ଅସ୍ଥାୟୀ କୋଭିଡ କିଓସ୍କ ଉଦ୍‌ଘାଟିତ

ବଲାଙ୍ଗୀର ଅଫିସ, ୧୮ା୧୧ – ବଲାଙ୍ଗୀର ଭାଗିରଥି ଛକ ନିକଟ ରିଲାଏନ୍ସ ସ୍କାର୍ଟ ସମ୍ମୁଖରେ ଏକ ଅସ୍ଥାୟୀ କୋଭିଡ କିଓସ୍କ ଉଦ୍‌ଘାଟିତ ହୋଇଛି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓଡିଶା ଜୀବିକା ମିଶନ, ମିଶନ ଶକ୍ତି, ଓରମାସ୍‌ ଏବଂ ଜିଲା ପ୍ରଶାସନ ସହାୟତାରେ ଖୋଲାଯାଇଥିବା ଏହି କୋଭିଡ କିଓସ୍କକୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଡ ମହେଶ୍ୱର ସ୍ବାଇଁ ଉଦ୍‌ଘାଟନ କରିଥିଲେ। ଏହି କିଓସ୍କ ଆଶୁତୋଷ ସ୍ବୟଂ ସହାୟକ ଗୋଷ୍ଠୀ ରାଜୀବନଗର ବଲାଙ୍ଗୀର ଦ୍ୱାରା ଡିସେମ୍ବର ୧୬ତାରିଖ ପର୍ଯ୍ୟନ୍ତ ପରିଚାଳିତ ହେବ ା କୋଭିଡ କିଓସ୍କରେ କୋଭିଡ ସମ୍ବନ୍ଧୀୟ ସାମଗ୍ରୀ ଯଥା ମାସ୍କ, ଫେସ୍‌ ସିଲ୍ଡ, ହ୍ୟାଣ୍ଡୱାସ୍‌, ସାନିଟାଇଜର, ଡ୍ୟାଣ୍ଡଗ୍ଳୋଭ, କାଢ଼ା ପ୍ରସ୍ତୁତି କଞ୍ଚାମାଲ ଏବଂ ଅନ୍ୟାନ୍ୟ କୋଭିଡ ସାମଗ୍ରୀ ସୁଲଭ ମୂଲ୍ୟରେ ଜନସାଧାରଣ ପାଇପାରିବେ ା ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୁଗ୍ମ କାର୍ଯ୍ୟନିର୍ବାହୀ ଓରମାସ୍‌ ତଥା ଜିଲା ପ୍ରକଳ୍ପ ସଂଯୋଜକ ଓଡିଶା ଜୀବିକା ମିଶନ୍‌ କମଳେନ୍ଦୁ ପଲ୍‌, ଡିଡିଏମ୍‌ ନାବାର୍ଡ ଲକ୍ଷ୍ମଣ ସାଏ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ମିଶନ୍‌ ଶକ୍ତି ଜିଲା ପ୍ରକଳ୍ପ ସଂଯୋଜିକା ସୁମନ ଦ୍ୱିବେଦୀ ଉପସ୍ଥିତ ଥିଲେ ା