ଅମାନିଆଙ୍କ ପାଇଁ ଆତଙ୍କ

କାମାକ୍ଷାନଗର, ୫।୫(ଡି.ଏନ.ଏ.) – କରୋନାର ଦ୍ୱିତୀୟ ଲହରକୁ ପ୍ରତିହତ କରିବାକୁ ଜୋର୍‌ସୋରରେ ଉଦ୍ୟମ ଚଳାଇଛନ୍ତି ସରକାର। ସାରା ରାଜ୍ୟରେ ମେ ୫ରୁ ୧୪ ଦିନିଆ ଲକ୍‌ଡାଉନ୍‌ କରାଯିବାକୁ ନିଷ୍ପତ୍ତି ହୋଇସାରିଛି। ହେଲେ ସଙ୍କଟ ସମୟରେ ଅମାନିଆଙ୍କ ଗତିବିଧି ସଂକ୍ରମଣ ପ୍ରତିରୋଧ କରିବା ଦିଗରେ କଣ୍ଟା ସାଜିଛି। କୋଭିଡ୍‌ କଟକଣାକୁ ଫୁ’ କରି ଅମାନିଆମାନେ ହାଟବଜାରରେ ହାଉଯାଉ ହେଉଛନ୍ତି। ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଏବଂ ପ୍ରଶାସନକୁ ନାକେଦମ ହେବାକୁ ପଡୁଥିବାବେଳେ ଢେଙ୍କାନାଳ ଜିଲାର ଅନ୍ୟତମ ପ୍ରମୁଖ ସହରାଞ୍ଚଳ କାମାକ୍ଷାନଗରରେ ସ୍ଥିତି ବିଗିଡ଼ିବା ଆଶଙ୍କା ସୃଷ୍ଟି ହୋଇଛି।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ମେ ୫ରୁ ରାଜ୍ୟରେ ଲାଗୁହେବ ୧୪ ଦିନିଆ ତାଲାବନ୍ଦ। ଜନସାଧାରଣଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି ମଧ୍ୟାହ୍ନ ୧୨ଟା ଯାଏ କଟକଣାରେ ସାମାନ୍ୟ କୋହଳ କରାଯାଇଛି। ଏହି ସମୟ ଭିତରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, ଜରୁରୀ ସେବା ଜାରି ରହିବ। ହେଲେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ସରକାରଙ୍କ ଏଭଳି ପ୍ରତିଶ୍ରୁତି ସତ୍ତ୍ୱେ ସୋମବାର ହାଟପାଳି ଏବଂ ଲକ୍‌ଡାଉନ୍‌ ପୂର୍ବରୁ ମଙ୍ଗଳବାର ସହରର ପ୍ରମୁଖ ବ୍ୟବସାୟିକ ପ୍ରତିଷ୍ଠାନରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା। ବିନା ମାସ୍କ ଏବଂ ସାମାଜିକ ଦୂରତ୍ୱ ନିୟମରେ ଲୋକମାନେ ସାମଗ୍ରୀ ନେବାକୁ ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳିଥିଲା। କୋଭିଡ୍‌ କଟକଣାର ଏଭଳି ଉଲ୍ଲଂଘନ ଲକ୍‌ଡାଉନ୍‌ର ଲକ୍ଷ୍ୟ ଭ୍ରଷ୍ଟ କରିଦେବା ଆଶଙ୍କା ସୃଷ୍ଟି କରିଥିବାବେଳେ ସଂକ୍ରମଣ ଚେନ୍‌ କିପରି ଭାଙ୍ଗିବ ତାହାକୁ ନେଇ ନା ନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳିସ୍ଥିତିରେ ଅମାନିଆଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କୋଭିଡ୍‌ କଟକଣା ଭାଙ୍ଗୁଥିବା ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ବିଡିଓ ବିକାଶ କୁମାର ମହାନ୍ତି କୁହନ୍ତି, ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବାହାରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରି ତୁରନ୍ତ ପରୀକ୍ଷା କରାଇବା ପାଇଁ ସରପଞ୍ଚଙ୍କୁ ଅନୁରୋଧ କରାଯାଇଛି। ପୂର୍ବାପେକ୍ଷା ଲୋକମାନେ ସଚେତନ ହେଲେଣି। ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ତଥାପି ସେମାନେ ମାନୁନାହାନ୍ତି। ଥାନାଧିକାରୀ ଅଭିନବ ଡାଳୁଆ କୁହନ୍ତି, ଭିଡ଼ ରୋକିବାକୁ କଠୋର ହେବାକୁ ପଡ଼ିବ। କେତେଜଣ ଅମାନିଆ କାମ ନ ଥାଇ ଅଯଥାରେ ବୁଲୁଛନ୍ତି। ତାଲାବନ୍ଦ ସମୟରେ ଏହାକୁ ରୋକିବାରେ ସହରର ପ୍ରବେଶ ପଥରେ ପୋଲିସ ମୁତୟନ କରାଯାଇଛି। ମାଜିଷ୍ଟ୍ରେଟ୍‌ଙ୍କ ସ୍ବତନ୍ତ୍ର ସ୍ବାଡ୍‌ ମଧ୍ୟ ସହର ଜଗିବେ। ଧରାପଡ଼ିଥିବା ଅମାନିଆଙ୍କ ଗାଡ଼ିକୁ ଲକ୍‌ଡାଉନ୍‌ ଅବଧି ଶେଷ ଯାଏ ଜବତ କରି ରଖାଯିବ।

ପ୍ରଶ୍ନ କଲେ ଧମକଚମକ ଦେଉଛନ୍ତି
ଜନତାଙ୍କ ହିତ ପାଇଁ ଏଭଳି କଟକଣା ଜାରି କରାଯାଉଛି। ହେଲେ କେତେଜଣ ଅମାନିଆଙ୍କ ଲାଗି ସାରା ସହରବାସୀଙ୍କ ଧନଜୀବନ ବିପଦରେ ପଡୁଛି। କଟକଣା ଉଲ୍ଲଂଘନ ସମ୍ପର୍କରେ ପ୍ରଶ୍ନ କଲେ ଓଲଟା ଧମକଚମକ ମିଳୁଛି। ଅମାନିଆଙ୍କୁ ସାବାଡ଼ କରା ନ ଗଲେ କରୋନା ଚେନ୍‌ ଭାଙ୍ଗିବା ଅସମ୍ଭବ।
-ଶରତ ଚନ୍ଦ୍ର ସାହୁ, ବରିଷ୍ଠ ଆଇନଜୀବୀ
ସରକାର ସ୍ପଷ୍ଟ କରିବା ସତ୍ତ୍ୱେ ଭିଡ଼ ବିପଦକୁ ନିମନ୍ତ୍ରଣ
ଲକ୍‌ଡାଉନ୍‌ ସମୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ, ସେବା ଜାରି ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏତେ ସବୁ ସତ୍ତ୍ୱେ ଲୋକମାନେ ବୁଝୁନାହାନ୍ତି। କଟକଣା ଭୁଲି ସାମଗ୍ରୀ କିଣୁଛନ୍ତି। ହେଲେ ଏଭଳି ଭିଡ଼ ବିପଦକୁ ଆମନ୍ତ୍ରଣ ବୋଲି ସେମାନେ ଭୁଲି ଯାଉଛନ୍ତି। ଅମାନିଆଙ୍କୁ ଜଗିବାକୁ ପ୍ରଶାସନ କଠୋର ହେଉ।
-ମଦନ ପରିଡ଼ା, ବ୍ୟବସାୟୀ
ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଜରୁରୀ
ଲକ୍‌ଡାଉନ ଘୋଷଣା ପୂର୍ବରୁ ଦୁଇଦିନ ସହରରେ ଦଶହରା ଯାତ୍ରା ଭଳି ଭିଡ଼ ହୋଇଛି। ଏହା ଗୋଷ୍ଠୀ ସଂକ୍ରମଣକୁ ଆମନ୍ତ୍ରଣ କରୁଛି। ସଂକ୍ରମିତଙ୍କ ସଂଖ୍ୟା ନିୟମିତ ବଢ଼ିବା ସତ୍ତ୍ୱେ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଗହଳି ନିୟନ୍ତ୍ରଣ ହୋଇପାରିବ।
-ସୁନୀଲ ପଟ୍ଟନାୟକ, ବୁଦ୍ଧିଜୀବୀ
ନିୟମ ମାନିଲେ ହାରିବ ମହାମାରୀ
କରୋନା ସଂକ୍ରମଣ ରୋକିବା କେବଳ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗର ଦାୟିତ୍ୱ ବୋଲି କହିଲେ ଭୁଲ୍‌ ହେବ। ଏଥିଲାଗି ପ୍ରତି ଲୋକଙ୍କୁ ସଚେତନ ହେବାକୁ ପଡ଼ିବ। ସାମାଜିକ ଦୂରତ୍ୱ ନିୟମ ପାଳନ ଏବଂ ମାସ୍କ ପରିଧାନ ଭଳି ଛୋଟ ଛୋଟ କଥାକୁ ଗୁରୁତ୍ୱ ଦେଲେ ମହାମାରୀକୁ ପରାସ୍ତ କରାଯାଇପାରିବ।
-ଡାକ୍ତର ସିଦ୍ଧାର୍ଥ ବେଉରା


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri