ଯୁଦ୍ଧ ପ୍ରଚ୍ଛଦରେ ମନ୍ଦିର

କାମ୍ବୋଡ଼ିଆ ଓ ଥାଇଲାଣ୍ଡ ଦୁଇଟି ବୌଦ୍ଧ ଧର୍ମାବଲମ୍ବୀ ଦେଶ। ନିକଟରେ ଏହି ଦୁଇ ଦେଶର ସୀମା ପାଖରେ ଥିବା ଏକ ହିନ୍ଦୁ ମନ୍ଦିରକୁ କେନ୍ଦ୍ର କରି ଉଭୟ ଦେଶ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏହି ମନ୍ଦିର ପ୍ରିହ ବିହିୟର ଭାବେ ଜଣାଶୁଣା। ଏଠାରେ ନବମ ଏବଂ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ଦାନଗ୍ରେକ୍‌ ପର୍ବତର ଶିଖରରେ ଏକ ବିଶାଳ ଶିବ ମନ୍ଦିର ନିର୍ମାଣ କରାଯାଇଥିଲ। ୧୯୬୨ରେ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌୍‌ ଜଷ୍ଟିସ୍‌ ବା ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) ରାୟ ଦେଇଥିଲେ ଯେ, ସୀମା ପାଖରେ ଥିବା ହିନ୍ଦୁ ମନ୍ଦିର କାମ୍ବୋଡ଼ିଆର। କିନ୍ତୁ ଏହି ମନ୍ଦିର ଚାରିପାଖରେ ଥିବା ଅଞ୍ଚଳକୁ ନେଇ ଥାଇଲାଣ୍ଡ ଓ କାମ୍ବୋଡ଼ିଆ ମଧ୍ୟରେ ବାରମ୍ବାର ସଂଘର୍ଷ ଘଟିଛି। ତେବେ ପୁରୁଣା ରୀତିନୀତି ବା କର୍ମକାଣ୍ଡ କୈନ୍ଦ୍ରିକ କେନ୍ଦ୍ରଗୁଡ଼ିକ କିଭଳି ଆଧୁନିକ ରାଜନୀତି ଓ ଜାତୀୟ ଗର୍ବର ଅଂଶ ପାଲଟିଛି, ତାହା ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତତା ଦର୍ଶାଉଛି। କିନ୍ତୁ କାହିଁକି ଏଠାରେ ଏକ ହିନ୍ଦୁ ମନ୍ଦିର ରହିଛି, ଏହାର ଉତ୍ତର ପାଇବାକୁ ହେଲେ ଆମକୁ ଭାରତ ମହାସାଗରରେ ମୌସୁମୀବାହିତ ଜାହାଜଗୁଡ଼ିକର ପଥକୁ ଅନୁସରଣ କରିବାକୁ ପଡ଼ିବ।
ଦୁଇ ହଜାରରୁ ଊର୍ଦ୍ଧ୍ୱ ବର୍ଷ ଧରି ମୌସୁମୀ ପବନ ବାଣିଜ୍ୟ ଧାରା ବା ଚକ୍ରକୁ ନୂଆ ରୂପ ଦେଇଆସିଛି। ବର୍ଷାଦିନ ପୂର୍ବରୁ ଆରବ ଓ ଆଫ୍ରିକାରୁ ଜାହାଜଗୁଡ଼ିକ ଭାରତର ପଶ୍ଚିମ ଉପକୂଳକୁ ଆସୁଥିଲା ଏବଂ ମୌସୁମୀ ଚାଲିଗଲା ପରେ ଫେରୁଥିଲା। ମୌସୁମୀ ପୂର୍ବରୁ ପୂର୍ବ ଉପକୂଳରୁ ଜାହାଜଗୁଡ଼ିକ ସମୁଦ୍ର ପଥରେ ଏବେ କୁହାଯାଉଥିବା ମ୍ୟାନ୍‌ମାର, ଥାଇଲାଣ୍ଡ, କାମ୍ବୋଡ଼ିଆ, ଭିଏତ୍‌ନାମ ଏବଂ ଇଣ୍ଡୋନେସିଆ ଭଳି ଦେଶଗୁଡ଼ିକ ଅଭିମୁଖେ ଯାତ୍ରା କରୁଥିଲା ଏବଂ ପବନର ଗତିପଥ ବିପରୀତ ହେବା ପରେ ଫେରିଆସୁଥିଲା। ଉଲ୍ଲେଖନୀୟ, ଭାରତର ସୂତା ପୋଷାକ ନେଇ ଜାହାଜସବୁ ପୂର୍ବ ଆଡ଼କୁ ଯାତ୍ରା କରୁଥିଲା ଏବଂ ସେଠାରୁ ଫେରିବାବେଳେ ସୁନା, ସୁଗନ୍ଧିତ କାଠ, ମସଲା, ନୀଳା, ମାଣିକ ଆାଦି ସାଙ୍ଗରେ ନେଇ ଆସୁଥିଲା। ତୃତୀୟ ଶତାବ୍ଦୀ ପ୍ରାରମ୍ଭରେ ଚାଇନାର ରେକର୍ଡଗୁଡ଼ିକରେ ମେକଙ୍ଗ ନଦୀ ଅବବାହିକାରେ ଭାରତୀୟ ବଣିକ, ନୃତ୍ୟଶିଳ୍ପୀ ଏବଂ ଲେଖକଙ୍କ ସମ୍ପର୍କରେ ବର୍ଣ୍ଣନା ରହିଛି। ପରବର୍ତ୍ତୀ ସମୟରେ ମେକଙ୍ଗ ଅବବାହିକା ଫୁନାନ ଭାବେ ପରିଚିତ। ଅନେକ କାହାଣୀର ବର୍ଣ୍ଣନା ଅନୁଯାୟୀ, କୌନ୍ୟା ନାମ୍ନୀ ଜଣେ କନ୍ୟା ଜଣେ ନାଗା ରାଜକୁମାରଙ୍କୁ ବିବାହ କରିଥିଲେ ଏବଂ ପରେ ସେ ଭାରତୀୟ ଜୀବନଶୈଳୀକୁ ଆପଣାଇଥିଲେ। କେବଳ ଏତିକି ନୁହେଁ, ସେ ମଧ୍ୟ ଭାରତୀୟ ପରମ୍ପରା, ଲେଖା ଏବଂ ବ୍ରହ୍ମାଣ୍ଡ (ମହାକାଶ) ବିଜ୍ଞାନର ସିଦ୍ଧାନ୍ତକୁ ଗ୍ରହଣ କରିଥିଲେ। ତେବେ ମେକଙ୍ଗ ଅବବାହିକାର ସ୍ଥଳପଥ ବାଣିଜ୍ୟ ସମୟକ୍ରମେ ସମୁଦ୍ରପଥରେ ଚାଲିଥିଲା ଏବଂ ଏହା ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର ହୋଇଯାଇଥିଲା। ସମୁଦ୍ର ସହ ଯେଉଁଠି ନଦୀଗୁଡ଼ିକ ମିଳିତ ହୋଇଥିଲେ, ବିଶେଷକରି କଳିଙ୍ଗର ମହାନଦୀ ତ୍ରିକୋଣଭୂମି ଅଞ୍ଚଳ, ଆନ୍ଧ୍ରପ୍ରଦେଶର ଗୋଦାବରୀ ଓ କୃଷ୍ଣାନଦୀ ଧୋୟାଞ୍ଚଳ, ତାମିଲନାଡ଼ୁର କାବେରୀ ଓ ବୈଗାୟି ଏବଂ ଶ୍ରୀଲଙ୍କା, ବର୍ମା, ଥାଇଲାଣ୍ଡ ଓ ଜାଭାର ନଦୀମୁହାଣ ନିକଟରେ ବାଣିଜ୍ୟ କେନ୍ଦ୍ର ଗଢ଼ି ଉଠିଥିଲା। ସମୟକ୍ରମେ ନଦୀମୁହାଣଗୁଡ଼ିକ ସାମଗ୍ରୀ, ବିଭିନ୍ନ କାହାଣୀ ଓ ଦେବତାଙ୍କ ଭାବନାର ବିନିମୟ ଘଟିଲା ଏବଂ ସାଂସ୍କୃତିକ ଆଦାନପ୍ରଦାନର ସ୍ଥଳୀ ପାଲଟିଗଲା।
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ସପ୍ତମ ଶତାବ୍ଦୀ ପରେ ଶୈବସଂସ୍କୃତିର ସିଦ୍ଧାନ୍ତ ପୂର୍ବଦିଗକୁ ବ୍ୟାପିଥିଲା। ସପ୍ତମ ଓ ଦ୍ୱାଦଶ ଶତାବ୍ଦୀ ମଧ୍ୟର ସମୟ ଥିଲା ଏକ ମହାନ୍‌ ଶୈବଯୁଗ। ସେହି ସମୟରେ ଶିବଗୁରୁମାନେ ରାଜାମାନଙ୍କୁ ଶିକ୍ଷା ଦେଇଥିଲେ ଯେ, ଶିବଙ୍କ ଶକ୍ତି ସେମାନଙ୍କ ଶରୀରରେ ସଂଚାର କରାଯାଇପାରିବ। ଶିବତତ୍ତ୍ୱରେ ସଞ୍ଚରିତ ଜଣେ ରାଜା ବର୍ଷାକୁ ନିର୍ଦ୍ଦେଶ ଦେବା, ଲୋକଙ୍କୁ ମୋହିତ କରିବା, ରାଜ ଦରବାରକୁ ଜ୍ଞାନୀଙ୍କୁ ଆକର୍ଷିତ କରିବା ସହ ଶତ୍ରୁମାନଙ୍କ ମନରେ ଭୟ ସୃଷ୍ଟି କରିପାରୁଥିବା କୁହାଯାଉଥିଲା। ସେମାନଙ୍କୁ ନେଇ ମଣ୍ଡଳ ସାମ୍ରାଜ୍ୟ ଗଢ଼ିଉଠୁଥିଲା; ଯାହା ଥିଲା ସମୃଦ୍ଧି, ସଙ୍ଗୀତ, ନୃତ୍ୟ ଏବଂ ପ୍ରାଚୁର୍ଯ୍ୟର କେନ୍ଦ୍ର। ତେବେ ଶିବ ଉପାସକ ବା ମତାବଲମ୍ବୀଙ୍କ ଦ୍ୱାରା ରଚିତ ଗ୍ରନ୍ଥଗୁଡ଼ିକରେ ବର୍ଣ୍ଣନା ରହିଛି ଯେ, ଏସବୁ ଘଟିବା ପାଇଁ ବ୍ୟାପକ ରୀତିନୀତି ଆପଣାଇବାକୁ ପଡ଼ୁଥିଲା। ଏପରିକି ସେହି ସମୟରେ ବୈଦିକ ବ୍ରାହ୍ମଣମାନେ ଅଲୋଡ଼ା ହୋଇଯାଇଥିଲେ ବୋଲି ଏଥିରେ ଉଲ୍ଲେଖ ରହିଛି। ଏହିସବୁ କର୍ମକାଣ୍ଡ ପାଇଁ ପବିତ୍ର ସ୍ଥାନର ଆବଶ୍ୟକତା ପଡ଼ିଲା ଏବଂ ଭାରତ ଓ ଦକ୍ଷିଣ ଏସିଆରେ ବିରାଟକାୟ ଶିବ ମନ୍ଦିରସବୁ ଗଢ଼ିଉଠିଲା। ଆମେ ଜାଭାରେ ପ୍ରମ୍ବନନ୍‌, ଭିଏତ୍‌ନାମରେ ମାଇଁ ସନ୍‌ ଏବଂ କାମ୍ବୋଡ଼ିଆରେ ବିଶାଳ ଅଙ୍ଗକୋର ସ୍ଥଳୀ ନିର୍ମାଣ କରାଯାଇଥିଲା। କେତେକ ମନ୍ଦିରରେ ଶିବଙ୍କ ବଦଳରେ ବିଷ୍ଣୁ ମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଥିଲା, ଦୁଇ ଦେବତାଙ୍କ ବିପରୀତ ଶକ୍ତି ଭାବେ ଦେଖାଯାଉଥିଲା। ଅଧା ବିଷ୍ଣୁ ଓ ଅଧା ଶିବ (ହରିହର) ମୂର୍ତ୍ତିଗୁଡ଼ିକ ଓଡ଼ିଶା ଏବଂ ଦକ୍ଷିଣ-ପୂର୍ବ ଏସିଆରେ ଲୋକପ୍ରିୟ ହୋଇଯାଇଥିଲା।
କାମ୍ବୋଡ଼ିଆ ଓ ଥାଇଲାଣ୍ଡ ସୀମାରେ ଥିବା ମନ୍ଦିର ଏହି ପରମ୍ପରାର ଏକ ଅଂଶ। ସାଧାରଣ ଲୋକେ ଦର୍ଶନ ପାଇଁ ଯାଉଥିବା ତଥା ପାହାଡ଼ ଉପରେ ଥିବା ଏହି ମନ୍ଦିର ଏକ ଭକ୍ତି ମନ୍ଦିର ନ ଥିଲା। ଏହା ଥିଲା ଏକ ରାଜକୀୟ କର୍ମକାଣ୍ଡ କ୍ଷେତ୍ର, ଯେଉଁଠି ରାଜାମାନେ ଦିବ୍ୟ ଆଭା ପ୍ରାପ୍ତ ସକାଶେ ଏବଂ ସେମାନଙ୍କ ସାମ୍ରାଜ୍ୟକୁ ଏକ ଅଲୌକିକ ସ୍ବର୍ଗରେ ପରିଣତ କରିବା ଲାଗି ବିଭିନ୍ନ ଉତ୍ସବ ଆୟୋଜନ କରୁଥିଲେ। ଏହା ଥିଲା କଳାର ରାଜ୍ୟ, ଯେଉଁଠି ରାଜତ୍ୱ ଜନକଲ୍ୟାଣ କିମ୍ବା ଯୁଦ୍ଧ ଉପରେ କମ୍‌ ନିର୍ଭରଶୀଳ ଥିଲା ଏବଂ ଅଧିକ ଉତ୍ପାଦନ କୈନ୍ଦ୍ରିକ ଥିଲା। ମୌସୁମୀ ସମୟ ଅନୁଯାୟୀ ବିହନ ବୁଣିବା ଓ ଅମଳ କରିବାରେ ସଫଳତା ସମୃଦ୍ଧିକୁ ନିଶ୍ଚିତ କରୁଥିଲା। ଏହି ରୀତିନୀତିକୁ ଆଧାର କରି ରାଜାମାନେ ନିଜକୁ ମର୍ତ୍ତ୍ୟ-ସ୍ବର୍ଗର ଇନ୍ଦ୍ର ବୋଲି ମଣୁଥିଲେ। ଏହା ଏକଚ୍ଛତ୍ରବାଦ ନ ଥିଲା। ରାଜା କେବଳ ଜଣେ ଜମିଦାର ନ ଥିଲେ, ବରଂ ଥିଲେ ଜଣେ ଉତ୍ତମ ରାଜା କିମ୍ବା ଦେବରାଜ, ଯେଉଁମାନେ ପ୍ରକୃତି ଓ ସଂସ୍କୃତିକୁ ଧରି ରଖୁଥିଲେ। ଏପରିକି ଏହି ବିଚାରଧାରା ବୌଦ୍ଧଧର୍ମକୁ ବ୍ୟାପିଥିଲା ଏବଂ ଏହା ବୌଦ୍ଧଧର୍ମର ତାନ୍ତ୍ରିକ ପରମ୍ପରାକୁ ଜନ୍ମ ଦେଇଥିଲା। ଏହି ତାନ୍ତ୍ରିକ ରୀତିନୀତି କାମ୍ବୋଡ଼ିଆ, ଜାଭା ଓ ତିବ୍ବତକୁ ବ୍ୟାପିଥିଲା।
କାମ୍ବୋଡ଼ିଆ ଓ ଥାଇଲାଣ୍ଡ ଯେଉଁ ମନ୍ଦିରକୁ ନେଇ ଲଢ଼େଇ କରୁଛନ୍ତି ତାହା ହେଉଛି ସମୟର ଏକ ଜୀବାଶ୍ମ। ସେତେବେଳେ ରାଜାମାନେ କ୍ଷମତା ସହ ଅଲୌକିକତା ଚାହଁୁଥିଲେ। ସେହି ସମୟରେ ମୌସୁମୀ ଉପରେ ନିର୍ଭରଶୀଳ ବାଣିଜ୍ୟ ମାଧ୍ୟମରେ ଭାରତୀୟ ଦେବତାଙ୍କୁ ସୁଦୂର ଦେଶଗୁଡ଼ିକୁ ନେଇଥିଲା ଏବଂ ରାଜାମାନେ ସେମାନଙ୍କ ସାମ୍ରାଜ୍ୟକୁ ଧନୀ ଓ ଉଜ୍ଜ୍ୱଳ ତଥା ଏକ ମର୍ତ୍ତ୍ୟର ସ୍ବର୍ଗ ରୂପେ ଗଢ଼ିବାର ସ୍ବପ୍ନ ଦେଖୁଥିଲେ। ଏହିସବୁ ମନ୍ଦିର ନିର୍ମାଣ କରାଯାଇଥିବା ସମୟରେ ସେମାନଙ୍କ ଶାସିତ ଅଞ୍ଚଳର କୌଣସି ସୀମା ନ ଥିଲା। ସେତେବେଳେ କାମ୍ବୋଡ଼ିଆ ନ ଥିଲା କି ଥାଇଲାଣ୍ଡ। ତେବେ ଏବେ ପୁରୁଣା ଦେବତାଙ୍କ ସ୍ଥଳୀ ଏବଂ ସେଗୁଡ଼ିକର ରାଜକୀୟ ସଂରକ୍ଷଣ ହେଉଛି ଗର୍ବର ବିଷୟ ଏବଂ ଏଗୁଡ଼ିକ ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ର ପାଲଟିଛି। ଏଥିରୁ ଉପୁଜିଥିବା ଆର୍ଥିକ ଓ ରାଜନୈତିକ ଉତ୍ତେଜନାରୁ ଯୁଦ୍ଧ ସୃଷ୍ଟି ହେଉଛି। ଏହାର ଲୋକଙ୍କ ବିଶ୍ୱାସ ସହିତ କୌଣସି ସମ୍ପର୍କ ନାହିଁ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri