ରୋଷେଇ କଲା ସମୟରେ ଭୟାବହ ଅଗ୍ନିକାଣ୍ଡ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ନୟାଗଡ଼ ଅଫିସ, ୩୧।୮: ରୋଷେଇ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟି ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି। ଏଭଳି ଅଭାନୀୟ ଘଟଣା ଘଟିଛି ନୟାଗଡ଼ ଜିଲା ଭାପୁର ବ୍ଲକ ବିରିଡି ଗାଁରେ। ମୃତା ସ୍ତ୍ରୀ ହେଲେ ହରପ୍ରିୟା ପାଟ୍ଟଯୋଶୀ। ସ୍ବାମୀ ମାଧବ ଜେନା(୨୬)ଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି କରାଯାଇଛି।