ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବହୁ କୋଟି ଟଙ୍କାର ପାଇପ୍‌

ସୋନପୁର,୧୨ା୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବେହେରାମାଲ ପଞ୍ଚାୟତ ଲଙ୍ଗଳକଣ୍ଟା ଗାଁ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମେଗା ପାଣି ପ୍ରୋଜେକ୍ଟ ପାଇଁ ଗଚ୍ଛିତ ଥିବା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର କୋଟି କୋଟି ଟଙ୍କାର ପାଇପ ଜଳି ପୋଡ଼ି ପାଉଁଶ ହୋଇଯାଇଛି।

ମେଗା ପାଣି ପ୍ରୋଜେକ୍ଟ ପାଇଁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କୋଟି କୋଟି ଟଙ୍କାର ପାଇପ ଲଙ୍ଗଳକଣ୍ଟା ଗାଁ ନିକଟରେ ରଖାଯାଇଥିଲା। କେହି ବ୍ୟକ୍ତି ନିଆଁ ଲଗାଇଥିବା କୁହାଯାଉଛି।

ରାମପୁର ଓ ଡୁଙ୍ଗୁରିପାଲି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଆଁ ଲିଭାଇବାରେ ସକ୍ଷମ ହୋଇନାହାନ୍ତି। ନିଆଁର ପ୍ରକୋପ ଏତେ ରହିଛି ଯେ, ନିଆଁ ଲିଭାଇବା କଷ୍ଟକର ହୋଇପଡ଼ିଛି। ନିକଟରେ କୌଣସି ଜଳଉତ୍ସ ନ ଥିବାରୁ ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଲିଭାଇବା ପାଇଁ ଅସୁବିଧା ହେଉଛି। ସ୍ଥାନୀୟ ଲୋକ ନିଆଁ ଲିଭା କାର୍ଯ୍ୟରେ ଲାଗି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।