ଲୁଗା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା କୋଟିଏ ଟଙ୍କାର କପଡା

କେନ୍ଦ୍ରାପଡା ଅଫିସ,୨୪।୫: ଆଳି ବଡ଼ବଜାରଠାରେ ବୁଧବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ରିଲାଇନ୍ସ ସ୍ମାର୍ଟ ପଏଣ୍ଟ ଉପରେ ଥିବା ରଞ୍ଜିତ ବେହେରାଙ୍କ ନିୟୁ ଟ୍ରେଣ୍ଡ ଲୁଗା ସୋରୁମରେ ଅଗ୍ନିକାଣ୍ଡ ଘଟି ପାଖାପାଖି କୋଟିଏ ଟଙ୍କାର କପଡା ପୋଡିଜଳି ପାଉଁଶ ହୋଇଯାଇଛି। ଖବରପାଇ ଆଳି, ପଟ୍ଟାମୁଣ୍ଡାଇ ଓ ରାଜକନିକା ଦମକଳ ବାହିନୀ ପହଞ୍ଚି ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିବା ଅଗ୍ନିଶମ ବିଭାଗ ସୂଚନା ଦେଇଛି। ଏପରିକି ନିୟୁ ଟ୍ରେଣ୍ଡ ପାଖରେ ଥିବା ମା’ ତାରିଣୀ ଏଣ୍ଟରପ୍ରାଇଜେର୍ସର ଏକ ଷ୍ଟୋର ରୁମରେ ନିଆଁ ଲାଗି ପାଖାପାଖି ୧୦ଲକ୍ଷ ଟଙ୍କାର ଏଲଇଡି ଟିଭି ଜଳିଯାଇଥିବା ସୂଚନା ମିଳିଛି l