ତାନରୁ ଫେରିଥିବା ଆତଙ୍କବାଦୀ ବୋଲି ଅନୁମାନ କରାଯାଉଛି। ସେମାନଙ୍କୁ ଏଠାରେ ତାଲିମ ଦିଆଯାଉଛି ।

ଗ୍ରୀଷ୍ମ ମାସରେ ସେମାନେ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିବାର ଯୋଜନା ପ୍ରସ୍ତୁତ କରୁଛନ୍ତି। ତେବେ, ଏହି ଆତଙ୍କବାଦୀମାନଙ୍କୁ ଭାରତ ପଠାଇବା ପୂର୍ବରୁ ପାକିସ୍ତାନକୁ ଦୁଇଥର ଚିନ୍ତା କରିବାକୁ ପଡ଼ିବ ବୋଲି ଭାରତୀୟ ଅଧିକାରୀ କହିଛନ୍ତି। ଇସଲାମାବାଦ ଏବେ ମଧ୍ୟ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ୍‌) ର ଗ୍ରେ ତାଲିକାରେ ଅଛି ବୋଲି ଅଧିକାରୀମାନେ ମତ ଦେଇଛନ୍ତି।

ଅଧିକାରୀମାନେ କହିଛନ୍ତି ଯେ ଆତଙ୍କବାଦୀ ଭିତ୍ତିଭୂମି ଭାଙ୍ଗିବା ପରେ ହିଁ ପାକିସ୍ତାନର ନିଷ୍ଠାପରତା ଆକଳନ କରାଯାଇପାରିବ। ଏଲ୍‌ଓସିରେ ଅସ୍ତ୍ର ବିରତିର ସୁଯୋଗ ନେଇ ପାକିସ୍ତାନ ସୀମାପାର ଆତଙ୍କବାଦୀ ଲଞ୍ଚ୍‌ ପ୍ୟାଡ୍‌ ଗୁଡ଼ିକୁ ସୁଦୃଢ଼ କରିଥିବା ଅଧିକାରୀମାନେ କହିଛନ୍ତି। ଅଧିକାରୀ କହିଛନ୍ତି ଯେ ୨୦୧୯ ରେ ପାକିସ୍ତାନ ଭାରତୀୟ ସେନାର କଠୋର ଆଭିମୁଖ୍ୟ ପରେ ଏହି ଲଞ୍ଚ ପ୍ୟାଡରୁ ଦୂରରେ ରହିଥିଲା।

ଫିଲ୍ଡ ୟୁନିଟ ଗୁପ୍ତଚର ଇନପୁଟ ଏବଂ ନୀରିକ୍ଷଣ ଅନୁଯାୟୀ, ଏହି ଲଞ୍ଚ ପ୍ୟାଡରେ ଏବେ ୬୦ରୁ ୮୦ ଆତଙ୍କବାଦୀ ଉପସ୍ଥିତ ଅଛନ୍ତି। ଏହା ଗତ ବର୍ଷ ଅଗଷ୍ଟରୁ ପୁଣି ସକ୍ରିୟ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ଏହି ଆତଙ୍କବାଦୀମାନେ ପାକିସ୍ତାନୀ ଆତଙ୍କବାଦୀ ହୋଇପାରନ୍ତି ଯେଉଁମାନେ ଆଫଗାନିସ୍ତାନ ଯୁଦ୍ଧରୁ ଫେରିଛନ୍ତି। ଅଧିକାରୀ କହିଛନ୍ତି ଯେ ଭାରତୀୟ ସେନା ପକ୍ଷରୁ ଏଲ୍‌ଓସିରେ ରଣନୀତିକ କାର୍ଯ୍ୟକ୍ରମକୁ ବଜାୟ ରଖାଯାଇଥିବାବେଳେ ଆତଙ୍କବାଦୀମାନେ ଯେଭଳି ଅନୁପ୍ରବେଶ ନକରନ୍ତି ସେଥିପ୍ରତି ତୀକ୍ଷ୍‌ଣ ନଜର ରଖାଯାଇଛି।

ସମସ୍ତ ପ୍ରକାରରଆହ୍ବାନର ମୁକାବିଲା ପାଇଁ ଆଣ୍ଟି-ଇନଫିଲଟ୍ରେଶନ ଗ୍ରୀଡ ଏବଂ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri