ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା ସହ ଛାତ୍ରମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି। କଲେଜ କ୍ୟାମ୍ପସରେ ଅଣଛାତ୍ର ପ୍ରବେଶ କରୁଥିବା ନେଇ ଏବିଭିପି ଓ ବିଜୁ ଛାତ୍ର ଜନତା ଦଳ ଭିତରେ ଧସ୍ତାଧସ୍ତି ହୋଇଥିଲା। ପୁଇଁତଳା ପୋଲିସ ଉପସ୍ଥିତିରେ ମଧ୍ୟ ଉଭୟ ଦଳର ସମର୍ଥିତ ଛାତ୍ର ଓ ନେତାମାନେ ତୁତୁ ମେ ମେ ହୋଇଥିଲେ। ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।
ସେହିପରି ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଅଣ ଛାତ୍ର ପ୍ରବେଶକୁ ନେଇ ଅଭିଯୋଗ ପରେ ଲକ୍ଷ୍ମୀଜୋର ଥାନା ପୋଲିସ ପହଞ୍ଚି ଛାତ୍ରମାନଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା। ରାଜ୍ୟ ସରକାର ନିର୍ବାଚନ ଘୋଷଣା କରିବା ପରେ ଜିଲାରେ ଥିବା ବିଭିନ୍ନ କଲେଜ କ୍ୟାମ୍ପସରେ ନିର୍ବାଚନ ସରଗରମ ହୋଇଉଠିଛି। କଲେଜ ନିର୍ବାଚନ ଆଗରୁ ବଲାଙ୍ଗୀରରେ ଜୋରଦାର ପଲିଟିକାଲ ଲଢେଇ ହେଉଥିବା ଏବେଠୁ ଦେଖିବାକୁ ମିଳିଲାଣି।