ଟିକେଟକୁ ନେଇ କନ୍ଦଳ ତେଜୁଛି

ଭୁବନେଶ୍ୱର, ୬।୩ (ବ୍ୟୁରୋ): ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପାଇଁ ଆଉ ମାତ୍ର ୨ଦିନ ସମୟ ରହିଛି। ତେବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ଟିକେଟ ପାଇବାକୁ ଆଶାୟୀ ସଂଖ୍ୟା ଅଧିକ ରହୁଥିବାରୁ ପ୍ରାର୍ଥୀ ଚୟନ ବିଭିନ୍ନ ଦଳ ପାଇଁ ବୁମେରାଂ ପାଲଟିଛି। ସଂରକ୍ଷଣ ଆରମ୍ଭରୁ ହିଁ କର୍ପୋରେଟର ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଦୀର୍ଘ ବର୍ଷ ଧରି ଦଳ ପାଇଁ କାମ କରୁଥିବା କେତେଜଣ ଆଶାୟୀ ସଂରକ୍ଷଣ ଯୋଗୁ ବାଦ୍‌ ପଡିଥିବାବେଳେ ଏବେ ଆଉ କେତେଜଣଙ୍କୁ ନାନା ବାହାନା ଦେଖାଇ ଟିକେଟ ଦିଆଯାଇ ନ ଥିବାରୁ ଦଳୀୟ କନ୍ଦଳ ତୀବ୍ର ହେବାରେ ଲାଗିଛି। ଇତିମଧ୍ୟରେ କଂଗ୍ରେସ ତା’ର ୩୦ ଓ୍ବାର୍ଡ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ ମଧ୍ୟ ବିଜେଡି ଓ ଭାଜପାରେ ଟିକେଟକୁ ନେଇ ଟଣାଓଟରା ବିଷମ ପରିସ୍ଥିତି ସୃଷ୍ଟି କରିଛି। ଏପରିକି ଏହି ଦୁଇ ଦଳ ଅଧିକାଂଶ ଓ୍ବାର୍ଡ ପାଇଁ ଏଯାଏ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି। ଫଳରେ ଟିକେଟ ପାଇବା ପୂର୍ବରୁ ବହୁ ପ୍ରାର୍ଥୀ ସ୍ବାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି।
ସୂଚନାନୁସାରେ, ଦଳ ପକ୍ଷରୁ ଓ୍ବାର୍ଡ ପାଇଁ କର୍ପୋରେଟର ପ୍ରାର୍ଥୀ ଚୟନ ହୋଇ ସାରିଥିଲେ ବି କନ୍ଦଳ ଓ ଅସନ୍ତୋଷ ଲାଗି ରହିଥିବାରୁ ବିଧିମତେ ଘୋଷଣା ହୋଇପାରୁ ନାହିଁ। ବିଜେଡି ପକ୍ଷରୁ କେତେଜଣଙ୍କୁ ଟିକେଟ ମିଳିବା ନେଇ ଫୋନ୍‌ ଯୋଗେ ନିଶ୍ଚିତ କରାଯାଇଛି। ସେମାନେ ନାମାଙ୍କନପତ୍ର ଦାଖଲ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ବାକି କେତେକ ଓ୍ବାର୍ଡ ପାଇଁ ପ୍ରାର୍ଥୀ ଚୟନ ରବିବାର ହେବ ବୋଲି ଜଣାପଡିଛି। ସେହିଭଳି ଭାଜପାରେ ମଧ୍ୟ କେତେଜଣଙ୍କ ପ୍ରାର୍ଥତ୍ତ୍ୱ ସଂକ୍ରାନ୍ତରେ ସ୍ପଷ୍ଟ କରାଯାଇଛି। ଫଳରେ ଟିକେଟ ମିଳୁ ନ ଥିବା ଜାଣିବା ପରେ ବହୁ ଅସନ୍ତୁଷ୍ଟ ଆଶାୟୀ ପ୍ରାର୍ଥୀ ଦଳ ଛାଡ଼ିବାକୁ ଚିନ୍ତା କରୁଥିବାବେଳେ ଆଉ କେତେଜଣ ସ୍ବାଧୀନ ଭାବେ ଲଢ଼ିବାକୁ ସଜବାଜ ହେଲେଣି। ୬୩ନଂ ଓ୍ବାର୍ଡରେ ଏପରି କିଛି ସ୍ଥିତି ଦେଖିବାକୁ ମିଳିଛି। ଟିକେଟ ନ ମିଳିବାରୁ ଭାଜପାର ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି ଶେଷରେ ଶୁକ୍ରବାର ଦଳରୁ ଇସ୍ତଫା ଦେଇଛନ୍ତି। ଦୀର୍ଘଦିନଧରି ସେ ଦଳର ଜଣେ ସକ୍ରିୟ କର୍ମୀ ଭାବେ ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇ ରହିଛନ୍ତି। ମାତ୍ର ଦଳ ତାଙ୍କ ପ୍ରତି ଅଣଦେଖା କରିଥିବା ଅଭିଯୋଗ କରି ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏଥିସହ ସ୍ଥାନୀୟ ବାସିନ୍ଦାଙ୍କ ସମର୍ଥନରେ ସେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତିଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବାକୁ ସ୍ଥିର କରିଛନ୍ତି। ଚଳିତ ବର୍ଷ ଉକ୍ତ ଓ୍ବାର୍ଡ ଏଥର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଶନିବାର ସ୍ତ୍ରୀଙ୍କ କର୍ପୋରେଟର ପ୍ରାର୍ଥତ୍ତ୍ୱ ପାଇଁ ରଘୁନାଥ ଫର୍ମ କିଣି ନେଇଛନ୍ତି। ସୋମବାର ନିଜ ସମର୍ଥକଙ୍କ ସହିତ ଆସି ଲକ୍ଷ୍ମୀପ୍ରିୟା ପ୍ରାର୍ଥତ୍ପତ୍ର ଦାଖଲ କରିବେ ବୋଲି ସେ ସୂଚନା ଦେଇଛନ୍ତି। ତେବେ କେବଳ ଭାଜପା ନୁହେଁ, ଅନ୍ୟ ଦଳରେ ମଧ୍ୟ ଏପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏକପ୍ରକାର ବିଦ୍ରୋହ ଆରମ୍ଭ ହୋଇଛି। ଭୋଟରେ କିଛି ଏପଟସେପଟ କରିବାର ଆଶଙ୍କା ଥିବାରୁ ଦଳୀୟ ନେତୃବୃନ୍ଦ ଅସନ୍ତୁଷ୍ଟଙ୍କୁ ମଧ୍ୟ କାମ ଓ ବିଭିନ୍ନ ପଦର ଲୋଭ ଦେଖାଉ ବୁଝାଇବାକୁ ଚେଷ୍ଟା ଜାରି ରଖିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri