Posted inଖେଳ

ବାପା ଅଟୋ ଡ୍ରାଇଭର, ଆଇପିଏଲ୍‌ ନିଲାମ ପରେ କୋଟିପତି ହେଲେ ପୁଅ; ତଥାପି ଆଖିରେ ଲୁହ

ନୂଆଦିଲ୍ଲୀ,୧୯।୨: ଆଇପିଏଲ୍‌ ନିଲାମର କିଛି ମିନିଟ ମଧ୍ୟରେ କୋଟିପତି ହୋଇଥିଲେ ଚେତନ ସାକାରିୟା। ତାଙ୍କର ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ଥିବା ବେଳେ ରାଜସ୍ଥାନ ରୟାଲ୍ସ ଟିମ୍‌ ତାଙ୍କୁ ୧.୨୦ କୋଟି ଟଙ୍କାରେ କ୍ରୟ କରିଥିଲା। ଭାବନଗର ଜିଲାର ଏକ ସାଧାରଣ ପରିବାରରୁ ଆସିଥିବା ଚେତନଙ୍କ ପାଇଁ ଏହା ବେଶ ଉତ୍ସାହର କ୍ଷଣ ଥିଲା। ହେଲେ ସେ ପ୍ରତିକ୍ରିୟା ଦେଇ ଦୁଃଖି ଥିବା କହିଛନ୍ତି।

ଚେତନ କହିଛନ୍ତି, ଗତ ମାସରେ ସାନ ଭାଇ ରାହୁଲ ଆତ୍ମହତ୍ୟା କରିନେଇଥିଲେ। ସେତେବେଳେ ମୁଁ ଘରେ ନ ଥିଲି। ସୟଦ ମୁସ୍ତାକ ଅଲୀ ଟ୍ରଫିର ମ୍ୟାଚ୍‌ ଖେଳିବାକୁ ଯାଇଥିଲି। ଘରକୁ ଆସିବା ପର୍ଯ୍ୟନ୍ତ ମୋତେ ସେ ବିଷୟରେ କେହି କହି ନ ଥିଲେ। ଏପରିକି ତାଙ୍କ ବିଷୟରେ ପଚାରିଲେ ସେ ବାହାରକୁ ଯାଇଥିବା କହୁଥିଲେ। ପରେ ସତ ଜାଣିବା ପରେ ତାଙ୍କୁ ଧକ୍କା ଲାଗିଛି। ଜୀବନରେ ଏକ ଖାଲିପଣ ସୃଷ୍ଟି ହୋଇଛି। ଆଇପିଏଲ୍‌ରେ ୧.୨ କୋଟି ଟଙ୍କା ମିଳିବ ବୋଲି ଆଶା କରି ନ ଥିଲି। ଏଥିରେ ଜୀବନରେ ପରିବର୍ତ୍ତନ ନିଶ୍ଚୟ ଆସିବ। ହେଲେ ଏହି ଖୁସି ଭାଇଙ୍କ ବିନା ଅସମ୍ପୂର୍ଣ୍ଣ ଲାଗୁଛି। ସେ ଥିଲେ ବହୁତ ଖୁସି ହୋଇଥାନ୍ତେ ସେ କହିଛନ୍ତି।

ତେବେ ଚେତନଙ୍କ ଜୀବନ ସେତେଟା ସହଜ ନ ଥିଲା। ଗୁଜରାଟ ସ୍ଥିତ ଭାବନଗରରୁ ୧୦ କିମି ଦୂରରେ ଥିବା ବର୍ତେଜ ସହରରେ ଅଟୋ ଚଳାଇ ପରିବାର ଚଳାଉଥିଲେ ଚେତନଙ୍କ ବାପା। ୫ ବର୍ଷ ପୂର୍ବେ ତାଙ୍କ ଘରେ ଗୋଟିଏ ଟିଭି ନ ଥିଲା। ସେ ମ୍ୟାଚ୍‌ ଦେଖିବାକୁ ବନ୍ଧୁଙ୍କ ଘରକୁ ଯାଉଥିଲେ ନଚେତ ଟିଭି ଶୋ’ରୁମ୍‌ ବାହାରେ ଛିଡ଼ା ହେଉଥିଲେ।

ଅଷ୍ଟ୍ରେଲିୟ କିମ୍ବଦନ୍ତୀ ଗ୍ଲେନ ମ୍ୟାକ୍‌ଗ୍ରାଙ୍କ ଅଧିନରେ ସେ ଏମ୍‌ଆର୍‌ଏଫ୍‌ ପେସ୍‌ ଏକାଡେମୀରେ ଟ୍ରେନିଂ ନେଇଛନ୍ତି। ଏହାଛଡ଼ା ୟୁଏଇରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୦ରେ ସେ ନେଟ୍‌ ବୋଲର୍‌ ଭାବେ ଆର୍‌ସିବି ସହ ଜଡ଼ିତ ହୋଇଥିଲେ। ଏଣୁ ନିଲାମରେ ଆର୍‌ସିବି ତାଙ୍କୁ କିଣିବାକୁ ଇଚ୍ଛା ରଖିଥିଲା। ହେଲେ ରାଜସ୍ଥାନ ରୟାଲ୍ସ ତାଙ୍କୁ କିଣିବାରେ ସଫଳ ହୋଇଛି।

ଆଇପିଏଲ ଲାଗି ଚୟନ ହେବା ପରେ ସାକାରିୟାଙ୍କ ଘରେ ଅତିଥିଙ୍କ ଭିଡ ଲାଗି ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ଫୋନ୍‌ କଲ୍‌ ତାଙ୍କୁ ଆସୁଛି। ଏକଦା ପୁଅ ସରକାରୀ ଚାକିରି କରୁ ବୋଲି ଚାହୁଁଥିବା ବାପା ମଧ୍ୟ ଖୁସି ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri