ଏବର୍ଷ ଅସହ୍ୟ ହେବ ତାତି,  ଗରମ ସାଙ୍ଗକୁ  ଗୁଳୁଗୁଳି

ଭୁବନେଶ୍ୱର,୧୩।୦୨: ଚଳିତ ବର୍ଷ ତାତି ଯୋର ହେବ। ଏହାସହ  ଗରମ ଗୁଳୁଗୁଳି  ମଧ୍ୟ ଅଧିକ ଅନୁଭୂତ ହେବ। ଏପ୍ରିଲ ମାସରେ ଗ୍ରୀଷ୍ମ ଦାଉ ବ୍ୟଥିତ କରିପାରେ ବୋଲି ସୋଆ ସିଇସି ନିର୍ଦ୍ଦେଶକ ଶରତ ସାହୁ  କହିଛନ୍ତି ।
ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ,୨୦୧୫ରେ ଷ୍ଟ୍ରଙ୍ଗ ଏଲିନୋ ପ୍ରଭାବ ଥିଲା । ଏହାପରେ ୨୦୧୬ରେ ମେ ମାସ ପର୍ଯ୍ୟନ୍ତ ପ୍ରଭାବ ଜାରୀ ରହିଥିଲା ।
ଫଳରେ ପ୍ରବଳ ଗରମ ଅନୁଭୂତ ହୋଇଥିଲା ।
ସହିପରି ୨୦୨୩-୨୪ରେ ମଧ୍ୟ ସେହିପ୍ରକାର ସ୍ଥିତି ଦେଖାଯାଉଛି । ତେଣୁ ଅଧିକ ଗରମ ଗୁଳୁଗୁଳିର ସମ୍ଭାବନା ରହିଛି ।