ଅମାନିଆଙ୍କ ପାଇଁ ଆତଙ୍କ

କାମାକ୍ଷାନଗର, ୫।୫(ଡି.ଏନ.ଏ.) – କରୋନାର ଦ୍ୱିତୀୟ ଲହରକୁ ପ୍ରତିହତ କରିବାକୁ ଜୋର୍‌ସୋରରେ ଉଦ୍ୟମ ଚଳାଇଛନ୍ତି ସରକାର। ସାରା ରାଜ୍ୟରେ ମେ ୫ରୁ ୧୪ ଦିନିଆ ଲକ୍‌ଡାଉନ୍‌ କରାଯିବାକୁ ନିଷ୍ପତ୍ତି ହୋଇସାରିଛି। ହେଲେ ସଙ୍କଟ ସମୟରେ ଅମାନିଆଙ୍କ ଗତିବିଧି ସଂକ୍ରମଣ ପ୍ରତିରୋଧ କରିବା ଦିଗରେ କଣ୍ଟା ସାଜିଛି। କୋଭିଡ୍‌ କଟକଣାକୁ ଫୁ’ କରି ଅମାନିଆମାନେ ହାଟବଜାରରେ ହାଉଯାଉ ହେଉଛନ୍ତି। ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଏବଂ ପ୍ରଶାସନକୁ ନାକେଦମ ହେବାକୁ ପଡୁଥିବାବେଳେ ଢେଙ୍କାନାଳ ଜିଲାର ଅନ୍ୟତମ ପ୍ରମୁଖ ସହରାଞ୍ଚଳ କାମାକ୍ଷାନଗରରେ ସ୍ଥିତି ବିଗିଡ଼ିବା ଆଶଙ୍କା ସୃଷ୍ଟି ହୋଇଛି।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ମେ ୫ରୁ ରାଜ୍ୟରେ ଲାଗୁହେବ ୧୪ ଦିନିଆ ତାଲାବନ୍ଦ। ଜନସାଧାରଣଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି ମଧ୍ୟାହ୍ନ ୧୨ଟା ଯାଏ କଟକଣାରେ ସାମାନ୍ୟ କୋହଳ କରାଯାଇଛି। ଏହି ସମୟ ଭିତରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, ଜରୁରୀ ସେବା ଜାରି ରହିବ। ହେଲେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ସରକାରଙ୍କ ଏଭଳି ପ୍ରତିଶ୍ରୁତି ସତ୍ତ୍ୱେ ସୋମବାର ହାଟପାଳି ଏବଂ ଲକ୍‌ଡାଉନ୍‌ ପୂର୍ବରୁ ମଙ୍ଗଳବାର ସହରର ପ୍ରମୁଖ ବ୍ୟବସାୟିକ ପ୍ରତିଷ୍ଠାନରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା। ବିନା ମାସ୍କ ଏବଂ ସାମାଜିକ ଦୂରତ୍ୱ ନିୟମରେ ଲୋକମାନେ ସାମଗ୍ରୀ ନେବାକୁ ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳିଥିଲା। କୋଭିଡ୍‌ କଟକଣାର ଏଭଳି ଉଲ୍ଲଂଘନ ଲକ୍‌ଡାଉନ୍‌ର ଲକ୍ଷ୍ୟ ଭ୍ରଷ୍ଟ କରିଦେବା ଆଶଙ୍କା ସୃଷ୍ଟି କରିଥିବାବେଳେ ସଂକ୍ରମଣ ଚେନ୍‌ କିପରି ଭାଙ୍ଗିବ ତାହାକୁ ନେଇ ନା ନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳିସ୍ଥିତିରେ ଅମାନିଆଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କୋଭିଡ୍‌ କଟକଣା ଭାଙ୍ଗୁଥିବା ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ବିଡିଓ ବିକାଶ କୁମାର ମହାନ୍ତି କୁହନ୍ତି, ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବାହାରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରି ତୁରନ୍ତ ପରୀକ୍ଷା କରାଇବା ପାଇଁ ସରପଞ୍ଚଙ୍କୁ ଅନୁରୋଧ କରାଯାଇଛି। ପୂର୍ବାପେକ୍ଷା ଲୋକମାନେ ସଚେତନ ହେଲେଣି। ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ତଥାପି ସେମାନେ ମାନୁନାହାନ୍ତି। ଥାନାଧିକାରୀ ଅଭିନବ ଡାଳୁଆ କୁହନ୍ତି, ଭିଡ଼ ରୋକିବାକୁ କଠୋର ହେବାକୁ ପଡ଼ିବ। କେତେଜଣ ଅମାନିଆ କାମ ନ ଥାଇ ଅଯଥାରେ ବୁଲୁଛନ୍ତି। ତାଲାବନ୍ଦ ସମୟରେ ଏହାକୁ ରୋକିବାରେ ସହରର ପ୍ରବେଶ ପଥରେ ପୋଲିସ ମୁତୟନ କରାଯାଇଛି। ମାଜିଷ୍ଟ୍ରେଟ୍‌ଙ୍କ ସ୍ବତନ୍ତ୍ର ସ୍ବାଡ୍‌ ମଧ୍ୟ ସହର ଜଗିବେ। ଧରାପଡ଼ିଥିବା ଅମାନିଆଙ୍କ ଗାଡ଼ିକୁ ଲକ୍‌ଡାଉନ୍‌ ଅବଧି ଶେଷ ଯାଏ ଜବତ କରି ରଖାଯିବ।

ପ୍ରଶ୍ନ କଲେ ଧମକଚମକ ଦେଉଛନ୍ତି
ଜନତାଙ୍କ ହିତ ପାଇଁ ଏଭଳି କଟକଣା ଜାରି କରାଯାଉଛି। ହେଲେ କେତେଜଣ ଅମାନିଆଙ୍କ ଲାଗି ସାରା ସହରବାସୀଙ୍କ ଧନଜୀବନ ବିପଦରେ ପଡୁଛି। କଟକଣା ଉଲ୍ଲଂଘନ ସମ୍ପର୍କରେ ପ୍ରଶ୍ନ କଲେ ଓଲଟା ଧମକଚମକ ମିଳୁଛି। ଅମାନିଆଙ୍କୁ ସାବାଡ଼ କରା ନ ଗଲେ କରୋନା ଚେନ୍‌ ଭାଙ୍ଗିବା ଅସମ୍ଭବ।
-ଶରତ ଚନ୍ଦ୍ର ସାହୁ, ବରିଷ୍ଠ ଆଇନଜୀବୀ
ସରକାର ସ୍ପଷ୍ଟ କରିବା ସତ୍ତ୍ୱେ ଭିଡ଼ ବିପଦକୁ ନିମନ୍ତ୍ରଣ
ଲକ୍‌ଡାଉନ୍‌ ସମୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ, ସେବା ଜାରି ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏତେ ସବୁ ସତ୍ତ୍ୱେ ଲୋକମାନେ ବୁଝୁନାହାନ୍ତି। କଟକଣା ଭୁଲି ସାମଗ୍ରୀ କିଣୁଛନ୍ତି। ହେଲେ ଏଭଳି ଭିଡ଼ ବିପଦକୁ ଆମନ୍ତ୍ରଣ ବୋଲି ସେମାନେ ଭୁଲି ଯାଉଛନ୍ତି। ଅମାନିଆଙ୍କୁ ଜଗିବାକୁ ପ୍ରଶାସନ କଠୋର ହେଉ।
-ମଦନ ପରିଡ଼ା, ବ୍ୟବସାୟୀ
ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଜରୁରୀ
ଲକ୍‌ଡାଉନ ଘୋଷଣା ପୂର୍ବରୁ ଦୁଇଦିନ ସହରରେ ଦଶହରା ଯାତ୍ରା ଭଳି ଭିଡ଼ ହୋଇଛି। ଏହା ଗୋଷ୍ଠୀ ସଂକ୍ରମଣକୁ ଆମନ୍ତ୍ରଣ କରୁଛି। ସଂକ୍ରମିତଙ୍କ ସଂଖ୍ୟା ନିୟମିତ ବଢ଼ିବା ସତ୍ତ୍ୱେ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଗହଳି ନିୟନ୍ତ୍ରଣ ହୋଇପାରିବ।
-ସୁନୀଲ ପଟ୍ଟନାୟକ, ବୁଦ୍ଧିଜୀବୀ
ନିୟମ ମାନିଲେ ହାରିବ ମହାମାରୀ
କରୋନା ସଂକ୍ରମଣ ରୋକିବା କେବଳ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗର ଦାୟିତ୍ୱ ବୋଲି କହିଲେ ଭୁଲ୍‌ ହେବ। ଏଥିଲାଗି ପ୍ରତି ଲୋକଙ୍କୁ ସଚେତନ ହେବାକୁ ପଡ଼ିବ। ସାମାଜିକ ଦୂରତ୍ୱ ନିୟମ ପାଳନ ଏବଂ ମାସ୍କ ପରିଧାନ ଭଳି ଛୋଟ ଛୋଟ କଥାକୁ ଗୁରୁତ୍ୱ ଦେଲେ ମହାମାରୀକୁ ପରାସ୍ତ କରାଯାଇପାରିବ।
-ଡାକ୍ତର ସିଦ୍ଧାର୍ଥ ବେଉରା


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri