ରାଜଧାନୀରେ ଖଣ୍ଡା ବୁଲାଇ ଆତଙ୍କ

ଭୁବନେଶ୍ୱର,୨୪।୫(ବ୍ୟୁରୋ):ହାତରେ ଧରିଥିଲେ ଖଣ୍ଡା ଓ ଷ୍ଟିଲ୍‌ ପାଇପ। ହାବୁଡ଼ରେ ଯାହା ପଡୁଥିଲା ହାଣୁଥିଲେ, ଭାଙ୍ଗୁ ଥିଲେ। ସ୍ଥାନୀୟ ଲୋକ ଓ କମିଶନରେଟ ପୋଲିସକୁ ଇଙ୍ଗିତ କରି ଧମକ ବି ଦେଉଥିଲେ। ଫଳରେ ଭୟରେ ପ୍ରାଣ ବିକଳରେ ବ୍ୟବସାୟୀ ଓ ଲୋକେ ଦୌଡିଥିଲେ। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରୟାଲ +୨ ସାଇନ୍ସ କଲେଜ ଆଗରେ ରବିବାର ମଧ୍ୟାହ୍ନରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଭାଇଗିରି ଦେଖାଇବାକୁ ସ୍ପଷ୍ଟ ଦିବାଲୋକରେ ଅଧଘଣ୍ଟା ଧରି ଆତଙ୍କ ଖେଳାଉଥିବା ୨ ଅଭିଯୁକ୍ତଙ୍କୁ ଶେଷରେ ଗିରଫ କରିଛି ପୋଲିସ। ଅଭିଯୁକ୍ତଦ୍ୱୟ ହେଲେ ମଞ୍ଚେଶ୍ୱର ଥାନା ଅଞ୍ଚଳ ପଳାଶୁଣିର ରାକେଶ ରଞ୍ଜନ ମହାନ୍ତି (୩୫) ଓ ଜଗନ୍ନାଥ କଲୋନୀର ଅଜିତ ଗିରି ଓରଫ ବାଦଲ (୨୧)। ସେମାନଙ୍କଠାରୁ ଗୋଟିଏ ଖଣ୍ଡା, ଷ୍ଟିଲ୍‌ ପାଇପ ଓ ୨ ମୋବାଇଲ ଜବତ କରାଯାଇଛି। ଏଥିସହ ପୋଲିସ ମାମଲା (ନଂ.୧୬୭ /୨୨) ରୁଜୁ କରି ସୋମବାର ସେମାନଙ୍କୁ କୋର୍ଟ ଚାଲାଣ କରିଛି।
ରବିବାର ଦିନ ପ୍ରାୟ ୧୨ଟା ୩୦ ହେବ। ରୟାଲ +୨ ସାଇନ୍ସ କଲେଜ ନିକଟ ପ୍ରଭାତ ମଲ୍ଲଙ୍କ ଚା ଦୋକାନରେ ଗ୍ରାହକମାନେ ଚା’ ପିଉଥିଲେ। ଏହି ସମୟରେ ଅଭିଯୁକ୍ତ ରାକେଶ ଓ ସହଯୋଗୀ ଅଜିତ ମଦ୍ୟପାନ କରି ଏକ କାରରେ ଆସି ସେଠାରେ ପହଞ୍ଚତ୍ଥିଲେ। ସେମାନେ କାର୍‌ରୁ ଫିଲ୍ମ ଷ୍ଟାଇଲରେ ଓହ୍ଲାଇ ଏକ ଷ୍ଟିଲ୍‌ ପାଇପ୍‌ରେ ପ୍ରଭାତଙ୍କୁ ଆକ୍ରମଣ କଲେ। ଏଥିସହ ଦୋକାନ ଆଗରେ ଥିବା କାଚ ଥଣ୍ଡା ବୋତଲଗୁଡିକୁ ଭାଙ୍ଗି ଉତ୍ପାତ କରିଥିଲେ। ଅଭିଯୁକ୍ତଙ୍କୁ ଏଭଳିକାଣ୍ଡ ଦେଖି ଦୋକାନରେ ଚା ପିଉଥିବା କେତେଜଣ ଲୋକ ଏହାକୁ ବିରୋଧ କରିବାରୁ ସେମାନେ ଖରାପ ଭାଷାରେ ଗାଳିଗୁଲଜ କରି ସେଠାରୁ ପଳାଇଥିଲେ। ଏହାର ୧୫ ମିନିଟ ପରେ ସେମାନେ ପୁଣି ଉକ୍ତ କାରରେ ଆସିଥିଲେ। କେହି କିଛି ବୁଝିବା ପୂର୍ବରୁ ଗାଡିରୁ ବଡ଼ ଖଣ୍ଡା ବାହାର କରି ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ଫଳରେ କେତେଜଣ ଆହତ ଅବସ୍ଥାରେ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଇଥିଲେ। ଏହାପରେ ଅଭିଯୁକ୍ତ ଦ୍ୱୟ ଦୋକାନର ଶଟର ଓ ସମ୍ମୁଖରେ ଥିବା ଏକ ବାଇକକୁ ଖଣ୍ଡାରେ ଚୋଟ ପରେ ଚୋଟ ପକାଇଥିଲେ। ଅଭିଯୁକ୍ତ ରାକେଶ ନିଜକୁ ବଡ ଗୁଣ୍ଡା ଓ ଭୁବନେଶ୍ୱରର ଡନ୍‌ ବୋଲି କହୁଥିଲେ। ମୋ ରାଜୁତି ଚାଲିବ, କେହି କିଛି କରିପାରିବେ ନାହିଁ କହି ଖରାପ ଭାଷାରେ ଗାଳିଗୁଲଜ କରୁଥିଲେ। ଖବର ପାଇ ପିସିଆର ପୋଲିସ ପହଞ୍ଚତ୍ ଅଭିଯୁକ୍ତଦ୍ୱୟଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲା। ହେଲେ ସେମାନେ ପୋଲିସକୁ ମଧ୍ୟ ଆକ୍ରମଣ କରିଥିଲେ। ବହୁ କଷ୍ଟରେ ପୋଲିସ ସେମାନଙ୍କୁ କାବୁ କରି ଥାନାକୁ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri