ଭୟଙ୍କର ପରମାଣୁ ଲିକ୍‌? ଧ୍ୱଂସ ହୋଇଯିବ ପାକିସ୍ତାନ!

ଇସଲାମବାଦ,୧୫।୫: ପାକିସ୍ତାନର ସରଗୋଧା ଅଞ୍ଚଳରେ ଅବସ୍ଥିତ କିରାନା ହିଲ୍ସରେ ଥିବା ପରମାଣୁ ଅସ୍ତ୍ର ଠିକଣାରେ ଉପରେ ଭାରତ ଆକ୍ରମଣ କରି ଏହାକୁ ଧ୍ୱଂସ କରିଛି ବୋଲି ପୂର୍ବତନ ଭାରତୀୟ ବାୟୁସେନା (ଆଇଏଫ) ପାଇଲଟ ଗ୍ରୁପ କ୍ୟାପଟେନ ଏମ୍ଜେ ଅଗଷ୍ଟିନ ଭିନୋଦ (ଅବସରପ୍ରାପ୍ତ) ଦାବି କରିଛନ୍ତି। ଭାରତର ‘ଅପରେଶନ ସିନ୍ଦୂର’ ଅଧୀନରେ ବ୍ରହ୍ମୋସ ମିସାଇଲବେଳେ ପାକ୍‌ର ଏହି ପରମାଣୁ ବେସ୍‌ ଧ୍ୱଂସ ହୋଇଥିବା କୁହାଯାଉଛି। ଯାହାପରେ ଏହି ପରମାଣୁ ଲିକ୍‌ ହୋଇଥିବା ଓପିନିୟନ ଆର୍ଟିକଲରେ ଉଲ୍ଲେଖ କରାଯାଇଛିି। ତେବେ, ଏହି ଦାବି ସମ୍ପର୍କରେ ଭାରତ ବା ପାକିସ୍ତାନ ସରକାରଙ୍କ ତରଫରୁ କୌଣସି ଆଧିକାରିକ ନିଷ୍ପତ୍ତି ମିଳିନାହିଁ।

ସୂଚନା ଅନୁଯାୟୀ, ମେ ୨୦୨୫ରେ ପାକିସ୍ତାନର ସରଗୋଧା ଅଞ୍ଚଳରେ ଅଜବ ଘଟଣା ଘଟିଥିଲା। ସାଟେଲାଇଟ ଫଟୋରେ ଅଞ୍ଚଳଟି ଧୂଆଁ ଧୂଆଁ ଦେଖାଯାଇଥିଲା ଏବଂ ସୋସିଆଲ ମିଡିଆରେ ମିସାଇଲ ଆକ୍ରମଣ ପରେ ଧୂଆଁ କୁଣ୍ଡଳୀ ଆକୃତିର ବିସ୍ଫୋରଣ ଦୃଶ୍ୟ ଭାଇରାଲ ହୋଇଥିଲା। ରେଡିଓ ଇଣ୍ଟରସେପ୍ଟରେ ପାକିସ୍ତାନୀ ସୈନ୍ୟଙ୍କ ମଧ୍ୟରେ ଆତଙ୍କିତ କଥାବାର୍ତ୍ତା ରେକର୍ଡ ହୋଇଥିଲା। ଏହି ଘଟଣା ପରେ କିରାନା ହିଲ୍ସ, ଯେଉଁଠାରେ ପାକିସ୍ତାନ ଗୁପ୍ତରେ ପରମାଣୁ ଅସ୍ତ୍ର ପରୀକ୍ଷା କରୁଥିବା ଅଭିଯୋଗ ରହିଛି, ସେହି ସ୍ଥାନ ଚର୍ଚ୍ଚାରେ ଆସିଥିଲା। ସୋସିଆଲ ମିଡିଆରେ ଏହା ମଧ୍ୟ ଦାବି କରାଯାଇଛି ଯେ ଆମେରିକାର ଏକ ପରମାଣୁ ନିରାପତ୍ତା ବିମାନ (ବି-୩୫୦ ଏଏମଏସ) ପାକିସ୍ତାନ ଉପରେ ଉଡ଼ିଥିବା ଦେଖାଯାଇଥିଲା, ଯାହା ରେଡିଓଆକ୍ଟିଭ ଲିକର ଆଶଙ୍କାକୁ ବଢ଼ାଇଛି।
ଗ୍ରୁପ କ୍ୟାପଟେନ ଭିନୋଦଙ୍କ ଅନୁଯାୟୀ, କିରାନା ହିଲ୍ସ ୧୯୮୩ ରୁ ୧୯୯୦ ମଧ୍ୟରେ ପାକିସ୍ତାନର ପରମାଣୁ ପରୀକ୍ଷା ପାଇଁ ଏକ ଗୁପ୍ତ ସ୍ଥାନ ଥିଲା। ଏହି ସ୍ଥାନରେ ‘କୋଲ୍ଡ ଟେଷ୍ଟ’ କରାଯାଇଥିଲା, ଯାହା ପରମାଣୁ ବିସ୍ଫୋରଣର ଅନୁକରଣ କରୁଥିଲା। ଏହା ଦକ୍ଷିଣ ଏସିଆରେ ପରମାଣୁ ଅସ୍ତ୍ରର ବ୍ୟବହାରର ସୀମାକୁ ହ୍ରାସ କରିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

ଏହି ଘଟଣାର ପୃଷ୍ଠଭୂମି ଗତ ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକ ନିହତ ହୋଇଥିଲେ। ଭାରତ ଏହା ପାଇଁ ପାକିସ୍ତାନକୁ ଦାୟୀ କରି ମେ ୭ରେ ‘ଅପରେଶନ ସିନ୍ଦୂର’ ଆରମ୍ଭ କରିଥିଲା। ଏହି ଅଭିଯାନରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ଭିତ୍ତିଭୂମିକୁ ଲକ୍ଷ୍ୟ କରାଯାଇ ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୋଇବା ଏବଂ ହିଜବୁଲ ମୁଜାହିଦ୍ଦିନ ସଂଗଠନର ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri