Posted inଜାତୀୟ

ଭୟାବହ ଧୂଳିଝଡ: ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ମୁମ୍ବାଇ,୧୪ା୫:ମୁମ୍ବାଇରେ ସୋମବାର ଅପରାହ୍ନରେ ଭୟାବହ ଧୂଳିଝଡ଼ରେ ୧୪ ଜଣଙ୍କ ମୃତ୍ୟୁ ଘଟିବା ସହ ୭୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରଯାଇଛି। ଘାଟକୋପର ଅଞ୍ଚଳରେ ଏକ ପେଟ୍ରୋଲ ପମ୍ପ୍‌ ନିକଟରେ ଲାଗିଥିବା ୧୦୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏକ ବିଲ୍‌ବୋର୍ଡ ଭୁଶୁଡ଼ି ପଡ଼ିବାରୁ ୧୪ ଜଣଙ୍କ ମୃତ୍ୟୁ ଘଟିବା ସହ ୫୯ ଜଣ ଆହତ ହୋଇଥିଲେ। ୬୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ପୋଲିସ କହିଛି। ପୋଲିସ ସହ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ବିଲ୍‌ବୋର୍ଡଟି ପେଟ୍ରୋଲ ପମ୍ପର ମଧ୍ୟଭାଗରେ ଖସିପଡ଼ିବାରୁ ବହୁ ଲୋକ ଏହା ତଳେ ଚାପିହୋଇ ଯାଇଥିଲେ। ବିଲ୍‌ବୋର୍ଡର ଧାତବ ଫ୍ରେମ୍‌ ସେଠାରେ ଥିବା କେତେକ କାର୍‌ର ଛାତକୁ କ୍ଷତିଗ୍ରସ୍ତ କରିଛି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ କହିଛନ୍ତି। ବିଲ୍‌ବୋର୍ଡ ଲଗାଇଥିବା ଇଗୋ ମିଡିଆର ମାଲିକ ଭବେଶ ଭିଣ୍ଡେ ଓ ଅନ୍ୟମାନଙ୍କ ବିରୋଧରେ ମୁମ୍ବାଇ ପୋଲିସ ମାମଲା ରୁଜୁ କରିଛି। ବେଆଇନ ଭାବେ ଓ ବିନା ଅନୁମତିରେ ଉକ୍ତ ବିଲ୍‌ବୋର୍ଡ ଲଗାଯାଇଥିଲା ବୋଲି ପ୍ରଶାସନ କହିଛି। ଘଟଣାସ୍ଥଳରେ ଲାଗିଥିବା ଅନ୍ୟ ୩ଟି ବିଲ୍‌ବୋର୍ଡ ତୁରନ୍ତ ହଟାଇବା ପାଇଁ ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ବିଜ୍ଞାପନ ସଂସ୍ଥାକୁ ନୋଟିସ୍‌ ଜାରି କରିଛି।
ସେହିପରି ଓ୍ବାଡଲା ଅଞ୍ଚଳରେ ଧୂଳିଝଡ଼ ବେଳେ ଏକ ନିର୍ମାଣାଧୀନ ମେଟାଲ ପାର୍କିଂ ଟାଓ୍ବାର ଭୁଶୁଡ଼ି ପଡ଼ିବାରୁ ୩ ଜଣ ଆହତ ହେବା ସହ କେତେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ବାନ୍ଦ୍ରାରେ ଗଛ ଡାଳ ପଡ଼ି ଜଣେ ପ୍ରାଣ ହରାଇବା ସହ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଧୂଳିଝଡ଼ ଯୋଗୁ ପରିବହନ ବାଧାପ୍ରାପ୍ତ ହେବା ସହ ବିମାନ ଚଳାଚଳ ସ୍ଥଗିତ ରହିଛି। ୧୫ ବିମାନକୁ ଅନ୍ୟ ଏୟାରପୋର୍ଟକୁ ପଠାଯାଇଥିଲା। ଝଡ଼ରେ ଅନେକ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିବାରୁ ବିଭିନ୍ନ ଅଞ୍ଚଳ ଅନ୍ଧାରରେ ରହିଛି। ଧୂଳିଝଡ଼ ଯୋଗୁ ଆକାଶ ଅନ୍ଧକାର ହୋଇଯାଇଥିଲା। ଫଳରେ ଲୋକାଲ ଟ୍ରେନ୍‌ ସମେତ ମେଟ୍ରୋ ନେଟ୍‌ଓ୍ବର୍କ ଏବଂ ଏୟାରପୋର୍ଟ ସେବା ସାମୟିକ ବନ୍ଦ କରିଦିଆଯାଇଥିଲା। ଅଧିକ ଦୂର ପର୍ଯ୍ୟନ୍ତ ଦୃଶ୍ୟ ନ ହେବାରୁ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ୬୬ ମିନିଟ ବନ୍ଦ ରହିଥିଲା। ଅଦିନିଆ ବର୍ଷା ଯୋଗୁ ଗରମରୁ ମୁକ୍ତି ମିଳିଥିବାବେଳେ ବିଜୁଳି ସରବରାହ ବନ୍ଦ ହୋଇଯାଇଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ କନ୍ଧମାଳ ପର୍ଯ୍ୟବେକ୍ଷକ: ଭୋଟର ତାଲିକା ସର୍ବେକ୍ଷଣର କଲେ ସମୀକ୍ଷା

ଦାରିଙ୍ଗବାଡ଼ି, ୧୪।୧୧ (ଅରୁଣ ସାହୁ):୨୦୨୭ ମସିହାରେ ଓଡ଼ିଶାରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ସ୍ବଚ୍ଛ, ଅଦ୍ୟତନ ଓ ନାଗରିକ କୈନ୍ଦ୍ରିକ ଭୋଟର ତାଲିକା ପ୍ରସ୍ତୁତି ପାଇଁ…

କଙ୍ଗନାଙ୍କ ନାଁରେ FIR, ଗାନ୍ଧୀ ପରିବାରକୁ ନେଇ ବିବାଦୀୟ ପୋଷ୍ଟ ଅଭିଯୋଗରେ ମାମଲା

ନୂଆଦିଲ୍ଲୀ,୧୪।୧୧: କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ପୁସ୍ତକ ଉନ୍ମୋଚନ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ଭାଜପା ସାଂସଦ ତଥା ଅଭିନେତ୍ରୀ…

ଏଣିକି ଆବେଦନ ମାସରୁ ମିଳିବ ପେନସନ: ଦାରିଙ୍ଗବାଡ଼ିରେ ଏକୀକୃତ ପେନସନ ପୋର୍ଟାଲ ସଚେତନତା ଅଭିଯାନ

ଦାରିଙ୍ଗବାଡ଼ି,୧୪।୧୧(ଅରୁଣ ସାହୁ):ପେନସନ ପାଇବା ପାଇଁ ଆଉ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏଣିକି ଯୋଗ୍ୟ ହିତାଧିକାରୀ ଆବେଦନ କରିବା ମାସରୁ ହିଁ ପେନସନ…

ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ, ବାଦ୍ ପଡ଼ିଲେ କୁଳଦୀପ, ସାମିଲ ହେଲେ….

ନୂଆଦିଲ୍ଲୀ,୧୪।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳରେ ଦୁଇଟି ବଡ଼ ପରିବର୍ତ୍ତନ କରିଛି ଚୟନ କମିଟି । ନଭେମ୍ବର ୧୯ ତାରିଖରୁ ୱେଲିଂଟନ୍‌ରେ ଆରମ୍ଭ ହେବାକୁ…

କୋହଲିଙ୍କ ନାଁରେ ଅଲୋଡ଼ା ରେକର୍ଡ: ସଚିନ ତେନ୍ଦୁଲକରଙ୍କ ସହ ହେଲେ ସମକକ୍ଷ

ମାଉଣ୍ଟ ମାଉଙ୍ଗାନୁଇ,୧୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ନାଁରେ ଯୋଡ଼ି ହୋଇଛି ଏକ ଅଲୋଡ଼ା ରେକର୍ଡ। ମାଉଣ୍ଟ ମାଉଙ୍ଗାନୁଇର ବେ…

ଭାଲୁଡୁଙ୍ଗୁରୀ ହାତୀପଲଙ୍କ ଉପଦ୍ରବ:ଧାନ ଫସଲ ନଷ୍ଟ, ଚାଷୀ ଆତଙ୍କିତ

ଅମରପାଲି,୧୪ା୧୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଭାଲୁଡୁଙ୍ଗୁରୀ ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ଗତ ବିଳମ୍ବିତ ରାତିରେ…

ଯିଏ ତାଙ୍କୁ ‘ଶୂନ’ରେ ଆଉଟ୍‌ କରିଥିଲେ, ମ୍ୟାଚ୍‌ ପରେ ତାଙ୍କୁ ହିଁ ବଡ଼ ଉପହାର ଦେଲେ କୋହଲି

ନୂଆଦିଲ୍ଲୀ,୧୪।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଭାରତୀୟ ଦଳର ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ। ମାତ୍ର ୮୯ ରନ୍‌ରେ ଅଲଆଉଟ ହୋଇ ୨୪୪ ରନ୍‌ର ବୃହତ୍‌ ବ୍ୟବଧାନରେ ପରାସ୍ତ ହୋଇଛି…

୮ ବର୍ଷୀୟା ଝିଅକୁ ଗଣବଳାତ୍କାର: ଘରୁ ଡାକିନେଲେ ୨ ନାବାଳକ, ଆଉ ତା’ପରେ…

ପଟ୍ଟାମୁଣ୍ଡାଇ, ୧୪ା୧୧(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ଜଣେ ୮ ବର୍ଷୀୟା ନାବାଳିକା ଗଣବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ୨ଜଣ ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?