ଶ୍ରୀମନ୍ଦିର ଓ ଶାଳୀନ ପୋଷାକ

ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଓଡ଼ିଆ ଜାତିର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର। ଏହାର ସୁରକ୍ଷା ପାଇଁ ଅତୀତରେ ଓଡ଼ିଆ ରାଜା ଓ ପ୍ରଜାଗଣ ଆଗକୁ ଆସି ବାହ୍ୟ ଶତ୍ରୁମାନଙ୍କ ଆକ୍ରମଣକୁ ପ୍ରତିହତ କରିଛନ୍ତି। ପରେ ଓଡ଼ିଶାର ନିର୍ବାଚିତ ଗଣତାନ୍ତ୍ରିକ ସରକାରଗୁଡ଼ିକ ବିଶେଷକରି ଏବକାର ଶାସନ ଶ୍ରୀମନ୍ଦିର ସୁରକ୍ଷା ତଥା ଏହାର ସୌନ୍ଦର୍ଯ୍ୟକରଣ ଲାଗି ଅହରହ ଚେଷ୍ଟିତ। ସେଥିପାଇଁ ଶ୍ରୀମନ୍ଦିର ଏବେ ସୁରକ୍ଷିତ ଓ ଏହାର କଳା ଭାସ୍କର୍ଯ୍ୟ ଅକ୍ଷତ। ନୀଳାଚଳ ଧାମ ସାରା ଜଗତରେ ଦିବ୍ୟ ଚେତନାର ବାହକ। ଶ୍ରୀମନ୍ଦିରରେ ବିରାଜିତ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ,ସୁଭଦ୍ରା ଓ ସୁଦର୍ଶନଙ୍କ ମହିମା ମଧ୍ୟ ବିଶ୍ୱବିଦିତ। ମନ୍ଦିରରେ ସବୁ ନୀତିକାନ୍ତି ବି ସ୍ବତନ୍ତ୍ର। ଏତେସବୁ ଦିବ୍ୟ ଗରିମା ବହନ କରୁଥିବା ମନ୍ଦିରରେ ଏବେ ଧାଡ଼ି ଦର୍ଶନ ଖୁବ୍‌ ବ୍ୟବସ୍ଥିତ, ଶୃଙ୍ଖଳିତ। ତେବେ ପରିବର୍ତ୍ତିତ ସମୟକୁ ଲକ୍ଷ୍ୟ କରି ଶ୍ରୀମନ୍ଦିର ପ୍ରଶାସନ ଆଉ ପାଦେ ଆଗକୁ ଯାଇ ଦର୍ଶନ ବ୍ୟବସ୍ଥାରେ ଯୋଡ଼ିଛନ୍ତି ଡ୍ରେସ୍‌ କୋଡ୍‌। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ନିୟମ ଅନୁଯାୟୀ ଶାଳୀନ ପୋଷାକ ନ ପିନ୍ଧିଲେ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ ନାହିଁ। ଅକ୍ଟୋବର ୯ରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ନୀତି ସବ୍‌କମିଟି ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଭକ୍ତମାନଙ୍କୁ ସମୟକ୍ରମେ ସଚେତନ କରାଯାଇ ଏହି ନିୟମ ୧ ଜାନୁୟାରୀ ୨୦୨୪ରେ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି। ନିୟମ ମୁତାବକ ୧୨ ବର୍ଷରୁ କମ୍‌ ପିଲାଙ୍କ ପାଇଁ ଏହା ଲାଗୁ ହେବ ନାହିଁ। ୧୨ ବର୍ଷରୁ ଊର୍ଦ୍ଧ୍ୱ ଭକ୍ତମାନେ ଶାଳୀନ ପୋଷାକ ପିନ୍ଧିଲେ ମନ୍ଦିରରେ ପ୍ରବେଶ କରିବେ।
ଶ୍ରୀମନ୍ଦିରରେ ଦିଅଁଙ୍କ ପାଇଁ ଖଞ୍ଜାଯାଇଛି ୧୨ ମାସରେ ତେର ପର୍ବ। ଶାନ୍ତିଶୃଙ୍ଖଳା ଓ ପବିତ୍ରତା ହେଉଛି ଏସବୁର ମୂଳମନ୍ତ୍ର। ଦର୍ଶନଠାରୁ ପୂଜା ବ୍ୟବସ୍ଥାରେ ମନ୍ଦିର ପ୍ରଶାସନର ରହିଛି ନିଷ୍ଠାପର ଉଦ୍ୟମ। ତେବେ ଏବକାର ଡ୍ରେସ୍‌ କୋଡ୍‌ ମନ୍ଦିର ଇତିହାସରେଏକ ନୂତନ ଓ ସଂସ୍କାରଧର୍ମୀ ଅଭିିଯାନ। ଅତୀତରୁ ଏଯାବତ୍‌ ମନ୍ଦିରର ସବୁ କାର୍ଯ୍ୟକଳାପକୁ ଏ ଜାତି ସର୍ବଦା ଗ୍ରହଣ କରିଛି ଓ ସମ୍ମାନ ଦେଇ ପାଳନ ମଧ୍ୟ କରିଆସୁଛି। ତେବେ ଡ୍ରେସ୍‌ କୋଡ୍‌କୁ ମାନିବାକୁ ଆଗଭର ବା ନ ହେବ କାହିଁକି? ବେଶପୋଷାକ ଓ ଖାଦ୍ୟର ମନ ଉପରେ ଗଭୀର ପ୍ରଭାବ ଅଛି। ଏସବୁ ବ୍ୟକ୍ତିର ଅନ୍ତର୍ନିହିତ ଚେତନାକୁ ପ୍ରଭାବିତ କରେ। ଏଗୁଡ଼ିକ ସାତ୍ତ୍ୱିକ ହେଲେ ତାହାର ପ୍ରଭାବ ସକାରାତ୍ମକ ହୋଇଥାଏ। ଏଣୁ ଶ୍ରୀମନ୍ଦିରକୁ ଶାଳୀନ ପୋଷାକ ପିନ୍ଧି ଗଲେ ତାହାର ପ୍ରଭାବ ସକାରାମତ୍କ ହେବା ସ୍ବଭାବିକ।
ଦିଅଁଙ୍କର ସ୍ବତନ୍ତ୍ର ନୀତିକାନ୍ତିରେ ସେମାନଙ୍କ ବେଶ ଓ ପୋଷାକର ଦିବ୍ୟ ପ୍ରଭାବ ଅଛି। ସେମାନଙ୍କ ଛପନଭୋଗ, ମହାପ୍ରସାଦ ସାତ୍ତ୍ୱିକ ଗୁଣ ଭରିଦିଏ। ତାଙ୍କ ଖାଦ୍ୟ ଓ ପୋଷାକ ପ୍ରତ୍ୟେକ ଭକ୍ତଙ୍କ ଚେତନାକୁ ସ୍ପନ୍ଦିତ କରୁଥିବାବେଳେ ଆମେ ଶାଳୀନ ପୋଷାକ ପିନ୍ଧି ଦର୍ଶନ କଲେ ମନରେ ଆହୁରି ଅଧିକ ଆଧ୍ୟାତ୍ମିକତା ଭରିଯିବ ନିଶ୍ଚୟ।
ଧର୍ମନିରପେକ୍ଷ ଭାରତ ବର୍ଷରେ ବିଭିନ୍ନ ଧର୍ମର ବିଶେଷ ଧର୍ମୀୟ ଭାବନା ରହିଛି। ସଭିଙ୍କ ଧର୍ମୀୟ ନୀତି ନିୟମ ସ୍ବତନ୍ତ୍ର। ମୁସଲମାନ ସମ୍ପ୍ରଦାୟରେ ମସ୍‌ଜିଦରେ କିମ୍ବା ଖ୍ରୀଷ୍ଟଧର୍ମର ଚର୍ଚ୍ଚରେ ପୋଷାକର ସଂଯମତା ଦେଖିବାକୁ ମିଳେ। ଶିଖ୍‌ ଧର୍ମର ଗୁରୁଦ୍ୱାରରେ ନୀତି ଆଧାରିତ ପୋଷାକର ସ୍ବଚ୍ଛତା ଓ ପବିତ୍ରତା ନିଆରା। ସେହିଭଳି କଶ୍ମୀରରୁ କନ୍ୟାକୁମାରୀ ଯାଏ ବିଭିନ୍ନ ରାଜ୍ୟରେ ଥିବା ହିନ୍ଦୁ ମନ୍ଦିରଗୁଡ଼ିକରେ ଡ୍ରେସ୍‌ କୋଡ୍‌ ଲାଗୁ ହୋଇସାରିଛି। ଜମ୍ମୁ-କଶ୍ମୀରର ବାଓ୍ବେ ଓ୍ବାଲି ମାତା ମନ୍ଦିର, ମହାରାଷ୍ଟ୍ର ନାଗପୁରସ୍ଥିତ ଦୁର୍ଗାମାତା ମନ୍ଦିର, ଅମ୍ବିକା ଦେବୀ ମନ୍ଦିର, ବିଠଲ ରୁକ୍ମିଣୀ ମନ୍ଦିର ସମେତ ୧୬ଟି ମନ୍ଦିରରେ ଡ୍ରେସ୍‌ କୋଡ୍‌ ଲାଗୁ କରାଯାଇଛି। ଏହା ବ୍ୟତୀତ ଉତ୍ତରାଖଣ୍ଡର ଦକ୍ଷିଣେଶ୍ୱର ମହାଦେବ ମନ୍ଦିର (ହରିଦ୍ୱାର) ଓ ନୀଳକଣ୍ଠ ମହାଦେବ ମନ୍ଦିର (ଋଷିକେଶ); ରାଜସ୍ଥାନର ଝାରଖଣ୍ଡ ମହାଦେବ ମନ୍ଦିର (ଜୟପୁର) ଏବଂ ଗୁଜରାଟର ଦ୍ୱାରିକାଧୀଶ ମନ୍ଦିର, ତାମିଲନାଡ଼ୁର କପିଳେଶ୍ୱର ଓ ପାର୍ଥସାରଥି ମନ୍ଦିର ସମେତ ଆହୁରି ଅନେକ ପୂଜାପୀଠରେ ଶାଳୀନ ପୋଷାକ ପିନ୍ଧିବାକୁ ନେଇ ନିୟମ କାର୍ଯ୍ୟକାରୀ ହୋଇଛି। ତେବେ ଏ କ୍ଷେତ୍ରରେ ଶ୍ରୀମନ୍ଦିର ପ୍ରଶାସନର ଏବକାର ନିଷ୍ପତ୍ତି ଏକ ନୂଆ ଫର୍ଦ୍ଦ ଯୋଡ଼ିହେବାକୁ ଯାଉଛି।
ଡ୍ରେସ୍‌ କୋଡ୍‌ର ପ୍ରଭାବ ଅଛି ବୋଲି ଏହାକୁ ବିଭିନ୍ନ କ୍ଷେତ୍ରରେ ସ୍ବୀକାର କରାଯାଇଛି। ଏହା ଶୃଙ୍ଖଳା ଓ ସମାନତାର ପ୍ରତୀକ। ଏହା ଏକୀକତ୍ୱ ଭାବର ସଙ୍କେତ। କେବଳ ଧର୍ମୀୟ ବିଚାରଧାରା କିମ୍ବା ବ୍ୟବସ୍ଥାରେ ନୁହେଁ, ବରଂ ଗଣତାନ୍ତ୍ରିକ ବିଚାରରେ ଏହା ଦେଖାଯାଇଛି। ଗତମାସ ଅର୍ଥାତ୍‌ ୨୭ ସେପ୍ଟେମ୍ବରରେ ବିଶ୍ୱର ସର୍ବପୁରାତନ ଗଣତାନ୍ତ୍ରିକ ମନ୍ଦିର ଭାବେ ପରିଚିତ ଆମେରିକାର କଂଗ୍ରେସ ସିନେଟ୍‌ ମଧ୍ୟ ଡ୍ରେସ୍‌ କୋଡ୍‌କୁ ପାସ୍‌ କରିଛି। ଶିକ୍ଷାର ମନ୍ଦିର ସ୍କୁଲ ଓ କଲେଜଗୁଡ଼ିକରେ ଡ୍ରେସ୍‌ କୋଡ୍‌ର ସକାରାତ୍ମକ ପ୍ରଭାବ ପରିଦୃଷ୍ଟ। ସଭିଙ୍କ ସହଯୋଗ, ସମ୍ମିଳିତ ପ୍ରୟାସ ଏବଂ ଏକମତ ରହିଲେ ଡ୍ରେସ୍‌ କୋଡ୍‌ ସୁରୁଖୁରୁରେ ପାଳନ କରାଯାଇପାରିବ ଓ ତାହା ଫଳପ୍ରସୂ ହୋଇପାରିବ। ସାମାଜିକ ସ୍ତରରେ ଏହାର ପ୍ରଭାବ ଯେମିତି ସୁଦୂରପ୍ରସାରୀ ଧର୍ମୀୟସ୍ତରରେ ଏହା ଅନନ୍ୟ। ଏଣୁ ଶ୍ରୀମନ୍ଦିରର ଏବକାର ଡ୍ରେସ୍‌ କୋଡ୍‌ ନିଷ୍ପତ୍ତି ଏକ ଦିବ୍ୟ ତଥା ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ନୀତିକୁ ଶ୍ରୀମନ୍ଦିରରୁ ଆରମ୍ଭ କରାଯାଇଛି ସତ, କିନ୍ତୁ ଏହାକୁ ଓଡ଼ିଶାର କୋଣ ଅନୁକୋଣରେ ଥିବା ଦେବଦେବୀଙ୍କ ମନ୍ଦିରକୁ ସମ୍ପ୍ରସାରିତ କରାଯିବା ଦରକାର। ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜ, ପୁରୀର ପ୍ରଭୁ ଲୋକନାଥ, କାକଟପୁର ମା’ ମଙ୍ଗଳା, ଝଙ୍କଡ଼ବାସିନୀ ମା’ ଶାରଳା, କେନ୍ଦ୍ରାପଡ଼ାର ବଳଦେବଜୀଉ, ଯାଜପୁରର ମା’ ବିରଜା, ଘଟଗାଁର ମା’ ତାରିଣୀ, ସମ୍ବଲପୁରର ମା’ ସମଲେଇ ଓ ରାୟଗଡ଼ାର ମଝିଘରିଆଣୀ ଆଦି ମନ୍ଦିରଗୁଡ଼ିକରେ ଶାଳୀନ ପୋଷାକ ପିନ୍ଧି ଦର୍ଶନ ବ୍ୟବସ୍ଥା କରାଯିବା ଆବଶ୍ୟକ। ପୁରୀ ନୀଳାଚଳ ଧାମରୁ ଆରମ୍ଭ ହୋଇଥିବା ଡ୍ରେସ୍‌ କୋଡ୍‌ ପ୍ରତ୍ୟେକ ଭକ୍ତଙ୍କୁ ଦିଅଁ ଦର୍ଶନ ପାଇଁ ପ୍ରେରିତ କରୁ, ଏତିକି ଆଶା ରଖିବା।
-ଶିବ ପ୍ରସାଦ ପୁହାଣ


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri