Posted inଭଦ୍ରକ

ଆରଡ଼ିରେ ପୋଲିସ ଛାଉଣୀ

ଆରଡ଼ି, ୧୧।୩(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ଆଖଣ୍ଡଳମଣି ପୀଠରେ ଚଳିତବର୍ଷ ବିନା ଭକ୍ତରେ ମହାଶିବରାତ୍ରି ପାଳନ କରାଯିବ। ବୁଧବାର ସକାଳ ୭ଟାରୁ ଶୁକ୍ରବାର ସକାଳ ୭ଟା ପର୍ଯ୍ୟନ୍ତ ପୀଠରେ ୧୪୪ ଧାରା ବଳବତ୍ତର ରହିବ ବୋଲି ଆରଡ଼ି ଫାଣ୍ଡି ପୋଲିସ ପକ୍ଷରୁ ମଙ୍ଗଳବାର ପୀଠ ଓ ଏହା ଆଖପାଖ ଅଞ୍ଚଳରେ ଡାକବାଜି ଯନ୍ତ୍ରରେ ଘୋଷଣା କରାଯାଇଥିଲା। କୋଭିଡ୍‌ ନିୟମକୁ ଦୃଷ୍ଟିରେ ରଖି ମହାଶିବରାତ୍ରି ପୂର୍ବରୁ ବୁଧବାର ଆରଡ଼ିରେ ପୋଲିସ ଛାଉଣୀ କରାଯାଇଛି। ପ୍ରଶାସନ ନିଷ୍ପତ୍ତି ଅନୁସାରେ ପୀଠରେ ପୋଲିସ ମୁତୟନ ହୋଇଛନ୍ତି। ବାବା ଆଖଣ୍ଡଳମଣିଙ୍କୁ ସାଧାରଣ ଦର୍ଶନରେ ରୋକ୍‌ ଲଗାଯାଇଛି। କଟକଣା ସମ୍ପର୍କରେ ଜାଣି ନ ଥିବା ଶ୍ରଦ୍ଧାଳୁମାନେ ପୀଠକୁ ଆସି ନିରାଶ ହୋଇଛନ୍ତି।
ପରମ୍ପରା ଅନୁଯାୟୀ ବୁଧବାର ବାବାଙ୍କ ମନ୍ଦିରରେ ଏକବାର ନୀତି ସମାପନ ହୋଇଛି। ମନ୍ଦିର ଗମ୍ଭୀରା ଗୃହରେ ନୂତନ ଚାନ୍ଦୁଆ ଟଙ୍ଗା ଯିବା ସହ ଫୁଲହାରରେ ମନ୍ଦିର ସଜାଯାଇଛି। ଗୁରୁବାର ମହାଶିବରାତ୍ରିରେ ଭୋର ୪ଟାରେ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି କରାଯିବ। ପରେ କନିକା ରାଜାଙ୍କ ଦ୍ୱାରା ପହିଲି ଘର୍ଷଣ ଓ ନିୟମ ଅନୁସାରେ ଅନ୍ୟ ସମସ୍ତ ପୂଜା ଅନୁଷ୍ଠିତ ହେବ। ଅର୍ଦ୍ଧରାତ୍ରରେ ବାବାଙ୍କୁ ସୁନାବେଶରେ ସଜ୍ଜିତ କରାଯିବ, ଅନ୍ତିମ ପ୍ରହରରେ ମହାଦୀପ ଉଠାଯିବ ଓ ଶୁକ୍ରବାର ସକାଳ ୭ଟା ପରଠ


Enter your email to get our daily news in your inbox.

All Right Reserved By Dharitri.Com

୨ କ୍ୟାବିନ୍‌ରୁ ଚୋରି : ନଗଦ ୧୦ ହଜାର ଟଙ୍କା ସହ ବିଭିନ୍ନ ସାମଗ୍ରୀ ଚୋରି

ଆରଡ଼ି,୬।୯(ଡି.ଏନ୍‌.ଏ.) : ଭଦ୍ରକ ଜିଲା ଆରଡ଼ି ଫାଣ୍ଡି ଅନ୍ତର୍ଗତ କୁଳେଇପଦା ଛକରେ ଗୁରୁବାର ରାତିରେ ୨ଟି କ୍ୟାବିନ୍‌ରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ...

ଚାନ୍ଦବାଲି ଏନ୍‌ଏସି ହାତେଇଲା ବିଜେଡି

ଚାନ୍ଦବାଲି,୨୬ା୩(ଡି.ଏନ୍‌.ଏ.): ଚାନ୍ଦବାଲି ଏନ୍‌ଏସିରେ ମୋଟ୍‌ ୧୫ଟି କାଉନସିଲର ପଦବୀରୁ ୧୧ଟି ବିଜେଡି ହାତେଇ ଥିବା ବେଳେ ଭାଜପା ୩ଟି ଓ କଂଗ୍ରେସ ଗୋଟିଏ କାଉନସିଲର ହାତେଇଛି।...

ତାଲା ଭାଙ୍ଗି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡ଼ିଲେ ଚୋର

ବାସୁଦେବପୁର,୨୨ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ବଜାରରେ ଶନିବାର ବିଳମ୍ବିତ ରାତିରେ ଏକ ତେଜରାତି ଦୋକାନରୁ ଚୋରି ହୋଇଛି। ଦୋକାନୀ ପ୍ରେମ ଆନନ୍ଦ...

ଜାପାନୀ ଜ୍ୱରରେ ଛାତ୍ର ଆକ୍ରାନ୍ତ: ମଢ଼ିଆଳିରେ ପହଞ୍ଚିଲେ ଡାକ୍ତରୀ ଟିମ୍‌

ଭଣ୍ଡାରିପୋଖରୀ, ୨୦।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଢିଆଳି ଗ୍ରାମର ଜଣେ ୧୭ ବର୍ଷର କଲେଜ ପଢୁଆ ଛାତ୍ର ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇ...

ଦୁର୍ନୀତି ବିରୋଧରେ ଭାଜପାର ବିକ୍ଷୋଭ

ବନ୍ତ,୯।୧୦(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଭାଜପା ପକ୍ଷରୁ ବିଭିନ୍ନ ଦୁର୍ନୀତି ବିରୋଧରେ ଶୁକ୍ରବାର ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି। ଭାଜପା ନେତା ବଦ୍ରି...

ନଦୀରେ ଭାସିଗଲେ ବୃଦ୍ଧ

ଆରଡି,୧୭।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅଧୀନ ମୁଆଁ ଗ୍ରାମର ଘନଶ୍ୟାମ ଦାସ (୬୨) ବୁଧବାର ବନ୍ୟାରେ ଭାସିଯାଇ ନିଖୋଜ ଅଛନ୍ତି...

ନିଷ୍କାସନ ହେଉନି, ଘରେ ପଶିଲା ବର୍ଷାପାଣି

ବାସୁଦେବପୁର,୯।୮(ଡି.ଏନ.ଏ.):ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଏହି ବର୍ଷା କେତେଜଣ ଲୋକଙ୍କୁ ଅସୁବିଧାରେ ପକାଇଛି। ଖାଲୁଆ ଅଞ୍ଚଳ ତଥା କେତେକ ସ୍ଥାନରେ...

କୋଭିଡ ଯୋଦ୍ଧାଙ୍କ ଅଭିନବ ପ୍ରତିବାଦ: ଭଦ୍ରକରୁ ନବୀନ ନିବାସ…

ଭଦ୍ରକ ଅଫିସ,୨୬।୨: ଚାକିରିରେ ପୁନଃ ନିଯୁକ୍ତି ଦାବି କରି କୋଭିଡ ଯୋଦ୍ଧାଙ୍କ ଅଭିନବ ପ୍ରତିବାଦ। ପ୍ରଥମେ ଦୋକାନ ଦୋକାନ ବୁଲି ଭିକ ମାଗିବା ପରେ ଏବେ...

Advertisement
Archives

Model This Week