ଅଫିସ୍‌ରେ ଭଡ଼ାଟିଆ ଠିକାସଂସ୍ଥା

ପରଜଙ୍ଗ, ୧୫।୭(ଡି.ଏନ.ଏ.)

ଢେଙ୍କାନାଳ ଜିଲା ପରଜଙ୍ଗସ୍ଥିତ ଜଳ ଓ ପରିମଳ ବିଭାଗ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌)-୧ ଯନ୍ତ୍ରୀଙ୍କ ସରକାରୀ କାର୍ଯ୍ୟାଳୟ ଓ ବାସଭବନ ୮ବର୍ଷ ହେଲା ଭଡ଼ାରେ ଲାଗିଛି। ଜଣେ ଠିକାସଂସ୍ଥାଙ୍କୁ ମାସିକ ୧୨ ହଜାର ଟଙ୍କାରେ ଉକ୍ତ ଅଫିସ୍‌ ଭଡ଼ାସୂତ୍ରରେ ଦିଆଯାଇଛି। ଦୁଇ ଯନ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ସୃଷ୍ଟି ହେବା ଏବଂ ଠିକାସଂସ୍ଥାର ଜଣେ କର୍ମଚାରୀ ଏହି ତଥ୍ୟ ପ୍ରଘଟ କରିବା ପରେ ଘଟଣା ଚର୍ଚ୍ଚାକୁ ଆସିଛି।
ଅଞ୍ଚଳବାସୀଙ୍କ କହିବା କଥା, ତାଳଚେର ଅଞ୍ଚଳର ସମ୍ପୃକ୍ତ ଠିକାଦାର ଜିଲାର ବିଭିନ୍ନ ଅଞ୍ଚଳରେ ଟେଣ୍ଡର ପକାଇ ଓଭର ହେଡ୍‌ ପାଣି ଟାଙ୍କି, ପାଇପ୍‌ ବିଛାଇବା ଆଦି କାର୍ଯ୍ୟ କରୁଛନ୍ତି। ଏବେ କାର୍ଯ୍ୟାଳୟରେ ଠିକାସଂସ୍ଥାର ବିଭିନ୍ନ ଉପକରଣ ରଖାଯାଉଛି। ଏହା ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ସରକାରୀ କୋଠାରେ ରହୁଛନ୍ତି। ଅଧିକାଂଶ ସମୟ କାର୍ଯ୍ୟାଳୟ ଫାଟକରେ ତାଲା ଝୁଲୁଛି। ଅଞ୍ଚଳର କେହି ଅଭିଯୋଗ ଧରି ଗଲେ କର୍ମଚାରୀମାନେ ଇଚ୍ଛା ମୁତାବକ ଗେଟ୍‌ ଖୋଲୁଛନ୍ତି। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସରକାରୀ କାର୍ଯ୍ୟାଳୟକୁ ଅକ୍ତିଆରରେ ରଖିଥିବା ଠିକାସଂସ୍ଥାକୁ ତୁରନ୍ତ ବାହାର କରିବାକୁ ସେମାନେ ଦାବି କରିଛନ୍ତି। ଏ ନେଇ ସେମାନେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଅଭିଯୋଗ ସମ୍ପର୍କରେ ଯନ୍ତ୍ରୀ ତ୍ରିଲୋଚନ ପ୍ରଧାନ କୁହନ୍ତି, କାର୍ଯ୍ୟାଳୟରେ ପିଅନ କିମ୍ବା ରାତ୍ର ଜଗୁଆଳି ନ ଥିବାରୁ ଠିକାସଂସ୍ଥାକୁ କାର୍ଯ୍ୟାଳୟ ଜଗାରଖା କରିବାକୁ ଦିଆଯାଇଛି। ତାଙ୍କ ପୂର୍ବରୁ ଥିବା ଯନ୍ତ୍ରୀ ହେମନ୍ତ କୁମାର ନାୟକ ଏହି ସରକାରୀ କାର୍ଯ୍ୟାଳୟ ଭଡ଼ାରେ ଲଗାଇଥିଲେ। ତାଙ୍କ ସମୟରେ ଲକ୍ଷାଧିକ ଟଙ୍କାର ସରକାରୀ ସ୍କ୍ରାପ୍‌ ପରମହଂସପୁରଠାରେ ଥିବା କବାଡିଆ ଦୋକାନରେ ବିକ୍ରି କରାଯାଇଛି। ଏହି ଟଙ୍କାକୁ ପୂର୍ବତନ ଯନ୍ତ୍ରୀ ଏବଂ ଠିକାସଂସ୍ଥା କର୍ମଚାରୀ ଭାଗବାଣ୍ଟି ନେଇଛନ୍ତି। ଏହି ଘଟଣାକୁ ନେଇ ପୂର୍ବତନ ଯନ୍ତ୍ରୀ ଏବଂ ଠିକାସଂସ୍ଥା କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ବୋଲି ଯନ୍ତ୍ରୀ ପ୍ରଧାନ କହିଛନ୍ତି। ତେବେ କାର୍ଯ୍ୟାଳୟରେ ରାତ୍ର ଜଗୁଆଳି ନୀଳମଣି ପାଣି ଏବଂ ପିଅନ ବିଶ୍ୱଜିତ ନାୟକ ନିୟୋଜିତ ଅଛନ୍ତି। ହେଲେ ଅଫିସରେ ନାଇଟ୍‌ ଓ୍ବାଚର ଏବଂ ପିଅନ ନ ଥିବାରୁ ସରକାରୀ କାର୍ଯ୍ୟାଳୟ ଠିକାସଂସ୍ଥାକୁ ଜଗାରଖା କରିବାକୁ ଦିଆଯାଇଥିବା ଯନ୍ତ୍ରୀ ପ୍ରଧାନ କହିବା ଘଟଣାକୁ ରହସ୍ୟାବୃତ୍ତ କରିଛି। ଏ ନେଇ ପୂର୍ବତନ ଯନ୍ତ୍ରୀ ହେମନ୍ତ କୁମାର ନାୟକ କୁହନ୍ତି, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅମୂଳକ। ସେ ଓଲଟି ବର୍ତ୍ତମାନର ଯନ୍ତ୍ରୀ ତ୍ରିଲୋଚନ ପ୍ରଧାନଙ୍କ ଉପରେ ଦୋଷ ଲଦିଛନ୍ତି। ସେ କହିଛନ୍ତି ଯନ୍ତ୍ରୀ ପ୍ରଧାନ ଉକ୍ତ ଠିକାସଂସ୍ଥା ସହାୟତାରେ ବିଭିନ୍ନ ସରକାରୀ ଯନ୍ତ୍ରପାତି ବିକ୍ରି କରୁଛନ୍ତି। ସରକାରୀ କୋଠା ଭଡ଼ାରେ ଲାଗିବା ସମ୍ପର୍କରେ ବିଡିଓ ବସନ୍ତ କୁମାର ମଲ୍ଲିକଙ୍କ ମତାମତ ଲୋଡ଼ାଯିବାରୁ ସେ କହିଛନ୍ତି, ଅଭିଯୋଗ ହୋଇଛି। ଘଟଣା କ’ଣ ହୋଇଛି ସେ ନେଇ ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri