ଅଟଳ ବିହାରୀ ବାଜପେୟୀଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ହେବା ପରେ ସ୍ବାର୍ଥ ଲାଗି ଭାଜପା ଛଡ଼ିଥିଲେ ନବୀନ ବାବୁ: ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର,୨୧।୧: ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ଭାଜପାରେ ଯୋଗ ଦେଇଛନ୍ତି। ଏ ନେଇ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଭାଜପାରେ ମିଶିଛି।

ଏହା ସହ ଓଡ଼ିଶାରେ ଅନ୍ଧ, ମୂକ ବଧିର ସରକାରକୁ ହଟାଇବାର ସମୟ ଆସିଛି। ନବୀନ ବାବୁ ଅଟଳ ବିହାରୀ ବାଜପେୟୀଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ପରେ ନିଜର ସ୍ବାର୍ଥ ଲାଗି ଭାଜପାର ହାତ ଛାଡ଼ିଥିଲେ। ନବୀନ ବାବୁଙ୍କୁ ହଟାଇବା ଓଭାଜପାକୁ କ୍ଷମତା ଆଣିବାର ସମୟ ଆସିଛି। ପୂର୍ଣ୍ଣ ସମର୍ଥନ ଦେଇ ଥରେ ଭାଜପାକୁୁ ଓ କ୍ଷମତାସୀନ କରିବାକୁ ସେ ଓ ନିବେଦନ କରିଛନ୍ତି। ଲୋକଙ୍କ ପାଇଁ ହେବ ଭାଜପା ସରକାର। ରାଜ୍ୟର ସଚିବାଳୟ ସମସ୍ତଙ୍କ ପାଇଁଖୋଲା ରହିବ।