Categories: ରାଜ୍ୟ

ଶନିବାର ଠାରୁ ବୃଦ୍ଧି ପାଇବ ତାପମାତ୍ରା, ବିଭିନ୍ନ ଅଞ୍ଚଳରେ ୪୦ ଡ଼ିଗ୍ରୀରୁ ଉର୍ଦ୍ଧରେ ରହିବ

ଭୁବନେଶ୍ୱର,୧୧।୪: ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ପବନ ବହିବାର ସମ୍ଭାବନା ଥିବାରୁ ଆସନ୍ତା ଶନିବାର ଠାରୁ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ କହିଛି । ବିଶେଷକରି ରାଜ୍ୟର ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୪୦ ଡ଼ିଗ୍ରୀରୁ ଉଦ୍ଧ୍ୱର୍ ରହିବ । ଅନ୍ୟପକ୍ଷରେ କାଳବୈଶାଖୀ ଯୋଗୁଁ ତାପମାତ୍ରା ଗତ ଦୁଇଦିନ ତଳେ ପ୍ରାୟ ୬ ଡିଗ୍ରୀ ହ୍ରାସ ପାଇଥିଲା । ହେଲେ ଗତକାଲିଠାରୁ ତାପମାତ୍ରା ବୃଦ୍ଧି ପାଇଛି । ପାରଳାଖେମୁଣ୍ଡିରେ ଗତକାଲି ୩୯ ଦଶମିକ ୨ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା ।