ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ବେଳେ ଉତ୍ତେଜନା

ସଇଁତଳା, ୨୦ା୧୨ (ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ଜେଏମ୍‌ଏଫସି କୋର୍ଟରେ ସୋମବାର ଜଣେ ଅଭିଯୁକ୍ତଙ୍କୁ ପୋଲିସ ହାଜର କରିବା ସମୟରେ ତୁମଳକାଣ୍ଡ ଘଟିଛି। ଜିଲା ଯୁବ କନ୍ଧ ସମାଜର କେତେଜଣ କର୍ମକର୍ତ୍ତା ସ୍ଥାନୀୟ କୋର୍ଟ ସମ୍ମୁଖରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନାରାବାଜି କରିଥିଲେ। ଏଥିଯୋଗୁ ଉପସ୍ଥିତ ବିଚାରପତି, ଓକିଲ ଓ କୋର୍ଟ କର୍ମଚାରୀ ଦୀର୍ଘ ସମୟ ଧରି କୋର୍ଟ ଭିତରେ କବାଟ ବନ୍ଦ କରି ରହିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଏସ୍‌ପି ନୀତିନ କୁଶଲକର ଟିଟିଲାଗଡ଼ ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାର, ସଇଁତଳା ଥାନାଧିକାରୀ ଅବନୀ କୁମାର ସାହୁ, ଟିିଟିଲାଗଡ଼ ଥାନାଧିକାରୀ ରଞ୍ଜନ ବରିହାଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିଥିଲେ। ବିଶୃଙ୍ଖଳିତ ଆଚରଣ ପାଇଁ ପୋଲିସ ଧନେଶ୍ୱର ମାଝି, ଲାଲୁ ମାଝିଙ୍କ ସମେତ ୧୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଟିଟିଲାଗଡ଼ ଜେଲକୁ ପଠାଇ ଦିଆଯାଇଛି। ଏସପି କୁଶଲକରଙ୍କୁ ଏନେଇ ପଚାରିବାରୁ ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ମାମଲା ରହିଛି ବୋଲି କହିଛନ୍ତି। ଓକିଲ ସଂଘ ସଭାପତି ହିଜକ୍ଷ ତାଣ୍ଡି, ବରିଷ୍ଠ ଆଇନଜୀବୀ ରାଧେଶ୍ୟାମ ସାହୁ, ଦେବରାଜ ପଣ୍ଡା, ସୁବୋଧ ମିଶ୍ର, ଜପେଶ୍ୱର ଜାନୀ, ସତ୍ୟନାରାୟଣ ସାହୁ, ପ୍ରଶାନ୍ତ ପୁଟେଲ, ଫିରୋଜ ବଗର୍ତ୍ତି ପ୍ରମୁଖ କୋର୍ଟ ପରିସରରେ ଏଭଳି ଘଟଣାର ତୀବ୍ର ନିନ୍ଦା କରିଛନ୍ତି।
ପୋଲିସ ସୂଚନା ଅନୁସାରେ ସଇଁତଳା ବ୍ଲକ ଡୁଙ୍ଗୁରିପାଲି ପଞ୍ଚାୟତ ଅଞ୍ଚଳରେ ଆଦିତ୍ୟ ବିର୍ଲା କମ୍ପାନୀ ତରଫରୁ ନିର୍ମାଣାଧୀନ ସୌର ପ୍ରକଳ୍ପକୁ ଦୀର୍ଘଦିନରୁ ଜିଲା ଯୁବ ଆଦିବାସୀ କର୍ମକର୍ତ୍ତାମାନେ ବିରୋଧ କରି ଆସୁଛନ୍ତି। ରବିବାର ଅପରାହ୍ନରେ ସଂଘ ତରଫରୁ ପ୍ରଦର୍ଶନ ଜାରି ରହିଥିବାବେଳେ ଖୁସୀରାମ ଜାନୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଉପସ୍ଥିତ ପୋଲିସ ଅଧିକାରୀଙ୍କ ପ୍ରତି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ଗିରଫ ହୋଇଥିଲେ। ସୋମବାର ପୂର୍ବାହ୍ନରେ ଜାନୀଙ୍କୁ ସଇଁତଳା ସିଭିଲ କୋର୍ଟ ପରିସରରେ ଥିବା ଜେଏମ୍‌ଏଫସି ଅଦାଲତରେ ହାଜର କରାଯାଇଥିଲା। ଏହି ସମୟରେ ସଂଘର ଧନେଶ୍ୱର ମାଝି, ଲାଲୁ ମାଝିଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଅସ୍ତ୍ରଶସ୍ତ୍ର ଧରି କୋର୍ଟ ପରିସରକୁ ପଶି ଯାଇଥିଲେ। ଓକିଲ, ମହକିଲ, ଖବରଦାତା ତଥା କୋର୍ଟ କର୍ମଚାରୀମାନଙ୍କୁ ସେମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ସେହି ସମୟରେ କୋର୍ଟରୁମ୍‌ରେ ବିଚାରପତି ସାକ୍ଷ୍ୟ ଗ୍ରହଣ କରୁଥିଲେ। ପାଟିତୁଣ୍ଡ ଶୁଣି ଉପସ୍ଥିତ ଓକିଲମାନଙ୍କ ସହିତ କଥା ହୋଇ ଜେଏମଏଫସିି ଜିଲାଜଜ ଏବଂ ଏସ୍‌ପିଙ୍କୁ ଫୋନ ଯୋଗେ ଘଟଣା ବିଷୟରେ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri