ମନ୍ଦିର ମୂଷା

ଡ. ଗଣେଶ ଚନ୍ଦ୍ର କୁଣ୍ଡ

ସମୟ ସହିତ ତାଳ ଦେଇ ଯେତେବେଳେ ଆମେ ଅତ୍ୟାଧୁନିକ ଜୀବନଶୈଳୀ ଆଡ଼କୁ ଗତି କରୁଛେ, ଆମ ଭିତରେ ମାନବିକତା କମି କମି ଯାଉଛି। ଲୋକମାନଙ୍କ ଭିତରେ ଛନ୍ଦ, କପଟ, ମିଥ୍ୟା ବଢ଼ି ବଢ଼ି ଚାଲିଛି। ଦିନକୁ ଦିନ ମଣିଷ ନିଷ୍ଠୁର ସାଜୁଥିବା ବେଳେ ମଣିଷ ପଣିଆ କମି କମି ଯାଉଛି। ସ୍ବାର୍ଥ ଆଉ ଲୋଭରେ ମଣିଷ ଏତେ ତଳକୁ ଖସିଯାଉଛି ଯେ ମାନ ଯାଉ, ସମ୍ମାନ ଯାଉ, ବିବେକ ଯାଉ, ସବୁ ଯାଉ କିନ୍ତୁ କ୍ଷମତା ଓ ବଡ଼ଲୋକ ହେବା ପାଇଁ ମାତ୍ରାଧିକ ଇଚ୍ଛା ; ଯାହା କି ଅନେକଙ୍କୁ ପଥଭ୍ରଷ୍ଟ କରୁଛି। କରୋନା ଆମର ଜୀବନ ଓ ଜୀବିକାକୁ ବହୁମାତ୍ରାରେ ପ୍ରଭାବିତ କରିଛି। କିନ୍ତୁ ଆମର ମାନସିକତାକୁ ବଦଳାଇ ପାରିନାହିଁ। କିନ୍ତୁ ଏହି ବିପଦ ସମୟରେ ମଧ୍ୟ ହତ୍ୟା, ବଳାତ୍କାର, ଲୁଟ୍‌ ଓ ଦୁର୍ନୀତି କମି ନାହିଁ। ମଣିଷ ଯେତେ ସାମାଜିକ ହୋଇଯାଉଛି ତା’ ମଧ୍ୟରେ ଈର୍ଷା, ଦ୍ୱେଷ, ବିଦ୍ୱେଷ ଆଦି ସ୍ବଭାବ ସେତେ ବଢ଼ିବାରେ ଲାଗିଛି।
ଆମ ସମାଜରେ ଭଲ ମଣିଷ ଏବଂ ଖରାପ ମଣିଷ ଅଛନ୍ତି। କିଏ ଭଲ ଆଉ କିଏ ଖରାପ, ବାହ୍ୟରୁ ଚିହ୍ନଟ କରିବା ଏତେ ସହଜ ନୁହେଁ। ମଣିଷର ପ୍ରକୃତି ଓ ପ୍ରବୃତ୍ତି ସହଜରେ ବଦଳେ ନାହିଁ। ଏହି ପରିପ୍ରେକ୍ଷୀରେ ମୋର ଏକ ଘଟଣାବଳୀ ମନେପଡୁଛି। ଏକ ବ୍ୟକ୍ତିଗତ କାମ ପାଇଁ ଗୋଟେ ଗ୍ରାମକୁ ଯାଇଥିଲି। ସେହି ଗ୍ରାମରେ ପହଞ୍ଚିବା ପରେ ଦେଖିଲି କେତେକ ପିଲା ହାତରେ ବାଡ଼ି ଧରି କୋଳାହଳ କରି ଧାଉଁଛନ୍ତି। ମୁଁ ଜାଣିବାକୁ ପାଇଲି ଯେ ଗୋଟେ ମୂଷାକୁ ବାଡ଼େଇବା ପାଇଁ ପିଲାମାନେ ଧାଉଁଛନ୍ତି। କିନ୍ତୁ ପିଲାମାନେ ସେ ମୂଷାଟିକୁ ମାରିପାରିଲେ ନାହିଁ। କାରଣ ମୂଷାଟି ସେହି ଗ୍ରାମରେ ଥିବା ଏକ ମନ୍ଦିର ଭିତରକୁ ପଶିଯାଇଛି। ସେହିଦିନ ମୋର କର୍ମ ନ ସରିବାରୁ ମୁଁ ସେହି ମନ୍ଦିର ପରିସରରେ ଆଶ୍ରୟ ନେଲି । କାରଣ ଭଜନ ଓ ଭୋଜନ ସାତ୍ତ୍ୱିକ ଭାବରେ ମିଳିବ। ସାରେ ଦେଖିଲି, ଭଜନରେ ଯେତେବେଳେ ଗିନି, ଢୋଲ ଓ ମୃଦଙ୍ଗ ବାଜିଲା, ଉକ୍ତ ମୂଷାଟି ସେହି ଶବ୍ଦରେ ମନ୍ଦିର ଭିତରୁ ବାହାରି ବାରଣ୍ଡାରେ ଧାଇଁଲା। ସେତେବେଳେ ଉପସ୍ଥିତ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ପିଲା ମୂଷାଟିକୁ ମାରିବା ପାଇଁ ଗୋଡ଼ାଇଲା। କିନ୍ତୁ ଅନ୍ୟ ଉପସ୍ଥିତ ବ୍ୟକ୍ତିମାନେ ପିଲାଟିକୁ ସତର୍କ କରି କହିଲେ, ସେ ହେଉଛି ମନ୍ଦିର ମୂଷା। ମନ୍ଦିରରେ ଆଶ୍ରୟ ନେଇଛି, ତାକୁ ମାରିଲେ ପାପ ଲାଗିବ। କିନ୍ତୁ ତା’ପରେ ଜଣାପଡ଼ିଲା ଯେ ସେହି ରାତିରେ ଉକ୍ତ ମୂଷାଟି ଠାକୁରଙ୍କର ପିନ୍ଧା ବସ୍ତ୍ର ଓ ଅନ୍ୟାନ୍ୟ ଆସବାବପତ୍ରକୁ କାଟି ନଷ୍ଟ କରି ଦେଇଛି। ମୁଁ ଆଶ୍ଚର୍ଯ୍ୟ ହେଲି ଯେ, ସେ ମୂଷାଟି ସିନା ମନ୍ଦିରରେ ଆଶ୍ରୟ ନେଇଛି। କିନ୍ତୁ ତା’ର ଜୀବ ସ୍ବଭାବ ଅନୁଯାୟୀ କାଟିକରି ନଷ୍ଟ କରିବା ଅଭ୍ୟାସ ଏବେ ବି ଅଛି। ସେ ପ୍ରକୃତରେ ମନ୍ଦିର ମୂଷା ନୁହେଁ , କେବଳ ନିଜର ଆଶ୍ରୟ ଓ ସୁରକ୍ଷା ପାଇଁ ମନ୍ଦିର ଭିତରେ ପଶିଯାଇଛି।
ଲୋକଲୋଚନରେ ମୂଷାଟି ଥିଲା ମନ୍ଦିର ମୂଷା ଓ ସେହି ପରିଚୟରେ ସେ ରକ୍ଷା ପାଇଯାଉଥିଲା ଓ ତା’ର ଗୁଣ ସ୍ବଭାବ ବଦଳି ନ ଥିବାରୁ ସେ ନଷ୍ଟ କରୁଥିଲା। ଏହି ଘଟଣାକୁ ନେଇ ମୋର ଚେତନା ପଶିଲା। ଏମିତି ଆମ ସମାଜରେ ଅନେକେ ଅଛନ୍ତି ବିଭିନ୍ନ ପରିଚୟରେ। ପରିଚୟ ଓ ପଦବୀର ମର୍ଯ୍ୟାଦାକୁ ବ୍ୟବହାର କରି ଅନୀତି ଓ ଦୁର୍ନୀତି କରିବା ବହୁତ ସହଜ ହେଉଛି। ଗୁଣ ସ୍ବଭାବ ନ ଛାଡ଼ି ନିଜର ସୁରକ୍ଷା ସହିତ ପ୍ରତିଷ୍ଠା ବଢ଼ାଇବା ପାଇଁ ଅଧିକାଂଶ ଏହି ପଦ୍ଧତି ଅବଲମ୍ବନ କରୁଛନ୍ତି।
ପ୍ରତ୍ୟେକ ବ୍ୟକ୍ତିର ସ୍ବଭାବ ଅନୁଯାୟୀ ପ୍ରତ୍ୟେକ ପାଇଁ ସ୍ବଧର୍ମ ନିର୍ଦ୍ଧାରୀତ ହୋଇଥାଏ; ଯାହା ଏକ ସାଧନାର ଭିତ୍ତିଭୂମି। ଆଜିକାଲିର ଶିକ୍ଷା ଯାହା ଆମେ ପଢ଼ୁଛେ ତାହା ଆମ ଜୀବିକା ନିର୍ବାହ ପାଇଁ ଦରକାର। ସେଇ ଶିକ୍ଷା ଆମ ଜୀବନର ଲକ୍ଷ୍ୟକୁ ପୂରାପୂରି ସଫଳ କରିପାରିବ ନାହିଁ। ତେଣୁ ଆମେ ଏପରି ଶିକ୍ଷା ଗ୍ରହଣ କରିବା ଦରକାର; ଯାହା ନିଜ ଜୀବନ ଓ ସମାଜକୁ କଲ୍ୟାଣ ପ୍ରଦାନ କରିବ। ଏସବୁ କେବଳ ସାଧନା ଦ୍ୱାରା ହିଁ ସମ୍ଭବ; ଯାହା କି ସ୍ବଭାବ ଓ ସ୍ବଧର୍ମ ଉପରେ ପର୍ଯ୍ୟବସିତ। ନିଜର ଭାବନାକୁ ନେଇ ସ୍ବଭାବ ଗଠିତ ହୁଏ ଏବଂ ମଣିଷ ନିଜର ସ୍ବଭାବ ଅନୁଯାୟୀ କର୍ମ କରେ। ଅର୍ଥାତ୍‌ ଯେପରି ମତି ସେପରି ଗତି; ଯାହା ମନକୁ ନେଇ ହୁଏ। କର୍ତ୍ତବ୍ୟ ପାଳନ ବେଳେ ଆମକୁ ଇନ୍ଦ୍ରିୟ ସଂଯମତାର ଆବଶ୍ୟକ ଅଛି। ଯଦି ଆମେ ବିପରୀତ ମାର୍ଗରେ କର୍ମ କରିବା, ତେବେ ସେହି କର୍ମର ଶେଷରେ ଶାନ୍ତି ମିଳିବ ନାହିଁ ବରଂ ପଶ୍ଚାତ୍ତାପ କରି ଶେଷରେ ପତନ ସୁନିଶ୍ଚିତ ହେବ; ଯାହା ହିତକର ନୁହେଁ, ସୁଖ ଦେବ କେମିତି? ଆମେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବହୁତ କିଛି ଭୁଲ୍‌ କର୍ମମାନ କରୁଛେ; ଯାହାର ନୀତି ଆମକୁ ଜଣା ନାହିଁ। କିନ୍ତୁ ସର୍ବଦା ଶାସ୍ତ୍ରାନୁରକ୍ତ ହୋଇ ବିଭିନ୍ନ ନୀତିବାଣୀ ସାହାଯ୍ୟରେ କର୍ମମାନ କରୁଥିବା ବ୍ୟକ୍ତିକୁ ପଶ୍ଚାତ୍ତାପ ପରିବାକୁ ପଡ଼େ ନାହିଁ।
ବହୁ ଦିଗରେ ମଣିଷ ସଫଳତା ପାଇଛି। ବିକାଶ ହୋଇଛି ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ଓ ପ୍ରଯୁକ୍ତି ବିଜ୍ଞାନ। କିନ୍ତୁ ବିକଶିତ ହୋଇପାରିନି ବିବେକ ଓ ବିଚାର; ଯାହା ଏକ ସୁସ୍ଥ ସମାଜ ପାଇଁ ଆବଶ୍ୟକ। ମଣିଷ ଭିତରେ ମଣିଷ ପଣିଆ ନ ଥିଲେ ଲୋକେ କହନ୍ତି ଏଇଟା ମଣିଷ ନା ପଶୁଟା। ସାଧାରଣତଃ ପଶୁଟି ନିଜର ଖାଦ୍ୟ ଓ ଆତ୍ମରକ୍ଷା ପାଇଁ ହିଂସ୍ର ହୋଇଥାଏ। କିନ୍ତୁ ଅଧିକାଂଶ ମଣିଷ ନିଜର କ୍ଷମତା, ଧନ ଓ ପ୍ରତିଷ୍ଠା ପାଇବା ଆଶାରେ ଚୋରି, ଠକାମି, ହତ୍ୟା ଓ ଦୁଷ୍କର୍ମ ଭଳି ଅମାନବୀୟ କାର୍ଯ୍ୟ କରିଥାନ୍ତି। ଏଠାରେ କାହାକୁ ଆକ୍ଷେପ କରିବାର ଅଧିକାର ଆମର ନାହିଁ। କିନ୍ତୁ ଆମେ ନିଜକୁ ତ ପ୍ରଶ୍ନ କରିପାରିବା, ମୁଁ ସେହି ମନ୍ଦିର ମୂଷା ନୁହେଁ ତ ? କାରଣ ଏହା ଏକ ଆତ୍ମଘୋଷିତ କଥା ନୁହେଁ ବରଂ ଆତ୍ମ ଚିନ୍ତନର କଥା।
ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ : ୯୯୩୮୦୬୦୮୮୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri