ପୁରୀରେ ହାଜତ ମୃତ୍ୟୁକୁ ନେଇ ପୋଲିସ-ଜନତା ମୁହାଁମୁହିଁ: ଏନ୍‌ଏଚ୍‌ଆର୍‌ସି ଗାଇଡଲାଇନ୍‌ ଅନୁଯାୟୀ ତଦନ୍ତ ହେବ ବୋଲି କହିଲେ ଏସ୍‌ପି

ପୁରୀ ଅଫିସ, ୧୯।୧୧: ହାଜତ ମତ୍ୟୁକୁ ନେଇ ପୁରୀରେ ଗୁରୁବାର ଉତ୍ତେଜନା ଦେଖାଦେଇଛି। ପୋଲିସ ମାଡ଼ରେ କେ. ରମେଶଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କୀୟ ଅଭିଯୋଗ କରିବା ପରେ ଏହାକୁ ବିଭିନ୍ନ ବର୍ଗର ଲୋକେ ତୀବ୍ର ବିରୋଧ କରିଛନ୍ତି। ଅନ୍ୟପକ୍ଷରେ ଏହି ଅଭିଯୋଗକୁ ନେଇ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସପି ଅଖିଳେଶ୍ବର ସିଂ କହିଛନ୍ତି ଏନ୍‌ଏଚ୍‌ଆର୍‌ସି ଗାଇଡ଼ଲାଇନ ଅନୁଯାୟୀ ଘଟଣାର ତଦନ୍ତ ହେବ। ଟିମ ଅଫ ଡାକ୍ତରଙ୍କ ଦ୍ୱାରା ଶବ ବ୍ୟବଚ୍ଛେଦ, ଫଟୋଗ୍ରାଫି ଓ ଭିଡିଓଗ୍ରାଫି ହେବ। ହାଜତ ମୃତ୍ୟୁ ନେଇ ଥାନାରେ ମାମଲା ରୁଜୁ ହୋଇଛି।

ଏସପିଙ୍କ ସୂଚନା ଅନୁଯାୟୀ କେ.ରମେଶ ନାଁରେ ଏକାଧିକ ଥାନାରେ ମାମଲା ରହିଛି। ନିକଟରେ ତାଳଚେର ଜେଲରୁ ଜାମିନରେ ଆସିବା ପରେ ବୁଧବାର ମାରଣାସ୍ତ୍ର ଧରି ଅପରାଧ ଘଟାଇବା ପାଇଁ ଉଦ୍ୟମ କରିଥିଲେ। ଖବର ପାଇ ପୋଲିସ ଟିମ ପହଂଚିବା ପରେ ତାଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ପରେ ତାଙ୍କୁ ଥାନା ହାଜତକୁ ନିଆଯାଇଥିଲା। ଯନ୍ତ୍ରଣା ଅନୁଭବ କରିବାରୁ ତାକୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଯାଇଥିଲେ ହେଁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ମୃତ କେ.ରମେଶର ହାତ,କାନ ଓ ଶରୀରରେ ଗଭୀର ମାଡ଼ ଦାଗ ଥିବାରୁ ଶେଷରେ ପୋଲିସ ବାଧ୍ୟ ହୋଇ ହାଜତ ମୃତ୍ୟୁ ମାମଲା ରୁଜୁ କରିଛି। ଜଣେ ଅତିରିକ୍ତ ଏସ୍‌ପି ଓ ଡିଏସ୍‌ପିଙ୍କ ଦ୍ୱାରା ଘଟଣାର ତଦନ୍ତ ହେବ। ଏହାକୁ ଏକ ସମ୍ବେଦନଶୀଳ ମାମଲା ଭାବେ ପୋଲିସ ଗ୍ରହଣ କରିଛି। ମୃତକଙ୍କ ବାପାଙ୍କ ଉପସ୍ଥିତିରେ ଶବର ପଂଚନମା କରାଯାଇଛି। ଅନ୍ୟପଟରେ ପୁରୀ ଜିଲ୍ଲା ଓକିଲ ସଂଘ ଏବଂ ଭାଜପା ପକ୍ଷରୁ ଘଟଣାର ତୀବ୍ର ନିନ୍ଦା କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତର ପଦବୀ ପୂରଣ ନେଇ ଜନ ପ୍ରତିନିଧିଙ୍କ ଦାବି

କୁନ୍ଦୁରା, ୧୮।୨(ଡି.ଏନ୍‌.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ଦୀର୍ଘ ୧୦ ମାସ ପରେ ପଞ୍ଚୟାତ ସମିତି ବୈଠକ ବସିଛି। ଅଧ୍ୟକ୍ଷା ରାଜେଶ୍ୱରୀ ପରଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା...

ରେଳଧାରଣାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ପାରିବାରିକ ଅଶାନ୍ତିକୁ ନେଇ ଆତ୍ମହତ୍ୟା ସନ୍ଦେହ

ତିହିଡି,୧୦।୯(ଡି.ଏନ୍‌.ଏ): ଭଦ୍ରକ ଜିଲା ଧାମରା ରେଳପଥର ଅଚକ ନିକଟରୁ ମଙ୍ଗଳବାର ସକାଳେ ଜନୈକ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଦୁଃଶାସନ ମଲିକ(୬୫)। ତାଙ୍କ...

ମହିଳା ଖବରଦାତାଙ୍କୁ ଆକ୍ରମଣ ଘଟଣା: ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଚୌଦ୍ୱାର,୩୧ା୧୨(ଡି.ଏନ୍‌.ଏ.): ଭୁବନେଶ୍ୱରରେ କାର୍ଯ୍ୟରତ ଜଣେ ମହିଳା ଖବରଦାତାଙ୍କୁ ଆକ୍ରମଣ ଘଟଣାକୁ ଅନ୍ତର୍ଜାତୀୟ ମାନବାଧିକାର ପରିଷଦ, ଓଡ଼ିଶା ଶାଖା, ଓଡ଼ିଶା ନାରୀ ସୁରକ୍ଷା ମଞ୍ଚ, ଆଦିଶକ୍ତି ଯୁବ...

ବାହାରେ ରୋଜଗାର ଖୋଜୁଛନ୍ତି ଯୁବପିଢ଼ି

କେନ୍ଦ୍ରାପଡ଼ା ଅଫିସ, ୪-୯- କର୍ମ ସଂସ୍ଥା ଓ ଭିତ୍ତିଭୂମିର ଅଭାବ ଯୋଗୁ କେନ୍ଦ୍ରାପଡ଼ାର ଅଧିକାଂଶ ଯୁବପିଢ଼ି ଏବେ ଜିଲା ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ବାହାର ରାଜ୍ୟ...

ଏସାର ଷ୍ଟିଲ ପାଇଁ ବଢୁଛି ଅଡୁଆ : ଶେଷ ହେବା ଅବସ୍ଥାରେ ଇବିଟିପିଏଲ୍‌ ଚୁକ୍ତି ଅବଧି

ପାରାଦୀପ,୧୭ା୮(ସ୍ବ.ପ୍ର.): ଦେଶର ଅନ୍ୟତମ ପ୍ରତିଷ୍ଠିତ କମ୍ପାନୀ ଏସାର ଷ୍ଟିଲ ଏବେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛି। କମ୍ପାନୀର ଦେବାଳିଆସ୍ଥିତି ପାଇଁ ବ୍ୟାଙ୍କର୍ସମାନେ ବିକ୍ରି ପାଇଁ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆର୍‌ଏସ୍‌

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆର୍‌ଏସ୍‌ ସାକ୍ଷୀଗୋପାଳ, ୭।୩(ଡି.ଏନ୍‌.ଏ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଶୁକଳ ପଞ୍ଚାୟତ ଜିଆର୍‌ଏସ୍‌ ଛବି ନାରାୟଣ ପଣ୍ଡା ଲାଞ୍ଚ...

ଏକାଠି ପିଉଥିଲେ ମଦ, ଆଉ ତାପରେ…

ତେନ୍ତୁଳିଖୁଣ୍ଟି, ୨୭।୧: ମଦ୍ୟ ପାନ କରି ବଚସା ପରେ ହାତାହାତି ହୋଇ ଜଣଙ୍କ ଜୀବନ ଯାଇଛି। ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ନରସିଂହଗୁଡ଼ା ଗ୍ରାମରେ ଏଭଳି...

ଅଡିଟ୍‌ ଧରିଲା ୪.୨୧ ଲକ୍ଷ ଟଙ୍କା ଆତ୍ମସାତ

ଯାଜପୁର ଅଫିସ,୬।୮: ଯାଜପୁର ଜିଲା ବଡଚଣା ବ୍ଲକ ଭରତପୁର ଓ ସାମିଆ ପଞ୍ଚାୟତର ୩ ଜଣ ପଞ୍ଚାୟତ ଏକ୍‌ଜିକ୍ୟୁଟିଭ ଅଫିସର (ପିଇଓ) ଜାଲିଆତି କରି ୪...

Advertisement
Archives

Model This Week