ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଉତ୍ତେଜନା: ମିଳୁନି ସାର, ଧାଡିରେ ଠିଆ ହୋଇ ୩ ମହିଳା ଚାଷୀ ଅଚେତ

ଭଞ୍ଜନଗର/ଦିଗପହଣ୍ଡି/ପାଟପୁର,୧୭ା୯(ବାବୁଲା ପ୍ରଧାନ/ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ):
ଗଞ୍ଜାମ ଜିଲାରେ ଚାଷୀ ସାର ପାଇଁ ହଟହଟା ହେଉଛନ୍ତି। ଚଳିତବର୍ଷ ଧାନ ଗଛ ଭଲ ହୋଇଛି। ଗଛରେ ପୁଡ଼ା ଧରିଲାଣି। ଏହି ସମୟରେ ଆବଶ୍ୟକ ହେଉଥିବା ୟୁରିଆ ସାର ଚାଷୀ ଦେଇ ପାରୁନାହିଁ। ବୁଧବାର ଭଞ୍ଜନଗର ବ୍ଲକର ବିଭିନ୍ନ ସୋସାଇଟିରେ ବିକ୍ରି କରିବା ପାଇଁ ସରକାର ଗୋଟିଏ ଲେଖାଏ ଟ୍ରକ ସାର ଯୋଗାଇ ଦେଇଥିଲେ। ଅନେକ ସ୍ଥାନରେ ବିଶୃଙ୍ଖଳା ଦେଖା ଦେବାରୁ ଚାଷୀ ସାର ପାଇ ପାରିନାହାନ୍ତି। ଢୋଲପିଟା ସୋସାଇଟିରେ ଗଣ୍ଡଗୋଳ ଯୋଗୁଁ ସାର ବିକ୍ରି ବନ୍ଦ ହୋଇଯାଇଥିଲା। ଯାହାକୁ ନେଇ ଉତ୍ତେଜନା ବଢିଥିଲା। ଗାଲେରି ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ୨ ଦିନ ପରେ ଉକ୍ତ ସୋସାଇଟିର ଚାଷୀଙ୍କୁ ସାର ବିକ୍ରି କରାଯିବ। ସେହିଭଳି ବଡକୋଦଣ୍ଡା ସମେତ ଅନ୍ୟାନ୍ୟ ସୋସାଇଟିରେ ମଧ୍ୟ ବିଶୃଙ୍ଖଳା ଦେଖା ଦେଇଥିଲା। ମୁଜାଗଡ ସୋସାଇଟିରେ ଅନେକ ଚାଷୀ ଆଗୁଆ ଆସି ମଧ୍ୟ ସାର ପାଇନପାରି ନିରାଶରେ ଫେରିଥିବା ଅଭିଯୋଗ ହୋଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସେହିପରି ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି। ବୁଧବାର ଭୋରରୁ ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସାର ପାଇଁ ଖଲିଙ୍ଗି ଏବଂ ଏରେନଡ୍ରା ଗ୍ରାମର ଚାଷୀଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ ଟାରେ ପ୍ରବଳ ତାତି ଯୋଗୁଁ ସାର ପାଇଁ ଧାଡ଼ିରେ ଠିଆ ହୋଇଥିବା ୩ ମହିଳା ଚାଷୀ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ସେମାନେ ହେଲେ ଖଲିଙ୍ଗି ଗ୍ରାମର ସୁମତି ପ୍ରଧାନ, ରଙ୍ଗବତୀ ବରାଡ଼, ସଞ୍ଜୁ ନାହାକ। ଉପସ୍ଥିତ ଲୋକେ ସେମାନଙ୍କୁ ପାଣି ପିଇବାକୁ ଦେଇ ସୁସ୍ଥ ହେବାରୁ ଘରେ ଛାଡିଥିଲେ। ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମବାୟ ସମିତି ଏବଂ ଘରୋଇ ଡିଲର ମାନଙ୍କୁ ୟୁରିଆ, ଗ୍ରୋମର ଓ ପଟାସ ସାର ଯୋଗାଇ ଦିଆନଯିବା କାରଣରୁ ଚାଷୀ ହନ୍ତସନ୍ତ ହେଉଛନ୍ତି। ଅଧିକା ଜମି ଥିବା ଚାଷୀଙ୍କୁ ଗୋଟିଏ ସାର ବସ୍ତା ଏବଂ କମ୍‌ ଜମି ଥିଲେ ମଧ୍ୟ ଗୋଟିଏ ସାର ବସ୍ତା ଦିଆଯାଉଛି। ଏଭଳି ତୃଟିପୂର୍ଣ୍ଣ ସାର ବଣ୍ଟନ ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ ଯବାନଙ୍କୁ କାମୁଡ଼ିଲା ସାପ

ବାରିପଦା, ୨୭।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଓଡ୍ରାଫ ଯବାନଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି। ବେତନଟୀ ବ୍ଲକ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଚେତାବନୀ: ବଙ୍ଗୋପସାଗରରେ ନୂଆ ଲଘୁଚାପ ବଳୟ! ଏସବୁ ଜିଲାରେ…

ଭୁବନେଶ୍ୱର, ୨୭ା୯: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ମିଆଁମାର ଉପକୂଳ ଉପରେ ଆଜି ଏକ ଲଘୁଚାପ…

ସୋସୋରେ ଫୁଟିଲା ଗୁଳି, ବ୍ୟବସାୟୀଙ୍କଠାରୁ ଲୁଟ୍‌

ହାଟଡିହୀ, ୨୭।୯ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ଗୁଳି ଫୁଟାଇ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ଗତ ଶନିବାର…

ପର୍ଯ୍ୟଟନର ବାର୍ତ୍ତା ନେଇ ଦୌଡ଼ିଲେ ଶତାଧିକ ଛାତ୍ରୀଛାତ୍ର

କୋରାପୁଟ,୨୭ା୯(ଅମିତାଭ ବେହେରା): ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶନିବାର ପର୍ଯ୍ୟଟନ ସଚେତନତାର ବାର୍ତ୍ତା ଦିଆଯାଇଛି। ପର୍ଯ୍ୟଟନସ୍ଥଳୀ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା…

ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ କରି ସହକାରୀ ଯନ୍ତ୍ରୀ…

ମାଲକାନଗିରି,୨୭ା୯(ଦୁର୍ଯ୍ୟୋଧନ ପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ମାଲକାନଗିରି ଜିଲା ମାଥିଲି…

ଭାଗବତର ମହକରେ ଅତିବଡ଼ି: ଝଙ୍କୃତ ହେଲା କବିତା

ଦାରିଙ୍ଗବାଡ଼ି, ୨୭/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡ. ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ଅପରାହ୍ନରେ ଅତିବଡ଼ି ଜଗନ୍ନାଥ ଦାସଙ୍କ…

ପାଇପ ବିଛାଇବା ପାଇଁ ଗାଁ ଗାଁରେ ଖୋଳା ଚାଲିଛି କଂକ୍ରିଟ ରାସ୍ତା: ପାଇପ ବିଛାଇବା ପରେ ମରାମତି ନାହିଁ

ଅମରପାଲି, ୨୭।୯ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା କାମ ଚାଲିଛି। ଏଥିପାଇଁ ଏକ…

ସମୁଦ୍ର ଗର୍ଭରେ ଲୀନ ହେବ ଆଉ ୨ ମନ୍ଦିର

ଛତ୍ରପୁର,୨୭ା୯ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଗଭୀର ଅବପାତ ପ୍ରଭାବରେ ଉଚ୍ଚ ଜୁଆର କୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?