ବରଗଡ଼ରେ ଆତଙ୍କ: କୁକୁରକୁ ମାରି ଖାଇଲା ବାଘ, ସିସିଟିଭିରେ କଏଦ ଦୃଶ୍ୟରୁ…

ବରଗଡ଼,୨ା୯(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ମଙ୍ଗଳବାର ସିସିଟିଭିରେ ବାଘ ବୁଲୁଥିବାର ଚିତ୍ର କଏଦ ହେବା ଏବଂ ସେଠାରେ ଏକ କୁକୁର ଶିକାର ହୋଇଥିବା ଦେଖିବାକୁ ମିଳିବା ପରେ ଏହି ଆଶଙ୍କା ଅଧିକ ବଢ଼ି ଯାଇଛି। ରାତି ସମୟରେ ନିଜେ ଗୃହପାଳିତ ପଶୁମାନଙ୍କୁ ତାଟି କବାଟ ଦେଇ ରଖିବାକୁ ବରଗଡ଼ ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା କହିଛନ୍ତି। ବାଘମାନେ ପ୍ରାୟତଃ ବନ୍ୟଜନ୍ତୁ ଶିକାର କରିଥାନ୍ତି, ତାହା ନ ପାଇଲେ ବେଳେବେଳେ କୁକୁର ମଧ୍ୟ ଶିକାର କରିଥାନ୍ତି ବୋଲି ସେ କହିଛନ୍ତି।

ବନବିଭାଗ ବାଘକୁ ଟ୍ରାକ୍‌ କରୁଛି ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି। ଭୟଭୀତ ନ ହୋଇ ସଚେତନ ରହିବାକୁ ସେ ପରାମର୍ଶ ଦେଇଥିବାବେଳେ ୩୦ରୁ ୪୦ ବାଘ ଜଙ୍ଗଲରେ ରହିଥିବା ସେ କହିଛନ୍ତି।

Dharitri – Odisha’s No.1 Odia Daily

Share