ଆହୁରି ଖସିବ ତାପମାତ୍ରା: ଘନ କୁହୁଡି ନେଇ ୫ଜିଲାକୁ ଓ୍ବେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୦।୧୧ (ବନ୍ଦନା ସେଠୀ): ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଲହରୀ ଜାରି ରହିଛି। ବିଶେଷକରି ଦକ୍ଷିଣ ଓ ଉତ୍ତର ଓଡିଶାର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଖସିଛି। ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୧୦ଡିଗ୍ରୀ ତଳେ ରହୁଛି। ସେହିପରି ୪ଦିନ ପରେ ରାତି ତାପମାତ୍ରା ଆଉ ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ସହିତ ଶୀତ ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିଛି। ରବିବାର ରାଜ୍ୟର ସୁନ୍ଦରଗଡ଼, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କୋରାପୁଟ ଆଦି ଜିଲାରେ ଘନ କୁହୁଡି ନେଇ ପାଣିପାଗ ବିଭାଗ ପକ୍ଷରୁ ଓ୍ବେଲୋ ଓ୍ବାର୍ନିଂଜାରି କରାଯାଇଛି। ଗତ ୨୪ଘଣ୍ଟାରେ ଫୁଲବାଣୀ ଏବଂ ରାଉରକେଲାରେ ଘନ କୁହୁଡି ଦେଖା ଦେଇଥିବାବେଳେ ଭବାନୀପାଟଣା ଏବଂ କୋରାପୁଟରେ ମଧ୍ୟମ କୁହୁଡି ଦେଖା ଦେଇଥିଲା। ସେହିପରି ଜି. ଉଦୟଗିରିରେ ସର୍ବନିମ୍ନ ୮.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ସିମିଳିଗୁଡାରେ ୯.୬ଡିଗ୍ରୀ, ଫୁଲବାଣୀ, ଦାରିଙ୍ଗିବାଡିରେ ୧୦ଡିଗ୍ରୀ, କେରାପୁଟରେ ୧୦.୨ ଡିଗ୍ରୀ, ଝାରସୁଗୁଡାରେ ୧୦.୪ ଡିଗ୍ରୀ, ନବରଙ୍ଗପୁର ୧୦.୮ ଡିଗ୍ରୀ, ରାଉରକେଲାରେ ୧୧ ଡିଗ୍ରୀ, ବଲାଙ୍ଗିରରେ ୧୨.୫ ଡିଗ୍ରୀ, ଭୁବନେଶ୍ୱରରେ ୧୭.୨ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ସର୍ବାଧିକ ତାପମାତ୍ରା ୩୧.୫ ଡିଗ୍ରୀ ଢେଙ୍କାନାଳରେ ରେକର୍ଡ ହୋଇଛି।
ଅପରପକ୍ଷେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର ଉତ୍ତର ସଂଲଗ୍ନ ଉପରେ ଘୂର୍ଣ୍ଣିଝଡ଼ ଡିଟୱା ଗତ ୬ଘଣ୍ଟା ମଧ୍ୟରେ ୧୦କି.ମି. ବେଗରେ ଉତ୍ତର ଶ୍ରୀଲଙ୍କା ଆଡକୁ ଗତି କରି ଶନିବାର ସେହି କ୍ଷେତ୍ର ଉପରେ କେନ୍ଦ୍ରିତ ହୋଇଥିଲା। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ସଂଲଗ୍ନ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ରବିବାର ଭୋର୍‌ ସୁଦ୍ଧା ପହଞ୍ଚତ୍ବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରଯାଇଛି। ଏହାର ଓଡ଼ିଶା ଉପରେ ପ୍ରଭାବ ନ ଥିବାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଏକକାଳୀନ ଚଢ଼ାଉ

ଡେରାବିଶ, ୭/୩ (ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଜଳ ସମ୍ପଦ ବିଭାଗ ଅଧିନ ଛତା ସବ ଡିଭିଜନର ସହକାରୀ…

୨ ଦିନ ପ୍ରବଳ ବର୍ଷିବ, ୪୦-ରୁ ୫୦ କିମି ବେଗରେ ବହିବ ପବନ: ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୭ା୩(ବନ୍ଦନା ସେଠୀ):ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଗ୍ରାଷ୍ମପ୍ରବାହ ଜାରି ରହିଛି। ସକାଳୁ ପ୍ରବଳ ଖରା ସହ ମଧ୍ୟାହ୍ନରୁ ଝାଞ୍ଜି ପବନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ଇତିମଧ୍ୟରେ ପାରଦ…

ଯୁଦ୍ଧ ମଧ୍ୟରେ ଇରାନକୁ ସାହାଯ୍ୟ କଲା ଭାରତ: ଯୁଦ୍ଧଜାହାଜକୁ…

ତେହରାନ,୭।୩: ତେହରାନର ଅନୁରୋଧରେ ଭାରତ ଏକ ଇରାନୀ ଯୁଦ୍ଧଜାହାଜକୁ ଦକ୍ଷିଣ କୋଚି ବନ୍ଦରରେ ଡକିଂ କରିବାକୁ ଅନୁମତି ଦେଇଛି ଏବଂ ଜାହାଜର ୧୮୩ ସଦସ୍ୟ ବିଶିଷ୍ଟ କର୍ମଚାରୀଙ୍କୁ…

ଓଡ଼ିଶାର ଏହି ୩ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କଲେ ଶାହା: ଜାଣନ୍ତୁ ଭିତିରି କଥା

ଭୁବନେଶ୍ୱର,୭ା୩(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଳମ୍ବିତ ସାରେ ନୂଆଦିଲ୍ଲୀ ଫେରିଯାଇଛନ୍ତି। ଶାହା ତାଙ୍କ ଗସ୍ତ କାଳରେ ବିଭିନ୍ନ ସରକାରୀ…

ଓଡ଼ିଶାକୁ ନେଇ ଏମିତି କହିଦେଲେ ଅମିତ ଶାହା: ଦେଖୁଦେଖୁ…

ପାରାଦୀପ,୭।୩ (ଶରତ ରାଉତ):୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ଇଫ୍‌କୋ ଯେତେବେଳେ ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା, ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର…

ବୃହତ୍‌ ବିଜୟ ଦିଗରେ ଆର୍‌ଏସ୍‌ପି: ୬ ମାସ ପରେ…

କାଠମାଣ୍ଡୁ,୭ା୩(ପି.ଟି.):ଗତବର୍ଷ ସେପ୍ଟେମ୍ବରରେ ନେପାଳରେ ହିଂସାତ୍ମକ ଜେନ୍‌ ଜି ଆନ୍ଦୋଳନ ଯୋଗୁ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରର ପତନ ଘଟିଥିଲା। ଏହାର ୬ ମାସ ପରେ…

ବେକରେ ଧୋତି ବାନ୍ଧି ଝୁଲିପଡ଼ିଲେ ଜେଲ ଓ୍ବାର୍ଡର

ଭୁବନେଶ୍ୱର,୭ା୩(ତ୍ରିନାଥ ମହାନ୍ତି):ଝାରପଡ଼ା ଜେଲ ପରିସର ସରକାରୀ କ୍ୱାର୍ଟର୍ସରେ ଜଣେ ଜେଲ ଓ୍ବାର୍ଡର ବେକରେ ଧୋତି ବାନ୍ଧି ଫ୍ୟାନ୍‌ରେ ଝୁଲି ଆମତ୍ହତ୍ୟା କରିଛନ୍ତି। ମୃତ ଓ୍ବାର୍ଡର ଜଣକ ହେଲେ…

ନୂତନ ପ୍ରଜାତିର ଆମ୍ଫିପୋଡ ଚିହ୍ନଟ: ପ୍ରଥମ ଥର…

ବ୍ରହ୍ମପୁର,୭ା୩(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ପ୍ରଜାତିର ଉଭୟଚର ପ୍ରାଣୀ ଛୋଟ ଚିଙ୍ଗୁଡ଼ି ଆମ୍ଫିପୋଡ ଚିହ୍ନଟ ହୋଇଛି। ଗତ ଅକ୍ଟୋବରରେ ବିଶ୍ୱବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri